• ବେତାର ବ୍ୟୁରୋ

ଘରେ ମଶା ହେଉଛି କି ? ରସୁଣ ବ୍ୟବହାର କରନ୍ତୁ


ରସୁଣକୁ ସର୍ବଦା ଆମେ ଖାଦ୍ୟରେ ବ୍ୟବହାର କରିଥାଉ। ଏହାର ବ୍ୟବହାର ଦ୍ୱାରା ଖାଦ୍ୟରେ ସ୍ୱାଦ ବଢିଥାଏ। ଛୋଟ ପିଲାଙ୍କୁ ଥଣ୍ଡା ହୋଇଥିଲେ ରସୁଣର ବ୍ୟବହାର ଦ୍ୱାରା ତାହା ଠିକ ହୋଇଥାଏ। ତେବେ ସ୍ୱାସ୍ଥ୍ୟ ଛଡା ଆମ ଦୈନନ୍ଦିନ ଜୀବନରେ ମଧ୍ୟ ରସୁଣର କିଛି ଏପରି କାମ ରହିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଘରୋଇ କାମରେ ରସୁଣର ବ୍ୟବହାର ଦ୍ୱାରା କେମିକାଲ ଠାରୁ ଆମେ ଦୂରେଇ ପାରିବା।

ଉଦାହରଣ ସ୍ୱରୂପ ରସୁଣ ବାସ୍ନା ଯୋଗୁଁ ମଶା ଏହା ନିକଟକୁ ଯାଆନ୍ତି ନାହିଁ । ତେଣୁ ରସୁଣକୁ ଗ୍ରାଇଣ୍ଡି କରି ପାଣିରେ ଫୁଟାଇ ଏହି ପାଣିକୁ ଘରେ ଛିଞ୍ଚି ଦିଅନ୍ତୁ । ଏହାଛଡା ରସୁଣ ଗଛ ଘରେ ବହୁତ କମ ଜାଗାରେ ଲଗାଯାଇ ପାରିବ I ଘରର କୌଣସି ଜାଗାରେ ରସୁଣ ଗଛ ଲଗାନ୍ତୁ I

ଆସନ୍ତୁ ଜାଣିବା ସେହିଭଳି କିଛି ରୋଚକ ତଥ୍ୟ ।

ଚଟାଣ ସଫା: ଚଟାଣକୁ ସଫା କରିବା ପାଇଁ ଆମେ ସାଧାରଣତଃ କେମିକାଲଯୁକ୍ତ ଦ୍ରବ୍ୟ ବ୍ୟବହାର କରିଥାଉ। ରସୁଣର ବ୍ୟବହାର କରି ମଧ୍ୟ ଆପଣ ଚଟାଣକୁ ସଫା କରିପାରିବେ। ଗୋଟିଏ ଛୋଟ ବୋତଲରେ ୪ରୁ ୫ଟି ରସୁଣ ନିଅନ୍ତୁ। ସେହି ବୋତଲରେ ଭିନେଗାର ଓ ୫ବୁନ୍ଦା ଲେମ୍ବୁ ରସ ମିଶାଇ ଭଲ ଭାବରେ ମିଶାଇ ଦିଅନ୍ତୁ। ମିଶ୍ରଣକୁ ପାଣିରେ ଅଳ୍ପ ବୁନ୍ଦା ପକାଇ ଚଟାଣକୁ ସଫା କରନ୍ତୁ। ଏପରି କରିବା ଦ୍ୱାରା ଚଟାଣ ଭଲ ଭାବେ ସଫା ହେବା ସହ ଜୀବାଣୁ ନଷ୍ଟ ହୋଇଥାନ୍ତି।

କୀଟାଣୁ ନଷ୍ଟ: ବଗିଚାରେ ଲଗାଯାଇଥିବା ଗଛରେ ସାଧାରଣତଃ ଅନେକ କୀଟାଣୁ ଘର କରି ନେଇଥାନ୍ତି। ରସୁଣର ବାସ୍ନା ମଧ୍ୟ ଜୀବାଣୁକୀଟାଣୁ ନଷ୍ଟ କରି ଦେଇଥାଏ। ରସୁଣରେ ପ୍ରସ୍ତୁତ କରାଯାଇଥିବା କୀଟନାଶକ ଔଷଧ ଜୀବାଣୁଠାରୁ ଘରକୁ ମୁକ୍ତ କରିଥାଏ। କୀଟନାଶକ ଔଷଧ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଅଧ କପ ପାଣିରେ ଲିକ୍ୱିଡ ସାବୁନ ମିଶାନ୍ତୁ। ରସୁଣରେ ପେଷ୍ଟ ପ୍ରସ୍ତୁତ କରି ସେହି ଲିକ୍ୱିଡ ସହ ମିଶାଇ ଦିଅନ୍ତୁ। ତାପରେ ସେହି ମିଶ୍ରଣକୁ ଘରେ ସନ୍ଧ୍ୟା ଓ ରାତି ସମୟରେ ଛିଞ୍ଚି ଦିଅନ୍ତୁ। ଏହାକୁ ବଗିଚାରେ ମଧ୍ୟ ଛିଞ୍ଚି ପାରିବେ।

ମଶା ଦୂର କରେ: ରସୁଣର ବ୍ୟବହାର ଦ୍ୱାରା ଆମେ ମଶା ଠାରୁ ମଧ୍ୟ ରକ୍ଷା ପାଇପାରିବା। ମଶା ଆକ୍ରମଣରୁ ବଞ୍ଚିବା ପାଇଁ ରସୁଣକୁ କାଟି ତାକୁ ଦେହରେ ଲଗାଇ ପାରିବେ। କିମ୍ବା ଘରର ଯେଉଁ ସ୍ଥାନରେ ଅଧିକ ମଶା ହେଉଥିବ ସେହି ସ୍ଥାନରେ ରସୁଣରୁ ଚୋପା ଛଡାଇ ରଖି ଦିଅନ୍ତୁ। ଏପରି କରିବା ଦ୍ୱାର ମଶା ଆପଣଙ୍କ ଆଖପାଖରେ ରହିବ ନାହିଁ।

ଶରୀରର ଭୂତାଣୁ ଦୂର କରେ : ଆପଣ ପ୍ରତିଦିନ ରସୁଣ ନିଶ୍ଚୟ ଖାଉଥିବେ । ଭୟଙ୍କର ନିପା ଭାଇରସରୁ ବଂଚିବା ପାଇଁ ଏହାକୁ ମଧ୍ୟ ବ୍ୟବହାର କରିପାରିବେ । ଏଥିପାଇଁ ଆପଣଙ୍କୁ ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି ଲେଖାଏଁ କଂଚା ରସୁଣ ସେବନ କରିବାକୁ ହେବ । କଂଚା ରସୁଣ ସେବନ କରିବା ଦ୍ୱାରା ଶରୀରକୁ ବହୁତ ଲାଭ ମିଳିଥାଏ ଏବଂ ରୋଗ ପ୍ରତିଷେଧକ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ ।

#healthtips #fitness #superfoods

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon