• ବେତାର ବ୍ୟୁରୋ

ଓଠ କଳା ପଡୁଥିଲେ ଖାଆନ୍ତୁ ଏହି ସବୁ ଖାଦ୍ୟ


(ବେତାର ବ୍ୟୁରୋ) ଗୋଲାପି ଓଠ ନାରୀର ସୌନ୍ଦର୍ଯ୍ୟ ବଢାଇଥାଏ। କିନ୍ତୁ ବର୍ତ୍ତମାନର ବ୍ୟସ୍ତ ବହୁତ ଜୀବନ ଶୈଳୀ, ଖାଦ୍ୟପେୟ, ପ୍ରତିଦିନ ଲିପଷ୍ଟିକ ଲଗାଇବା, ଧୁମ୍ରପାନ କରିବା ଇତ୍ୟାଦି କାରଣରୁ ପ୍ରତି ତିନି ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କ ଓଠ କଳା ପଡିବାର ସମସ୍ୟାର ସାମ୍ନା କରୁଛନ୍ତି। ଏହି କଳା ଓଠ ନାରୀର ସୌନ୍ଦର୍ଯ୍ୟକୁ କମ କରିଦେଇଥାଏ। ଯଦି ଆପଣଙ୍କ ଓଠ କଳା ପଡିଯାଉଛି, ତେବେ ପୁଣି ଥରେ ଗୋଲାପି ଓ ନରମ ଓଠ ପାଇବା ପାଇଁ ଜାଣିରଖନ୍ତୁ କିଛି ଟିପ୍ସ।

୧.ମହୁ: ଓଠ କଳା ପଡୁଥିଲେ ରାତିରେ ଶୋଇବା ଆଗରୁ ଓଠରେ ଅଳ୍ପ ମହୁ ଲଗାଇ ଶୁଅନ୍ତୁ। ମହୁରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ମିନେରାଲ ଯଥା ମାଗ୍ନେସିୟମ ଓଠର କଳା ଦାଗ ଦୂର କରିବା ପାଇଁ ବିଶେଷ ସହାୟକ ହୋଇଥାଏ। ଏହାଦ୍ୱାରା ଆପଣଙ୍କ ଓଠ ସତେଜ ମଧ୍ୟ ଦେଖାଯିବ।

୨.ଟମାଟୋ: ଏଥିରେ ଅଧିକ ପରିମାଣର ସିଲେନିୟମ ଓ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ରହିଛି, ଯାହା ଆପଣଙ୍କ ଓଠ ଓ ତ୍ଵଚାକୁ ସୂର୍ଯ୍ୟକିରଣରୁ ରକ୍ଷା କରିଥାଏ। ଟମାଟୋରୁ ପ୍ରସ୍ତୁତ ସାଲାଡ ଅଧିକ ପରିମାଣର ଖାଆନ୍ତୁ କିମ୍ବା ଟମାଟୋର ଫେଷ୍ଟ ପ୍ରସ୍ତୁତ କରି ଓଠରେ ଲଗାନ୍ତୁ।

୩.ନଡିଆ: ନଡିଆ ଆପଣଙ୍କ ଓଠକୁ ହାଇଡ୍ରେଟ ରଖିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଆପଣ ନଡିଆକୁ ଖାଇପାରିବେ, ତରକାରୀରେ ପକାଇ ପାରିବେ କିମ୍ବା ଶୋଇବା ଆଗରୁ ଓଠରେ ନଡିଆ ତେଲ ଲଗାଇ ପାରିବେ।

୪.ଦହି: ଏହା ଆପଣଙ୍କ ତ୍ଵଚାକୁ ଯବାନ ରଖିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ସାଲାଡରେ ଦହି ମିଶାଇ ଖାଆନ୍ତୁ। ଏହାବ୍ୟତୀତ ଦହିରେ କେଶର ମିଶାଇ ଓଠରେ ଲଗାନ୍ତୁ। ଏହାଦ୍ୱାରା କଳାଦାଗ ଦୂର ହୋଇଥାଏ।

୫.ଲେମ୍ବୁ: ଓଠ କଳା ପଡୁଥିଲେ ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ଓଠରେ ଲଗାନ୍ତୁ। ଲେମ୍ବୁରେ ଅଧିକ ମାତ୍ରାରେ ବ୍ଲିଚିଙ୍ଗ ଗୁଣ ରହିଥାଏ। ଏଥିପାଇଁ ଏହାକୁ ଓଠରେ ଧୀରେ ଧୀରେ ଘଷନ୍ତୁ, କିଛି ଦିନ ମଧ୍ୟରେ ଫରକ ଜଣା ପଡିଯିବ।

୬.ତରଭୁଜ: ଗୋଲାପି ଓଠ ପାଇବା ପାଇଁ ଅଧିକ ପରିମାଣର ଫଳ ଖାଆନ୍ତୁ। ଯେଉଁ ଫଳରେ ଅଧିକ ପରିମାଣର ପାଣି ରହିଥାଏ ତାହା ଆମ ଶରୀର ପାଇଁ ଅଧିକ ଉପାଦେୟ ହୋଇଥାଏ। ତରଭୁଜରେ ୯୭% ପାଣି ରହିଥାଏ। ଏହାକୁ ଖାଇବା ଦ୍ଵାରା ଓଠର କଳା ଦାଗ ମଧ୍ୟ ଦୂର ହୋଇଥାଏ।

୭.ଏଲୋଭେରା: ଏଥିରେ ଆଲୋଏସିନ ଯଥେଷ୍ଟ ପରିମାଣର ରହିଥାଏ। ଏହା ଆପଣଙ୍କ ଓଥରୁ କାଳଦାଗ ଦୂର କରି ଆପଣଙ୍କ ଓଠକୁ ଗୋଲାପି କରିବାରେ ସାହାଯ୍ୟ କରେ। ଏଥିପାଇଁ ଏଲୋଭେରା ଜେଲ ଓଠରେ ଲଗାନ୍ତୁ କିମ୍ବା ଏଲୋଭେରା ଜୁସ ପ୍ରସ୍ତୁତ କରି ପିଅନ୍ତୁ।

୮.ବିଟ: ପର୍ପଲ ରଙ୍ଗର ପରିବାରେ ଅଧିକ ପରିମାଣର ଭିଟାମିନ ଓ ମିନେରାଲସ ରହିଥାଏ। ଏହା ଆପଣଙ୍କ ତ୍ଵଚାକୁ ମଶ୍ଚୁରାଇଜ କରିବାରେ ସାହାଯ୍ୟ କରିଥାଏ। ବିଟର ଜୁସ ପ୍ରସ୍ତୁତ କରି ପ୍ରତିଦିନ ସେବନ କରନ୍ତୁ ଓ ଏହାକୁ ପ୍ରତିଦିନ ଓଠରେ ଲଗାନ୍ତୁ, ଏହାଦ୍ୱାରା ଓଠର କାଳଦାଗ ଦୂର ହେବ ଓ ଗୋଲାପି ଓଠ ପାଇ ପାରିବେ।              

#lifestyle #healthtips #darklips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon