• ବେତାର ବ୍ୟୁରୋ

ଏୟାରଟେଲ ଟ.181 ପ୍ୟାକରେ 3 GB ଡାଟା ପ୍ରତିଦିନ


(ବେତାର ବ୍ୟୁରୋ) ଦେଶରେ ଅଗ୍ରଣୀ ଟେଲିକମ କମ୍ପାନୀ ଗୁଡିକ ମଧ୍ୟରେ ପ୍ରତିଯୋଗୀତା ଦିନକୁ ଦିନ ବଢିବାରେ ଲାଗିଛି। ଦେଶରେ ଦ୍ଵିତୀୟ ସ୍ଥାନରେ ଥିବା ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀ ଏୟାରଟେଲ ତାର ଗ୍ରାହକ ମାନଙ୍କ ପାଇଁ ଟ.181 ମୂଲ୍ୟର ଏକ ନୂଆ ପ୍ରିପେଡ ରିଚାର୍ଜ ପ୍ଳାନ ଲଞ୍ଚ କରିଛି। ଏହି ପ୍ଳାନକୁ ରିଚାର୍ଜ କରିବା ପରେ ଗ୍ରାହକଙ୍କୁ ପ୍ରତିଦିନ 3ଜିବି 4ଜି ଡାଟା ମିଳିବ। ଏହି ମୂଲ୍ୟରେ ଦିନକୁ 3ଜିବି ଡାଟା ଅନ୍ୟ କୌଣସି କମ୍ପାନୀ ତରଫରୁ ବର୍ତ୍ତମାନ ଅଫର ଦିଆଯାଉନାହିଁ।

ଭାରତୀୟ ଟେଲିକମ ନ୍ୟୁଜ ପୋର୍ଟାଲ ଟେଲିକମ ଟଲ୍କରେ ପ୍ରକାଶିତ ଖବର ଅନୁଯାୟୀ ଏୟାରଟେଲର ଏହି ଟ.181 ପ୍ୟାକଟି ବର୍ତ୍ତମାନ କିଛି ବଛା ଯାଇଥିବା ସର୍କଲରେ ଲଞ୍ଚ କରାଯାଇଛି। ଖାସ କରି ଉତ୍ତର ଭାରତର ରାଜ୍ୟଗୁଡିକରେ ଏହା ଉପଲବ୍ଧ ହେଉଛି। ପରବର୍ତ୍ତୀ ସମୟରେ ଏହା ଅନ୍ୟ ସର୍କଲରେ ମଧ୍ୟ ଲଞ୍ଚ କରାଯାଇପାରେ।

ଏହି ପ୍ୟାକରେ ଏୟାରଟେଲର ଗ୍ରାହକଙ୍କୁ ମୋଟ 42ଜିବି ଡାଟା ମିଳିବ ତେବେ ଏହାର ବୈଧତା କେବଳ 14ଦିନ। ଏହି ପ୍ୟାକରେ ଦୈନିକ 3ଜିବି ହାଇସ୍ପିଡ 4ଜି ଡାଟା ବ୍ୟବହାର କରିପାରିବେ। ଏହାସହିତ ଅନଲିମିଟେଡ ଲୋକାଲ, ଏସଟିଡି ଓ ରୋମିଙ୍ଗ କଲ ମଧ୍ୟ କରିପାରିବେ। ଏହି କଲରେ କୌଣସି ଦୈନିକ ସୀମା ରହିବ ନାହିଁ। ଏହାବ୍ୟତୀତ ଗ୍ରାହକମାନେ ଦିନକୁ 100ଟି ଏସ.ଏମ.ଏସ ମଧ୍ୟ କରିପାରିବେ।

ଦୈନିକ ଅଧିକ ଡାଟା ବ୍ୟବହାର କରୁଥିବା ଗ୍ରାହକଙ୍କୁ ନିଜ ଆଡକୁ ପ୍ରଲୋଭିତ କରିବା ଲକ୍ଷ୍ୟ ରଖି ଏୟାରଟେଲ ଏହି ପ୍ୟାକ ଲଞ୍ଚ କରିଛି। ଏୟାରଟେଲର ଏହି ଟ.181 ପ୍ୟାକକୁ ଅନ୍ୟ କୌଣସି କମ୍ପାନୀ ଟକ୍କର ଦେଇପାରିବ ନାହିଁ, କାରଣ ବର୍ତ୍ତମାନ ଅନ୍ୟ କୌଣସି କମ୍ପାନୀ ଟ.200ରୁ କମ ମୂଲ୍ୟରେ ଦୈନିକ 3ଜିବି ଡାଟା ଅଫର କରୁନାହାନ୍ତି। ଜୁନ ମାସରେ ଅଳ୍ପ ସମୟ ପାଇଁ ଜିଓ ତରଫରୁ ପ୍ରମୋସନାଲ ଅଫର ଭାବରେ ଟ.149 ପ୍ୟାକ ଲଞ୍ଚ କରଯାଇଥିଲା। ଏହି ପ୍ୟାକରେ ଦୈନିକ 3ଜିବି ଡାଟା ମିଳୁଥିଲା ଓ ଏହାର ବୈଧତା 15ଦିନ ପାଇଁ ଥିଲା। କିନ୍ତୁ ଏୟାରଟେଲର ଏହି ପ୍ୟାକକୁ ସମସ୍ତ ଗ୍ରାହକଙ୍କ ପାଇଁ ଲଞ୍ଚ କରାଯାଇଛି।

ଜିଓ ମଧ୍ୟ ତାର ଗ୍ରାହକଙ୍କୁ ଟ.200ରୁ କମ ମୂଲ୍ୟରେ ଏକ ପ୍ୟାକ ଅଫର କରୁଛି। କିନ୍ତୁ ଏହି ଟ.198 ପ୍ୟାକରେ ଗ୍ରାହକଙ୍କୁ ଦୈନିକ 2ଜିବି ଡାଟା ମିଳୁଛି। ଏହି ପ୍ୟାକର ବୈଧତା 29ଦିନ ପର୍ଯ୍ୟନ୍ତ ରହୁଛି। ଏହାସହିତ ଏହି ପ୍ୟାକରେ ଗ୍ରାହକଙ୍କୁ ଅନଲିମିଟେଡ କଲ ଓ ଏସ.ଏମ.ଏସ ମଧ୍ୟ ମିଳୁଛି।

ତେବେ ଗତ ଦୁଇ ସପ୍ତାହ ମଧ୍ୟରେ ଏୟାରଟେଲ ତରଫରୁ ଅନେକ ନୂଆ ପ୍ରିପେଡ ରିଚାର୍ଜ ପ୍ୟାକ ଲଞ୍ଚ କରାଯାଇଛି। ଏୟାରଟେଲ ତରଫରୁ ଟ.168, ଟ.289, ଟ.97, ଟ.419 ଓ ସ୍ମାର୍ଟ ରିଚାର୍ଜ ପ୍ୟାକ ଯଥା ଟ.25, ଟ.35, ଟ.65, ଟ.95,ଟ.145, ଟ.245 ଲଞ୍ଚ କରାଯାଇଛି। କିନ୍ତୁ ଏହି ପ୍ୟାକ ଗୁଡିକ କିଛି ବଛାଯାଇଥିବା ସର୍କଲରେ ଲଞ୍ଚ କରାଯାଉଛି। ଅନ୍ୟପଟେ ଜିଓର ସମସ୍ତ ଅଫର ଭାରତ ସମସ୍ତ ସର୍କଲରେ ଲଞ୍ଚ କରାଯାଉଛି।

#mobile #recharge #prepaidrechargepack #airtel

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon