• ବେତାର ବ୍ୟୁରୋ

ଶୁକ୍ରବାର ରିଲିଜ : ମନ କିଣୁଛି 'ସୁଇ-ଧାଗା' ଓ 'ପଟାଖା'


(ବେତାର ବ୍ୟୁରୋ) ଶୁକ୍ରବାର ଦିନ ଦୁଇଟି ଭିନ୍ନ ସ୍ୱାଦର ବଲିଉଡ ଚଳଚ୍ଚିତ୍ର ମୁକ୍ତି ଲାଭ କରିଛି । ଗୋଟିଏ ପଟେ ରହିଛି ୟଶରାଜ୍ ଫିଲ୍ମସର ‘ସୁଇ ଧାଗା – ମେଡ୍ ଇନ୍ ଇଣ୍ଡିଆ’ । ଏହି ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବରୁଣ ଧୱନ ଓ ଅନୁଷ୍କା ଶର୍ମା । ଏହି ସିନେମାକୁ ଟକ୍କର୍ ଦେବା ପାଇଁ ମୁକ୍ତିଲାଭ କରିଛି ଚର୍ଚ୍ଚିତ ନିର୍ଦ୍ଦେଶକ ବିଶାଲ୍ ଭରଦୱାଜଙ୍କ ଫିଲ୍ମ ‘ପଟାଖା’ ।

ବରୁଣଙ୍କ କମେଡି ଡାଇଲଗ

ଫ୍ୟାମିଲି ଡ୍ରାମା ଫିଲ୍ମ ‘ସୁଇ ଧାଗା – ମେଡ୍ ଇନ୍ ଇଣ୍ଡିଆ’ ମଧ୍ୟପ୍ରଦେଶର ଗରିବ ଦମ୍ପତିଙ୍କ କାହାଣୀ ଉପରେ ପର୍ଯ୍ୟବେସିତ ହୋଇଛି । ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ମୌଜି (ବରୁଣ ଧାବନ)ଓ ମମତା (ଅନୁଷ୍କା ଶର୍ମା) ଏକ ଗରିବ ସାଧାରଣ ଦମ୍ପତି ।

ମୌଜି ଏକ ଦୋକାନରେ କାମ କରେ ଏବଂ ସମସ୍ତଙ୍କର ମନୋରଂଜନ କରେ । ହେଲେ ମମତା ଚାହେଁ ମୌଜି ନିଜ ଦମରେ କିଛି କରୁ । ଏହାପରେ ସିଲେଇ ମେସିନ୍ ଦୋକାନରେ କାମ କରୁଥିବା ମୌଜି ନିଜେ ମେସିନ୍ ଧରି ସିଲେଇ କାମ କରିବା ଆରମ୍ଭ କରେ, ଆଉ ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ ମୌଜି ଓ ମମତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡେ ।

ୟଶରାଜ୍ ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ପ୍ରଯୋଜନା କରିଛନ୍ତି ମନୀଷ ଶର୍ମା ଏବଂ ନିର୍ଦ୍ଦେଶନା ଦେଇଛନ୍ତି “ଦମ ଲଗା କେ ହେଇସା” ଫିଲ୍ମର ନିର୍ଦ୍ଦେଶକ ଦାୟିତ୍ଵ ତୁଲାଇଥିବା ଶରତ କଟାରିୟା । କାହାଣୀକୁ ସୁହାଇଲା ଭଳି ମନଛୁଆଁ ଗୀତକୁ ସିନେମାରେ ସ୍ଥାନ ମିଳିଛି ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ଅନ୍ନୁ ମଲ୍ଲିକ୍ ।

ବିଭିନ୍ନ ଚଳଚ୍ଚିତ୍ର ସମୀକ୍ଷକ ଏଥିରେ ଥିବା କମେଡିଭରା ଡାଇଲଗକୁ ପ୍ରଶଂସା କରିଛନ୍ତି ଓ ଏହା ଏକ ଭଲ ଚଳଚ୍ଚିତ୍ର ବୋଲି କହିଛନ୍ତି ।

ହସକାନ୍ଦର କାହାଣୀ-ପଟାଖା

ଏହି କମେଡି-ଡ୍ରାମା ଫିଲ୍ମର କାହାଣୀ ଦୁଇ ଭଉଣୀଙ୍କ ଜୀବନ ଉପରେ ଆଧାରିତ । ରାଜସ୍ଥାନର ଏକ ଗାଁର ଏହି ଦୁଇ ଭଉଣୀ ସବୁବେଳେ ଲଢେଇ ଓ ଝଗଡାରେ ମାତିଥାନ୍ତି । ଦୁଇ ଭଉଣୀ ପରସ୍ପରକୁ ସହି ପାରନ୍ତି ନାହିଁ । ବଦମାସି କରିବା, ବଡି ଟାଣିବା, ନିଜ ବାପାଙ୍କୁ ହଇରାଣ କରିବା, ପୁଅଙ୍କ ସହ ଫ୍ଲର୍ଟ କରିବା ଏମିତି ସବୁ ହରକତ୍ କରନ୍ତି । ଆଉ ଯେତେବେଳେ ବିବାହ କଥା ଆସେ ନିଜ ନିଜ ପ୍ରେମିକଙ୍କ ସହ ଫେରାର୍ ହୋଇ ଯାଆନ୍ତି ।

ହେଲେ ପରିସ୍ଥିଟି ଏମିତି ହୁଏ ଯେ ଏ ଦୁଇ ଭଉଣୀକୁ ଗୋଟିଏ ଘରକୁ ବୋହୂ ହେଇ ଯାଆନ୍ତି ଅର୍ଥାତ ଦୁଇ ଯାଆ ଭାବେ ଗୋଟିଏ ଘରେ ରହନ୍ତି । ଏମିତି ଏକ କମେଡି – ଡ୍ରାମା କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ‘ପଟାଖା’ରେ ଦୁଇ ଭଉଣୀ ଚରିତ୍ରରେ ସନୟା ମଲହୋତ୍ରା ଏବଂ ରାଧିକା ମଦନଙ୍କୁ ଦେଖିବାକୁ ମିଳିଛି । ଏହାଛଡା କମେଡି ଷ୍ଟାର୍ ସୁନୀଲ୍ ଗ୍ରୋଭର ମଧ୍ୟ ଏହି ସିନେମାରେ ଅନ୍ୟ ଏଖ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି ।

କ୍ୟାଟା ପ୍ରଡକ୍ସନ, B4U ମୋସନ୍ ପିକଚର୍ସ, ଏବଂ ବିଶାଲ୍ ଭରଦୱାଜ୍ ଫିଲ୍ମସ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବିଶାଲ୍ ଭରଦୱାଜ ।

ଏହି ଚଳଚ୍ଚିତ୍ରରେ ଉନ୍ନତ ନିର୍ଦ୍ଦେଶନା ଓ କାହାଣୀ ପାଇଁ ଅନେକ ସମୀକ୍ଷକ ଏହାକୁ ଏକ ଉତ୍ତମ ଫିଲ୍ମ ଭାବେ ବର୍ଣ୍ଣନା କରିଛନ୍ତି ।

#bollywood #fridayrelease

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon