• ବେତାର ବ୍ୟୁରୋ

ନିଜ ଶରୀର ହିସାବରେ ବାଛନ୍ତୁ ଡ୍ରେସ


ଆପଣଙ୍କ ଲୁକ୍‌ ସେତେବେଳେ ସୁନ୍ଦର ଲାଗେ ଯେତେବେଳେ ଡ୍ରେସ୍‌ର ଚୟନ ଠିକ୍‌ ହୋଇଥାଏ। ଆପଣ ନିଜ ଶରୀର ଆକାର ତଥା ଶରୀର ରଙ୍ଗ ହିସାବରେ ଡ୍ରେସ୍‌ର କଲର, କପଡା ଓ ଆସେସୋରିଜ ବ୍ୟବହାର କରିପାରିବେ। ତେବେ ଏତେ ସବୁ କଥା ନଜର ରଖିଲା ପରେ ମଧ୍ୟ ଯଦି ନିଜ ଡ୍ରେସ୍‌ଅପ୍‌ ଲୁକ୍‌କୁ ନେଇ ସନ୍ତୁଷ୍ଟ ନୁହନ୍ତି , ତେବେ ଜାଣିରଖନ୍ତୁ ଏ ସମ୍ପର୍କରେ କିଛି ଟିପ୍ସ।

ଯେଉଁ ମହିଳାଙ୍କ ରଙ୍ଗ ଗୋରା ହୋଇଥାଏ, ସେମାନଙ୍କୁ ସବୁ ରଙ୍ଗ ମାନିଥାଏ। ସେ ନାଲି,ହଳଦିଆ,ସବୁଜ,କଳା ଆଦି ରଙ୍ଗ ପିନ୍ଧି ପାରିବେ। ସେହିପରି ଶ୍ୟାମଳ ରଙ୍ଗର ଝିଅ ଉପରେ ନାଲି, ହାଲ୍‌କା ନୀଳ, ନାରଙ୍ଗୀ, ଗୋଲାପି, ବ୍ରାଉନ୍‌ କଲରର ଡ୍ରେସ୍‌ ଭଲ ଲାଗେ।

ଅଣ୍ଟାର ଉପର ଓ ତଳ ଚଉଡା ଥିଲେ : ସ୍କିନ୍‌ ଟାଇପ୍‌ ସହିତ ବଡି ଶେପ୍‌ ହିସାବରେ ଡ୍ରେସ୍‌ ପିନ୍ଧିବା ଆବଶ୍ୟକ। ଯେମିତି କି ଆପଲ ଶେପ୍‌ ମହିଳାଙ୍କୁ ଟାଇଟ୍‌ ଫିଟି,ଟି ଶାର୍ଟ,ହେବି ଓ୍ବାର୍କ,ଗ୍ଲଟିରୀ ଡ୍ରେସ,ସିମର ଡ୍ରେସ,ପ୍ଲିଟ୍‌ସ ଥିବା ଟ୍ରାଉଜର ଶର୍ଟ ଜ୍ୟାକେଟ୍‌ ଡ୍ରେସ କିଣିବା ଅନାବଶ୍ୟକ, କାରଣ ଏଥିରେ ତାଙ୍କ ଲୁକ୍‌ ଭଲ ଲାଗି ନ ଥାଏ। ଏହା ବଦଳରେ ସିଲ୍କ, କର୍ଟନ ଫାବ୍ରିକ୍‌କୁ ପ୍ରିଫରେନ୍ସ ଦେବା ଆବଶ୍ୟକ। ସେମାନଙ୍କ ଉପରେ ଡାର୍କ କଲର,ଛୋଟ ଛୋଟ ପ୍ୟାଟର୍ନ ଥିବା ଡ୍ରେସେସ୍‌,ପ୍ଲେନ୍‌ ଟ୍ରାଉଜର୍ସ ଟ୍ୟୁନିକ୍‌ ଟପ୍‌ ଭଲ ମାନିଥାଏ।

ଅଣ୍ଟାଠାରୁ ଶରୀର ଉପରି ଭାଗ ଚଉଡା ଥିଲେ : ଭି ସେପ୍‌ର ମହିଳା ଏହି ଡ୍ରେସ୍‌ରେ ସ୍ଲିମ୍‌ ଲାଗିଥାନ୍ତି। ଯେଉଁମାନଙ୍କର ପିୟର ବଡି ସେପ୍‌ ତାଙ୍କ ଉପରେ ମୋଟା ଟାଇପ୍‌ର ଡ୍ରେସ୍‌, ଟେକ୍‌ଟପ୍‌, ସୋଲଡର ଏମ୍ଭ୍ରୋୟଡୋରି ଥିବା ଜ୍ୟାକେଟ, ସ୍କର୍ଟ ଭଲ ମାନିଥାଏ। ଯଦି ଆପଣ ହେଲ୍‌ଦି ତେବେ ସ୍ଲିବ୍‌ଲେସ୍‌ ଟପ୍‌ କିଣନ୍ତୁ ନାହିଁ। ଏହା ବଦଳରେ ଥ୍ରୀ ଫୋର୍ଥ,ଫୁଲ ସ୍ଲିବ୍‌ ଟପ୍‌ କ୍ୟାରି କରିପାରିବେ। ଆପଣଙ୍କ କାନ୍ଧ ଚଉଡା ଥିଲେ ଆପଣ ହୋଲଟରନେକ୍‌,ଟ୍ୟୁବ୍‌, ବୋଟ୍‌ ନେକ ଟପ୍‌ କ୍ୟାରି କରନ୍ତୁ। ବେକ ଛୋଟ ହୋଇଥିଲେ ହାଇନେକ୍‌ ଟପ୍‌ କିଣିବା ଠାରୁ ଦୂରେଇ ରୁହନ୍ତୁ।

ପତଳା ଅଣ୍ଟା ଶରୀର : ଯଦି ଆପଣଙ୍କ ଶରୀର ନିଜ ଅଣ୍ଟାରୁ ମଧ୍ୟ ପତଳା ତେବେ ଏହି ମାମଲାରେ ଅଧିକ ଭାଗ୍ୟବତୀ ଏ ପ୍ରକାର ଶରୀରରେ ଆପଣ ନିଜର କର୍ଭକୁ ପ୍ରୋମିନେଣ୍ଟ ଦର୍ଶାଇବା ଜରୁରୀ । ଉଦାହରଣ ସ୍ୱରୂପ ଯଦି ଆପଣ ଜିନ୍ସ ସହିତ ଟି-ସାର୍ଟ ପିନ୍ଧୁଛନ୍ତି ତେବେ ସାର୍ଟକୁ ଇନ କରନ୍ତୁ , କାରଣ ଏହାଦ୍ବାରା ଆପଣଙ୍କ କର୍ଭ ଅଧିକ ଭଲ ଭାବେ ଦିଶିବା ଓ ଆପଣ ଅଧିକ ଆକର୍ଷଣୀୟ ଦିଶିବେ । ସେହି ଆପଣଙ୍କ ସ୍କିନ କଲର ହିସାବରେ ଯେଉଁଭଳି ଟପ ଚୟନ କଲେ ବି V ନେକ ବେକ ଆପଣଙ୍କୁ ବେଶୀ ମାନିବ ।

#fashion

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon