• ବେତାର ବ୍ୟୁରୋ

ସାପ୍ତାହିକ ରାଶିଫଳ: କାହାକୁ ଜରୁରୀ ନିଷ୍ପତ୍ତି ନେବା ମନା


(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

ମେଷ: ସପ୍ତାହରେ ଦୁରସ୍ଥାନକୁ ଯାତ୍ରା କରିପାରନ୍ତି। ଭାଇଭଉଣୀଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷା କରନ୍ତୁ। କର୍ମକ୍ଷେତ୍ରରେ ଭଲ ସମୟ ବିତିବ। ଅଯଥାରେ କାହା ସହିତ ଝଗଡା କରନ୍ତୁନାହିଁ। ପରିବାର ମଧ୍ୟରେ ବିଶୃଙ୍ଖଳା ଲାଗି ରହିବ। ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲ ରହିବ।

ବୃଷ: କର୍ମକ୍ଷେତ୍ରରେ କିଛିଟା ପରିବର୍ତ୍ତନ ହେବ ଓ ଏହାଦ୍ଵାରା ଆପଣ ଅସୁବିଧାର ସମ୍ମୁଖୀନ ହେବେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଏହିସମୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ପାଇବ।

ମିଥୁନ: ଏହି ସପ୍ତାହରେ ଆପଣ ଅଧିକ ବ୍ୟସ୍ତ ରହିବେ। ପୁରୁଣା ସମ୍ପର୍କ ପାଇଁ ମାନସିକ ଦୁଃଶ୍ଚିନ୍ତା ବଢିବ। ଆଇନ ବିରୁଦ୍ଧରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ନିଜର ପରିଶ୍ରମ ପାଇଁ ପ୍ରଶଂସିତ ହେବେ। ଆୟରେ ବୃଦ୍ଧି ହେବ।

କର୍କଟ: ବହୁଦିନର ଆଶା ପୂରଣ ହେବ, ଏଥିପାଇଁ ଆନନ୍ଦିତ ରହିବେ। କର୍ମକ୍ଷେତ୍ରରେ ଭଲ ସମୟ ବିତିବ ଓ ପଦୋନ୍ନତିର ମଧ୍ୟ ସମ୍ଭାବନା ରହିଛି। ସପ୍ତାହର ମଧ୍ୟ ଭାଗରେ ଆୟରେ ବୃଦ୍ଧି ଘଟିବ। ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ।

ସିଂହ: କର୍ମକ୍ଷେତ୍ରରେ ନିଜ ପରିଶ୍ରମ ଅନୁଯାୟୀ ସଫଳତା ପାଇବେ। ସିନିୟର ମାନଙ୍କ ସହାୟତା ମଧ୍ୟ ମିଳିବ। ଆୟ ସହିତ ବ୍ୟୟ ମଧ୍ୟ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟପ୍ରତି ସଚେତନ ରୁହନ୍ତୁ ଓ ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ।

କନ୍ୟା: ଏହି ସମୟରେ ଆପଣ ଯାହା ନିଷ୍ପତ୍ତି ନେବେ ତାହା ଆପଣଙ୍କ ପାଇଁ ଆଗକୁ ସଫଳତା ଆଣିଦେବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ମାନସିକ ଦୁଃଶ୍ଚିନ୍ତା ବଢିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।

ତୁଳା: ସମାଜରେ ମାନସମ୍ମାନ ବଢିବ। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଦୁରସ୍ଥାନକୁ ଯାତ୍ରା କରିପାରନ୍ତି। ହଠାତ ବ୍ୟୟରେ ବୃଦ୍ଧି ହେବ। ନୂତନ ଜମି କ୍ରୟ କରିବେ। ଛାତ୍ରଛାତ୍ରୀମାନେ ନିଜ ପରିଶ୍ରମର ସଫଳତା ପାଇବେ।

ବିଛା: କର୍ମକ୍ଷେତ୍ରରେ ଆପଣଙ୍କ ଉପଦେଶ ସିନିୟର ଅଧିକାରୀ ପସନ୍ଦ କରିବେ ଓ ସମ୍ମାନ ମଧ୍ୟ ବଢିବ। ଭାଇଭଉଣୀଙ୍କ ସହ ଝଗଡା କରନ୍ତୁ ନାହିଁ। ତୀର୍ଥସ୍ଥାନ କିମ୍ବା କୌଣସି ଶାନ୍ତ ସ୍ଥାନକୁ ଯାତ୍ରା କରିପାରନ୍ତି। ପିତାମାତାଙ୍କ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ।

ଧନୁ: ପରିବାରରେ କୌଣସିଙ୍କ ସଦସ୍ୟଙ୍କ ସହିତ କଠୋର ହୁଅନ୍ତୁ ନାହିଁ। ତେଲ ଓ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ପୋରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଆୟରେ ବୃଦ୍ଧି ଘଟିବ। ଛାତ୍ରଛାତ୍ରୀମାନେ ନୂଆ ନୂଆ କଥା ଶିଖିବା ପାଇଁ ଆଗ୍ରହୀ ହେବେ।

ମକର: ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ରାଗୀ ସ୍ଵଭାବର ହେବେ ଓ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ। ନୂତନ ଜମି ଓ ଯାନବାହାନ କ୍ରୟ କରିବେ। ସମାଜରେ ସମ୍ମାନ ବୃଦ୍ଧି ପାଇବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ।

କୁମ୍ଭ: କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ପରିବାରରେ ଭାଇଭଉଣୀ କିମ୍ବା କର୍ମକ୍ଷେତ୍ରରେ ସିନିୟର ଅଧିକାରୀଙ୍କ ସହ ଝଗଡା ହୋଇପାରେ। ମାଲିମକୋଦ୍ଦମା କେସରେ ସଫଳତା ପାଇବେ। ଆୟ ସହିତ ବ୍ୟୟ ମଧ୍ୟ ବୃଦ୍ଧି ପାଇବ।

ମୀନ: କର୍ମକ୍ଷେତ୍ରରେ ବ୍ୟସ୍ତ ରହିବେ ଓ ପରିବାର ସଦସ୍ୟଙ୍କ ସହିତ କମ ସମୟ ବିତାଇବେ। ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ଛାତ୍ରଛାତ୍ରୀମାନେ ଶାରୀରିକ ଅସୁସ୍ଥତା ପାଇଁ ପାଠପଢାରେ ଧ୍ୟାନ ଦେଇପାରିବେ ନାହିଁ।

#astrology #horoscope #weekly

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon