• ବେତାର ବ୍ୟୁରୋ

ମୟୂରପଙ୍ଖ ପାଖରେ ରଖୁଛନ୍ତି କି? ଜାଣନ୍ତୁ କେଉଁ ବାସ୍ତୁ ଦୋଷ ଦୂର ହେବ


(ବେତାର ବ୍ୟୁରୋ) ଜ୍ୟୋତିଷଶାସ୍ତ୍ରରେ ମୟୂର ପଙ୍ଖର ଅନେକ ଗୁରୁତ୍ଵ ରହିଛି। ଏହାକୁ ନବଗ୍ରହର ପ୍ରତୀକ ବୋଲି ମଧ୍ୟ କୁହାଯାଏ, ଯେଉଁ କାରଣରୁ କୁଣ୍ଡଳୀରେ ଥିବା ଅନେକ ଦୋଷ ଦୂର ହୋଇଥାଏ ଓ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ। ମୟୂର ପଙ୍ଖ ପାଖରେ ରଖିବା ଦ୍ଵାରା ନକରାତ୍ମକ ଶକ୍ତିର ପ୍ରଭାବକୁ ଦୂରେଇ ରଖିଥାଏ। ତେବେ ଜାଣିରଖନ୍ତୁ ମୟୂର ପଙ୍ଖ କିପରି ଭାବେ ଆପଣଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଥାଏ।

. ଭଗବାନ କୃଷ୍ଣଙ୍କ ମସ୍ତକରେ ଶୋଭା ପାଉଥିବା ଏହି ମୟୂର ପଙ୍ଖକୁ ସୌଭାଗ୍ୟର ପ୍ରତୀକ କୁହାଯାଇଥାଏ। ଏଥିପାଇଁ ଏହାକୁ ଘରେ ସଠିକ ଜାଗାରେ ରଖିବା ଦ୍ଵାରା ଆପଣଙ୍କୁ ଲାଭ ମିଳିଥାଏ। ଯଦି ଅନେକ ସମୟ ଧରି ଆପଣଙ୍କର କୌଣସି କାର୍ଯ୍ୟ ପୂରଣ ହେବା ପାଇଁ ବାଧା ସୃଷ୍ଟି ହେଉଥାଏ ତେବେ ନିଜ ଶୟନ କକ୍ଷର ପୂର୍ବ, ଦକ୍ଷିଣ-ପୂର୍ବ ଦିଗରେ ମୟୂର ପଙ୍ଖ ଲଗାନ୍ତୁ।

.ଯଦି ଆପଣ ନିଜ ବ୍ୟାପାର ବାଣିଜ୍ୟରେ ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ ନିଜ ଅଫିସ କିମ୍ବା ଦୋକାନର ଦକ୍ଷିଣ-ପୂର୍ବ ଦିଗରେ ମୟୂର ପଙ୍ଖ ଲଗାନ୍ତୁ। ଶାସ୍ତ୍ରଅନୁସାରେ, ଏହାଦ୍ୱାରା ଘର-ପରିବାରର ଆର୍ଥିକ ସମସ୍ୟା ଦୂର ହୋଇଥାଏ।

.ବାସ୍ତୁଶାସ୍ତ୍ର ଅନୁସାରେ ମୟୂର ପଙ୍ଖରେ ଶତ୍ରୁକୁ ମିତ୍ର କରିବାର ଶକ୍ତି ରହିଛି। ହନୁମାନଙ୍କ ମଥାରୁ ସିନ୍ଦୁର ଆଣି, ଯେଉଁ ବ୍ୟକ୍ତିଙ୍କ ସହ ଶତ୍ରୁତା ରହିଛି ତାଙ୍କ ନାମକୁ ପଙ୍ଖ ଉପରେ ଲେଖନ୍ତୁ। ଏହାକୁ ରାତିସାରା ମନ୍ଦିରରେ ରଖିବା ପରେ ସକାଳୁ ନେଇକି ଜଳରେ ପ୍ରବାହିତ କରିଦିଅନ୍ତୁ।

.ବାସ୍ତୁଶାସ୍ତ୍ରରେ ଘରର ମୁଖ୍ୟ ଦ୍ଵାରକୁ ଅଧିକ ଗୁରୁତ୍ଵ ଦିଆଯାଇଛି। ଏଥିପାଇଁ ଘରର ମୁଖ୍ୟଦ୍ଵାରକୁ ସବୁବେଳେ ପରିଷ୍କାର ରଖନ୍ତୁ ଓ ମୁଖ୍ୟଦ୍ଵାରରେ ଗଣେଶଙ୍କ ମୂର୍ତ୍ତି ସହିତ ମୟୂର ପଙ୍ଖ ରଖନ୍ତୁ, ଏହାଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ।

.ଛାତ୍ରଛାତ୍ରୀଙ୍କ ରୁମରେ କିମ୍ବା ବହିରେ ମୟୂର ପଙ୍ଖ ରଖିବା ଦ୍ଵାରା ସ୍ମରଣଶକ୍ତି ବଢିବା ସହିତ ଏକାଗ୍ରତା ମଧ୍ୟ ବଢିଥାଏ।

.ଘରର ଏପରି ସ୍ଥାନରେ ମୟୂର ପଙ୍ଖକୁ ରଖନ୍ତୁ ଯେପରି ଘରକୁ ପ୍ରବେଶ କରିବା ଓ ବାହାରିବା ସମୟରେ ନଜର ପଡିବ। ଏହାଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ ଓ ସକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

#vastu #vastutips #peacockfeather

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon