• ବେତାର ବ୍ୟୁରୋ

ଆମାଜନ ପୂଜା ସେଲ ଅକ୍ଟୋବର 10ରୁ: ଜାଣନ୍ତୁ କେଉଁ ଜିନିଷରେ ମିଳିବ କେତେ ରିହାତି


(ବେତାର ବ୍ୟୁରୋ) ଆଗକୁ ଆସୁଥିବା ପାର୍ବଣ ଋତୁକୁ ଆଖି ଆଗରେ ରଖି ଗ୍ରାହକମାନଙ୍କୁ ଅଫର ମାଧ୍ୟମରେ ଆକର୍ଷିତ କରିବା ପାଇଁ ଇ-କମର୍ସ କମ୍ପାନୀ ଗୁଡିକ ପ୍ରସ୍ତୁତ ହୋଇସାରିଲେଣି। ନିକଟରେ ଫ୍ଲିପକାର୍ଟ ତରଫରୁ ଏହାର ବହୁ ପ୍ରତୀକ୍ଷିତ  ବିଗ ବିଲିୟନ ଡେ ସେଲର ଘୋଷଣା କରାଯାଇଥିଲା। ଏହାପରେ ଆମାଜନ ତରଫରୁ ମଧ୍ୟ ଏହାର ‘ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ’ର ଘୋଷଣା କରାଯାଇଛି। ଏହି ସେଲ ଅକ୍ଟୋବର ୧୦ ତାରିଖରୁ ଆରମ୍ଭ ହେବ ଓ ଅକ୍ଟୋବର ୧୫ ତାରିଖରେ ଏହା ସରିବ।

ଆମାଜନର ଏହି ସେଲରେ ସ୍ମାର୍ଟଫୋନ, ଟିଭି, ଘରପାଇଁ ଆବଶ୍ୟକୀୟ ଉପକରଣ, ଫ୍ୟାଶନ, ଗ୍ରୋସରି, ପ୍ରସାଧନ ସାମଗ୍ରୀ, କମ୍ପ୍ୟୁଟର ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀରେ ଗ୍ରାହକମାନଙ୍କୁ ଅଫର ମିଳିବ। ପୂର୍ବଥର ପରି ଏଥର ମଧ୍ୟ ଆମାଜନର ପ୍ରାଇମ ସଦସ୍ୟମାନେ ଡିଲ ଆରମ୍ଭ ପୂର୍ବରୁ ଏକ୍ସେସ କରିପାରିବେ।

ଏସବିଆଇ କ୍ରେଡିଟ କାର୍ଡ କିମ୍ବା ଡେବିଟ କାର୍ଡରେ ସପିଙ୍ଗ କରିବା ଦ୍ଵାରା ଗ୍ରାହକଙ୍କୁ ୧୦% ଡ଼ିସକାଉଣ୍ଟ ମଧ୍ୟ ମିଳିବ। ଏହା ସହିତ ଅନେକ ବ୍ୟାଙ୍କରେ ନୋ-କଷ୍ଟ ଇ.ଏମ.ଆଇ ଓ ବଜାଜ ଫିନକର୍ପ କାର୍ଡ ସାହାଯ୍ୟରେ ମଧ୍ୟ ସପିଙ୍ଗ କରିପାରିବେ। ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଓ ଆକ୍ସିସ ବ୍ୟାଙ୍କର କ୍ରେଡିଟ କାର୍ଡ ଥିବା ଗ୍ରାହକ ମାନେ ଇ.ଏମ.ଆଇର ସୁବିଧା ଉଠାଇ ପାରିବେ।

ଆମାଜନର ଏହି ସେଲରେ କେତେକ ସ୍ମାର୍ଟଫୋନ ଉପରେ ଏକ୍ସଚେଞ୍ଜ ଅଫର ମଧ୍ୟ ମିଳିବ। ଏହାସହିତ ଲାପଟପ, କ୍ୟାମେରା, ସ୍ପିକର ଓ ଅନ୍ୟାନ୍ୟ ପ୍ରଡ଼କ୍ଟରେ ରିହାତି ଓ କମ ସମୟ ମଧ୍ୟରେ ଡେଲିଭରିର ଅପ୍ସନ ମଧ୍ୟ ମିଳିବ।

ପାଞ୍ଚଲକ୍ଷ ଟଙ୍କାର ପୁରସ୍କାର

ଆମାଜନର ଏହି ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ ସମୟରେ ଆମାଜନ ପ୍ରତିଯୋଗୀତା ମଧ୍ୟ ଆୟୋଜନ କରାଯିବ। ଏହି ପ୍ରତିଯୋଗୀତାରେ ଗ୍ରାହକମାନେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଜିତିବାର ସୁଯୋଗ ପାଇପାରିବେ। ଏହାବ୍ୟତୀତ ପ୍ରତିଦିନ ରାତି ୮ଟାରୁ ରାତି ୧୨ଟା ପର୍ଯ୍ୟନ୍ତ golden hour dealର ଆୟୋଜନ କରାଯିବ। ଆମାଜନ ଆପରୁ ଜିନିଷ କିଣିଲେ ଗ୍ରାହକଙ୍କୁ ୬୦% ରିହାତି, ଗିଫ୍ଟ କାର୍ଡ ଓ ଟ.୧୫୦ ପର୍ଯ୍ୟନ୍ତ କ୍ୟାଶବ୍ୟାକ ମଧ୍ୟ ମିଳିବ।

ଏହି ସେଲରେ ଟପ ବ୍ରାଣ୍ଡର ପୋଷାକରେ ୫୦% ପର୍ଯ୍ୟନ୍ତ ରିହାତି ମିଳିବ। ଏହାସହିତ ଆମାଜନ ସାଇଟରେ amazon festive home ମଧ୍ୟ ଦେଖିବାକୁ ମିଳିବ। ଛଅ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସେଲରେ ଯେଉଁ ଯେଉଁ ପ୍ରଡ଼କ୍ଟ ବିକ୍ରି ପାଇଁ ଉଦ୍ଧିଷ୍ଟ ତାହା ଏଥିରେ ଉପଲବ୍ଧ ହେବ। ଗତ ସପ୍ତାହରେ ଭାରତରେ ଲଞ୍ଚ ହୋଇଥିବା ଇକୋ ମଡେଲ ଓ ଆଲେକ୍ସା କଣ୍ଟ୍ରୋଲ ଆଇଆର ରିମୋଟ ମଧ୍ୟ ଦେଖିବାକୁ ମିଳିବ।

ଅମାଜନ ପରି ଫ୍ଲିପକାର୍ଟର ବିଗ ବିଲିୟନ ଡେ ସେଲ ଅକ୍ଟୋବର ୧୦ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ମୋଟ ପାଞ୍ଚ ଦିନ ଚାଲୁ ରହିବ।

#amazon #greatindianfestivalsale

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon