- ବେତାର ବ୍ୟୁରୋ
କେବଳ ମହିଳାଙ୍କ ପାଇଁ ବାହାରିଲା 155 ସରକାରୀ ଚାକିରି

(ବେତାର ବ୍ୟୁରୋ) କୋରାପୁଟ ଜିଲ୍ଲାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ବିଭାଗ ଅଧୀନରେ ଥିବା ଛାତ୍ରୀ ନିବାସରେ ମହିଳା ମାଟ୍ରନ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଚାକିରୀର ସମୟସୀମା ଏକବର୍ଷ ଓ ଏହା ଚୁକ୍ତି ଭିତ୍ତିକ ଅଟେ। ଯୁକ୍ତଦୁଇ ତଥା ଗ୍ରାଜୁଏସନ ପାସ କରିଥିବା ଆଗ୍ରହୀ ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ।
ଆବେଦନ ତାରିଖ
ଏହି ପଦରେ ଆବେଦନ କରିବା ପାଇଁ ଚାହୁଁଥିବା ଯୋଗ୍ୟ ପ୍ରାର୍ଥୀନୀ ମାନେ ଅକ୍ଟୋବର ମାସ 11 ତାରିଖ ମଧ୍ୟରେ ଆବେଦନ କରିପାରିବେ।
ପଦବୀ ସଂଖ୍ୟା
ଏହି ବିଜ୍ଞପ୍ତିରେ କୋରାପୁଟ ଜିଲ୍ଲା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ବିଭାଗ ଅଧୀନରେ ମୋଟ 134ଟି ଛାତ୍ରୀ ନିବାସ ପାଇଁ ମୋଟ 155ଟି ପଦ ପ୍ରକାଶ ପାଇଛି।
ଦରମା
ଗ୍ରାଜୁଏସନ ପାସ କରିଥିବା ପ୍ରାର୍ଥୀଙ୍କୁ ପ୍ରଥମେ ସୁଯୋଗ ଦିଆଯିବ ଓ ମାସିକ ଟ.7,500 ଦରମା ପ୍ରଦାନ କରାଯିବ। ଯଦି ଗ୍ରାଜୁଏସନ ପାସ କରିଥିବା ପ୍ରାର୍ଥୀ ନଥାଆନ୍ତି ତେବେ ଯୁକ୍ତ ଦୁଇ ପାସ କରିଥିବା ପ୍ରାର୍ଥୀଙ୍କୁ ଜୁନିୟର ମାଟ୍ରନ ପଦରେ ନିଯୁକ୍ତ କରାଯିବ ଓ ମାସିକ ଟ.6,500 ଦରମା ପ୍ରଦାନ କରାଯିବ।
ବୟସସୀମା
ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ 35ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ। ପ୍ରଥମ ସୁଯୋଗ ବିଧବା ମହିଳାଙ୍କୁ ଦିଆଯିବ ଓ ଦ୍ଵିତୀୟ ସୁଯୋଗ ଛାଡପତ୍ର ଦେଇଥିବା ମହିଳାଙ୍କୁ ଦିଆଯିବ। ସେହିପରି ଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କୁ ପ୍ରଥମ ସୁଯୋଗ ଦିଆଯିବ ଓ ଅନୁସୂଚିତ ଜାତିର ପ୍ରାର୍ଥୀଙ୍କୁ ଦ୍ଵିତୀୟ ସୁଯୋଗ ଦିଆଯିବ। ଯଦି ଏହି ଦୁଇବର୍ଗରୁ ପ୍ରାର୍ଥୀ ନଥାଆନ୍ତି ତେବେ ଓ.ବି.ସି ପ୍ରାର୍ଥୀଙ୍କୁ ସୁଯୋଗ ଦିଆଯିବ।
ଶିକ୍ଷାଗତ ଯୋଗ୍ୟତା
ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀnee କୌଣସି ସ୍ଵୀକୃତି ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ କିମ୍ବା ଯୁକ୍ତଦୁଇ ପାସ କରିଥିବା ଆବଶ୍ୟକ।
କିପରି ଆବେଦନ କରିବେ
ଆବେଦନ କରିବା ପାଇଁ ପ୍ରାର୍ଥୀନୀ ନିଜର ସମସ୍ତ ଶିକ୍ଷାଗତ ପ୍ରମାଣପତ୍ରର ଜେରକ୍ସ ସହିତ ଆବେଦନ ପତ୍ରକୁ ସଂଲଗ୍ନ କରି (District welfare officer, Koraput, at/po/dist/-koraput) ଠିକଣାରେ ସ୍ପିଡ ପୋଷ୍ଟ କିମ୍ବା ରେଜିଷ୍ଟ୍ରର ପୋଷ୍ଟ ମାଧ୍ୟମରେ ପଠାଇ ପାରିବେ। ଏହା ଅକ୍ଟୋବର 11 ତାରିଖ ସନ୍ଧ୍ୟା 5ଟା ମଧ୍ୟରେ ପହଞ୍ଚିବା ଆବଶ୍ୟକ। ଅସମ୍ପୂର୍ଣ୍ଣ ଆବେଦନ ପତ୍ର ଓ ଶେଷ ତାରିଖ ପରେ ଆବେଦନ ପତ୍ର ପହଞ୍ଚିଲେ ଏହାକୁ ଗ୍ରହଣ କରାଯିବ ନାହିଁ।
ଚୟନ ପଦ୍ଧତି
ଗ୍ରାଜୁଏସନ କିମ୍ବା ଯୁକ୍ତଦୁଇରେ ରଖିଥିବା ମାର୍କ ଅନୁସାରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ।
ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ କୋରାପୁଟ ଜିଲ୍ଲା ଉନ୍ନୟନ ଅଧିକାରୀଙ୍କ ଅଫିସିଆଲ ୱେବସାଇଟ https://koraput.nic.in/ ରେ ଲଗଇନ କରିପାରିବେ।