• padmabati kund

ପୃଥ୍ଵୀଙ୍କ ଶତକ ପରେ ସବୁଆଡେ ଚର୍ଚ୍ଚା : ମିଳିଗଲେ ନୂଆ ସେହ୍ଵାଗ !


(ବେତାର ବ୍ୟୁରୋ) ଭାରତୀୟ ଟେଷ୍ଟ ଦଳରେ ଯେତେବେଳେ ଭଲ ଓପନର ପାଇଁ ସିଲେକ୍ଟର ମାନେ ଚିନ୍ତିତ ଅଛନ୍ତି ସେହି ସମୟରେ ଗୁରୁବାର ଚାଲିଥିବା ଭାରତ ବନାମ ୱେଷ୍ଟ ଇଣ୍ଡିଜ ମ୍ୟାଚରେ ଭାରତକୁ ଏହାର ଦ୍ଵିତୀୟ ସେହ୍ଵାଗ ମିଳିଯାଇଛି। ବିସ୍ଫୋରକ ବ୍ୟାଟିଙ୍ଗ କରୁଥିବା ଏହି ବ୍ୟାଟ୍ସମ୍ୟାନ ହେଉଛନ୍ତି ଯୁବ ଖେଳାଳୀ ପୃଥ୍ଵୀ ଶ’। ସେ ନିଜର କ୍ୟାରିୟରର ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଛନ୍ତି ଓ କ୍ୟାରିୟରର ପ୍ରଥମ ମ୍ୟାଚରେ ହିଁ  ଶତକ ହାସଲ କରିପାରିଛନ୍ତି। ନିଜର ପ୍ରଥମ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଥିବା 15ତମ ଭାରତୀୟ ହେଉଛନ୍ତି ପୃଥ୍ଵୀ ଶ’।

ରାଜକୋଟରେ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଗୁରୁବାର ଆରମ୍ଭ ହୋଇଛି। ଟସ ଜିତି ଭାରତ ପ୍ରଥମେ ବ୍ୟାଟିଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଓପନର ଭାବରେ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରୁଥିବା ପୃଥ୍ଵୀ ଶ’ ମ୍ୟାଚର ପ୍ରଥମ ବଲକୁ ସମ୍ମାନ ଦେଇଥିଲେ ଓ ଛାଡି ଦେଇଥିଲେ। କିନ୍ତୁ ଦ୍ଵିତୀୟ ବଲରେ ହିଁ ସେ ବିସ୍ଫୋରକ ବ୍ୟାଟିଙ୍ଗ କରିଥିଲେ। ସେ 56ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ଓ ମ୍ୟାଚର ଲଞ୍ଚ ବ୍ରେକ ପରେ 99ବଲରେ ଶତକ ହାସଲ କରିଥିଲେ।

ସବୁଆଡେ ପୃଥ୍ଵୀଙ୍କ ପ୍ରଶଂସା

ପୃଥ୍ଵୀ ଶ’ଙ୍କର ଏହି ବିସ୍ଫୋରକ ବ୍ୟାଟିଙ୍ଗ ଦେଖିବା ପରେ ପୂର୍ବତନ ଭାରତୀୟ ଖେଳାଳୀ ଭି.ଭି.ଏସ ଲକ୍ଷ୍ମଣ ତାଙ୍କର ଖୁବ ପ୍ରଶଂସା କରିଛନ୍ତି। ମ୍ୟାଚର ଲାଇଭ ପ୍ରସାରଣ ସମୟରେ ସେ କହିଛନ୍ତି ଯେ, “ପୃଥ୍ଵୀଙ୍କ ବ୍ୟାଟିଙ୍ଗକୁ ଦେଖି କୁହାଯାଇପାରିବା ଯେ ଭାରତକୁ ନୂଆ ସେହ୍ଵାଗ ମିଳିଯାଇଛି। ପୃଥ୍ଵୀ ହେଉଛନ୍ତି ବିରେନ୍ଦ୍ର ସେହ୍ଵାଗ ଷ୍ଟାଇଲ ଅଫ ସ୍କୁଲରୁ ଆସିଥିବା ଖେଳାଳୀ, ଯିଏକି ସଂପୂର୍ଣ୍ଣ ନିର୍ଭୀକତାର ସହ ଖେଳୁଛନ୍ତି। ଆଶା କରାଯାଉଛି ସେ ଯେପରି ଖେଳୁଛନ୍ତି ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ ମଧ୍ୟ ସେହିପରି ଖେଳିବେ।

ବିରେନ୍ଦ୍ର ସେହ୍ଵାଗ ଟ୍ଵିଟରରେ ଏକ ପୋଷ୍ଟ କରି ପୃଥ୍ଵୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ଲେଖିଛନ୍ତି ଯେ, “ ଏହାତ କେବଳ ଆରମ୍ଭ, ପିଲାଟି ଭିତରେ ବହୁତ ଦମ ଅଛି।“

କ୍ରିକେଟରେ କିଶୋରଙ୍କ କୃତିତ୍ବ

.ଭାରତ ସବୁଠାରୁ ଯୁବ ଖେଳାଳୀ ଭାବେ ପୃଥ୍ଵୀ ନିଜର ଡେବ୍ୟୁ ମ୍ୟାଚରେ ଅର୍ଦ୍ଧ ଶତକ ହାସଲ କରି ଇତିହାସ ରଚନା କରିଛନ୍ତି। ତାଙ୍କୁ ବର୍ତ୍ତମାନ ୧୮ ବର୍ଷ ଓ ସେ ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି। ପୂର୍ବରୁ ୧୯୫୯ ମସିହାରେ ୨୦ବର୍ଷୀୟ ଆବାସ ଅଲ୍ଲୀ ବାଗ ଇଂଲଣ୍ଡ ବିପକ୍ଷରେ ୫୦ରୁ ଅଧିକ ରନ ସଂଗ୍ରହ କରିଥିଲେ।

.ଭାରତରେ ଖେଲାଯାଇଥିବା ଟେଷ୍ଟ ମ୍ୟାଚରେ ୧୮ବର୍ଷରୁ କମ ବୟସରେ ପାକିସ୍ଥାନର ଖେଳାଳୀ ହାନିଫ ମହମ୍ମଦ ଓ ମୁସ୍ତକ ମହମ୍ମଦ (୧୭ବର୍ଷ) ୫୦ରୁ ଅଧିକ ରନ କରିଥିଲେ। ତେବେ ଭାରତର ବର୍ତ୍ତମାନ କୋଚ ରବି ଶାସ୍ତ୍ରୀ ୧୯ ବର୍ଷ ବୟସରେ ଇଂଲଣ୍ଡ ବିପକ୍ଷରେ ଦିଲ୍ଲୀରେ(୧୯୮୧-୮୨) ଖେଲାଯାଇଥିବା ମ୍ୟାଚରେ ୫୦ରୁ ଅଧିକ ରନ ସଂଗ୍ରହ କରିଥିଲେ।

. ପୃଥ୍ଵୀଙ୍କ ପୂର୍ବରୁ ହାମିଲଟନ ମସକାଡଜା, ତମିମ ଇକବାଲ ଓ ଇମରାନ ଫରହତ ଯୁବ ଖେଳାଳୀ ଭାବରେ ଟେଷ୍ଟ ମ୍ୟାଚରେ ପ୍ରଥମ ବଲ ଖେଳିଥିଲେ। ଭାରତର ବୁଧି କୁନ୍ଦେରନ (୨୦ବର୍ଷ) ଅଷ୍ଟ୍ରେଲିଆ ବିପକ୍ଷରେ ୧୯୫୯-୬୦ ପ୍ରଥମ ବଲ ଖେଳିଥିଲେ।

.ଟେଷ୍ଟ ଡେବ୍ୟୁ କରିବା ଆଗରୁ ପୃଥ୍ଵୀ ପ୍ରଥମ ଶ୍ରେଣୀ କ୍ରିକେଟରେ ୫୬.୭୨ ଷ୍ଟ୍ରାଇକ ରେଟରେ ୨୬ଟି ଇନିଙ୍ଗ୍ସରୁ ୭ଟି ଶତକ ହାସଲ କରିଛନ୍ତି। ୨୦୧୬-୧୭ ରେ ରଣଜୀ ଟ୍ରଫିର ସେମି ଫାଇନାଲରେ ସେ ଏହି ଷ୍ଟାଡିୟମରେ ତାମିଲନାଡୁ ବିପକ୍ଷରେ ଶତକ ହାସଲ କରିଥିଲେ। ୨୦୧୮ରେ ଅଣ୍ଡର ୧୯ ୱାର୍ଲ୍ଡ କପରେ ସେ ଭାରତ ଦଳର ଅଧିନାୟକ ଥିଲେ।

#cricket #pruthvishaw #testdebue

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon