• ବେତାର ବ୍ୟୁରୋ

ରାଜ୍ୟ ସରକାରଙ୍କ ନିଷ୍ପତ୍ତି : ଭର୍ତ୍ତିହେବ 11,000ରୁ ଅଧିକ ଖାଲି ହାଇସ୍କୁଲ ଶିକ୍ଷକ ପଦବୀ


(ବେତାର ବ୍ୟୁରୋ) ରାକ୍ୟରେ ଅନେକ ଦିନରୁ ଖାଲି ପଡିଥିବା 11,000ରୁ ଅଧିକ ହାଇସ୍କୁଲ ଶିକ୍ଷକ ପଦକୁ ପର୍ଯ୍ୟାୟକ୍ରମେ ପୂରଣ କରିବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସମସ୍ତ ପଦବୀରେ ଶିକ୍ଷକମାନେ ପ୍ରଥମେ ଚୁକ୍ତି ବା କଣ୍ଟ୍ରାକ୍ଟଚୁଆଲ ଭିତ୍ତିରେ ରହିବେ ଓ ଛଅ ବର୍ଷ କାର୍ଯ୍ୟ କଲାପରେ ସ୍ଥାୟୀ ଶିକ୍ଷକ ହେବେ। ଏ ନେଇ ଏକ ସଂକଳ୍ପ ନେଇଥିବାର ଗୁରୁବାର ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଘୋଷଣା କରିଛି । ଏହି ସଂକଳ୍ପ ଅନୁଯାୟୀ ରାଜ୍ୟ ମାଧ୍ୟମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ ସମଗ୍ର ରାଜ୍ୟରେ ସରକାରୀ ହାଇସ୍କୁଲମାନଙ୍କରେ ଖାଲି ପଡିଥିବା TGT ବା ଟ୍ରେନଡ଼ ଗ୍ରାଜୁଏଟ ଟିଚରଙ୍କ ସଂଖ୍ୟା ବିଷୟରେ ତଥ୍ୟ ସଂଗ୍ରହ କରିବେ ଓ ତତ୍ପରେ ଏହି ପଦବୀ ପାଇଁ ଏକ ଅନଲାଇନ ପରୀକ୍ଷା ହେବ ବୋଲି ଘୋଷଣା କରବେ। ଯଦିଓ ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ପ୍ରାୟ 11,000 ରୁ ଅଧିକ ହାଇସ୍କୁଲ ଶିକ୍ଷକ ପଦ ଖାଲି ଅଛି, ଏହି ସବୁ ପଦବୀ ପାଇଁ ଏକସଙ୍ଗରେ ପରୀକ୍ଷା ହେବ ନାହିଁ। ପ୍ରତିବର୍ଷ କେତୋଟି ହାଇସ୍କୁଲ ଶିକ୍ଷକ ପଦ ପୂରଣ ହେବ ସେ ନେଇ ସରକାର ମତ ସ୍ପଷ୍ଟ କରିସାରିଲା ପରେ ଅନଲାଇନ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।

ପ୍ରାର୍ଥୀଙ୍କ ପାଇଁ ନିୟମ ଆଗ୍ରହୀ ପ୍ରାର୍ଥୀମାନେ 21 ରୁ 32 ବର୍ଷ ବୟସ ମଧ୍ୟରେ ହେଇଥିବା ତଥା ମାଧ୍ୟମିକ ସ୍ତରରେ ଓଡ଼ିଆ ବିଷୟରେ ପାସ କରିଥିବା ଜରୁରୀ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ଶିକ୍ଷକମାନେ ଓଡିଶା ସରକାରଙ୍କ କଣ୍ଟ୍ରାକ୍ଟ ଚୁଆଲ ପଦବୀ (ଗ୍ରୁପ ବି) ପାଇଁ ଥିବା ଉଦ୍ଦିଷ୍ଟ ଦରମା ଓ ଅନ୍ୟାନ୍ୟ ସୁବିଧା ପାଇବେ। ପ୍ରତିବର୍ଷ ମାର୍ଚ୍ଚ ମାସରେ ଚାକିରୀ ଚୁକ୍ତି ନବୀକରଣ ହେବ ଓ ଛଅ ବର୍ଷ ପରେ ଚାକିରୀ ସ୍ଥାୟୀ ହେଲେ ସରକାରୀ ଚାକିରୀ ପରି ଦରମା ଓ ଅନ୍ୟାନ୍ୟ ଭତ୍ତା ମିଳିବ ବୋଲି ଏହି ବିଜ୍ଞପ୍ତିରେ ଉଲ୍ଲେଖ ଅଛି। ପୂର୍ବରୁ ଚୁକ୍ତି ଭିତ୍ତିକ ଶିକ୍ଷକ ନିଯୁକ୍ତି ନେଇ ଅନେକ ନିୟମ ଥିଲେ ମଧ୍ୟ ଏହି ନୂତନ ବିଜ୍ଞପ୍ତିରେ ଥିବା ନିୟମ ହିଁ ସର୍ବୋପରି ଧରାହେବ ବୋଲି ଏଥିରେ ଉଲ୍ଲେଖ ଅଛି। ଅନ୍ୟ ପକ୍ଷରେ ରାଜ୍ୟରେ ଶହ ଶହ ଚୁକ୍ତି ଭିତ୍ତିକ ଶିକ୍ଷକ ରାଜଧାନୀରେ ପେନସନ ଓ ଅନ୍ୟାନ୍ୟ ସୁବିଧା ପାଇଁ ଆନ୍ଦୋଳନ ଚାଲୁ ରଖିଛନ୍ତି ଯାହା 40 ଦିନରୁ ମଧ୍ୟ ଅଧିକ ସମୟ ପାଇଁ ରହିଛି।

#govtjobs #jobs #teacherjob

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon