• ବେତାର ବ୍ୟୁରୋ

ବାସ୍ତୁଶାସ୍ତ୍ର ଅନୁଯାୟୀ ଏହି ସାତଟି ଜିନିଷ ଉପହାର ଦେଲେ ବା ଆଣିଲେ ହେଇଥାଏ କ୍ଷତି


(ବେତାର ବ୍ୟୁରୋ) ଭାରତୀୟ ସଂସ୍କୃତିରେ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଓ ପର୍ବପର୍ବାଣୀରେ ପ୍ରିୟଜନଙ୍କୁ ଉପହାର ଦିଆଯାଇଥାଏ। ଏହି ପରମ୍ପରା ଅନେକ ବର୍ଷରୁ ଚାଲିଆସୁଛି। ଉପହାର ଦେବା ଦ୍ଵାରା ସମ୍ପର୍କ ଅଧିକ ନିବିଡ ହୋଇଥାଏ ଓ ଯାହାକୁ ଆପଣ ଉପହାର ଦେଉଛନ୍ତି ତାଙ୍କ ମନ ପ୍ରସନ୍ନ ରହିଥାଏ। ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଉପହାରକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ରହିଛି।

ବାସ୍ତୁଶାସ୍ତ୍ର ଅନୁସାରେ ଏପରି ଅନେକ ବସ୍ତୁ ରହିଛି ଯାହାକୁ ଉପହାର ରୂପରେ ଦେବା ଉଚିତ ନୁହେଁ। ସେହି ବସ୍ତୁ ଗୁଡିକୁ ଉପହାର ଦେବା ଦ୍ଵାରା ଉପହାର ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ସହିତ ଆପଣଙ୍କର ମଧ୍ୟ କ୍ଷତି ହୋଇଥାଏ।

ଉଦାହରଣ ସ୍ୱରୂପ କୌଣସି ଶୁଭକାର୍ଯ୍ୟରେ ଓ ଜନ୍ମଦିନରେ ଆମେମାନେ ସାଧାରଣତଃ ଭଗବାନଙ୍କ ପ୍ରତିମା ଓ ଫଟୋ ଉପହାର ଦେଇଥାଉ କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ଉଚିତ ନୁହେଁ। ଜାଣିରଖନ୍ତୁ ଏହିପରି କିଛି ବସ୍ତୁ, ଯାହାକୁ ପ୍ରିୟଜନଙ୍କୁ ଉପହାର ସ୍ୱରୂପ ଦେବା ଉଚିତ ନୁହେଁ।

.ପ୍ରାୟ ଲୋକ ଶୁଭ କାର୍ଯ୍ୟରେ ଗଣେଶଙ୍କ ମୂର୍ତ୍ତି ଉପହାର ସ୍ୱରୂପ ଦେବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ ଗଣେଶଙ୍କ ମୂର୍ତ୍ତି ଉପହାର ଦେବାବେଳେ ଧ୍ୟାନ ରଖନ୍ତୁ ଯେପରି ଗଣେଶଙ୍କ ମୂର୍ତ୍ତି ସହିତ ଲକ୍ଷ୍ମୀଙ୍କ ମୂର୍ତ୍ତି ସାଙ୍ଗରେ ନଥାଏ। ଗଣେଶ ଓ ଲକ୍ଷ୍ମୀଙ୍କ ଯୁଗଳ ମୂର୍ତ୍ତିକୁ ଉପହାର ଦେଲେ ବା ଆଣିଲେ ଧନହାନୀ ହୋଇଥାଏ।

. ଭାରତୀୟ ସଂସ୍କୃତିରେ ଶୁଭ କାର୍ଯ୍ୟରେ ପରସ୍ପରକୁ ସୁନା ଓ ରୂପାର ମୁଦ୍ରା ଉପହାର ଦେବାର ପ୍ରଚଳନ ରହିଛି। କିନ୍ତୁ ମୁଦ୍ରା ଉପହାର ଦେବା ସମୟରେ ଧ୍ୟାନ ରଖନ୍ତୁ ଯେପରି ଏହି ମୁଦ୍ରାରେ ମା’ ଲକ୍ଷ୍ମୀଙ୍କର ଚିତ୍ର ଅଙ୍କନ ହୋଇନଥିବ। ଏପରି ମୁଦ୍ରା ଉପହାର ଦେବା ଦ୍ଵାରା ମଧ୍ୟ ଧନହାନୀ ହୋଇଥାଏ।

. ବାସ୍ତୁ ଶାସ୍ତ୍ର ଅନୁସାରେ ନିଜର ପ୍ରିୟଜନଙ୍କୁ କୌଣସି ଧାର ଥିବା ହତିଆର ବା ତୀକ୍ଷ୍ନ ଛୁରୀ ଉପହାର ଦିଅନ୍ତୁ ନାହିଁ। ଏପରି ଉପହାର ଦେବା ଦ୍ଵାରା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ଓ କଳହ ମଧ୍ୟ ଦେଖାଯାଇଥାଏ।

.ଯଦି ଆପଣ କୌଣସି ବ୍ୟକ୍ତିଙ୍କୁ କିଛି ବିଶେଷ ଧାର୍ମିକ ପୁସ୍ତକ ଉପହାର ଦେବା ପାଇଁ ଚାହୁଁଛନ୍ତି ତେବେ ଧ୍ୟାନ ରଖନ୍ତୁ ଯେ ଉପହାର ନେଉଥିବା ବ୍ୟକ୍ତି ଧାର୍ମିକ ହୋଇଥିବା ଆବଶ୍ୟକ। ସେହି ବ୍ୟକ୍ତି ଉକ୍ତ ପୁସ୍ତକ ପ୍ରତି ସମ୍ମାନ ଦେଖାଉଥିବା ଆବଶ୍ୟକ, ନଚେତ ଏହାର କୁପ୍ରଭାବ ଉଭୟଙ୍କ ଉପରେ ପଡିଥାଏ।

. ସମ୍ପର୍କରେ ମଧୁରତା ଭରି ଦେବା ପାଇଁ ଉପହାର ଦିଆଯାଇଥାଏ, କିନ୍ତୁ ଆପଣ ଯଦି କାହାକୁ ରୁମାଲ ଉପହାର ଦେଉଛନ୍ତି ତେବେ ଏହି ମଧୁରତା ତିକ୍ତତାରେ ପରିବର୍ତ୍ତନ ହୋଇଯାଇଥାଏ। ସେହିପରି ଅନ୍ୟକାହାର ରୁମାଲ ମଧ୍ୟ ବ୍ୟବହାର କରନ୍ତୁ ନାହିଁ।

.କଳା ରଙ୍ଗକୁ ଅଶୁଭ ବୋଲି କୁହାଯାଇଥାଏ। ତେଣୁ ବନ୍ଧୁ ଓ ପ୍ରିୟଜଣଙ୍କୁ କଳାରଙ୍ଗର ପୋଷାକ ଓ ଜୋତା ଉପହାର ଦିଅନ୍ତୁ ନାହିଁ। ଏପରି କରିବା ଦ୍ଵାରା ଜୀବନରେ ଅନେକ ଅସୁବିଧା ଭୋଗ କରିବାକୁ ପଡିଥାଏ।

. କୌଣସି ହିଂସ୍ର ଜୀବଜନ୍ତୁଙ୍କର ଫଟୋ ମଧ୍ୟ ଉପହାରରେ ଦିଆଯାଇନଥାଏ। ଏହାଦ୍ଵାରା ଘର ମଧ୍ୟରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି ହୋଇଥାଏ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

#astrology #vastutips #gifts

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon