• ବେତାର ବ୍ୟୁରୋ

ରାଜ ଠାକରେଙ୍କ ଧମକ : ବିଗବସରେ ତନୁଶ୍ରୀ ଦତ୍ତ ଆସିଲେ ଗଣ୍ଡଗୋଳ ହେବ


(ବେତାର ବ୍ୟୁରୋ) ତନୁଶ୍ରୀ ଦତ୍ତ ଓ ନାନା ପାଟେକରଙ୍କ ମଧ୍ୟରେ ଚାଲିଥିବା ବିବାଦ ଏକ ନୂଆ ମୋଡ ନେଇଛି। ଗତ କିଛିଦିନ ହେବ ଶୁଣିବାକୁ ମିଳୁଥିଲା ଯେ ତନୁଶ୍ରୀ ଦତ୍ତଙ୍କୁ ବିଗବସ୧୨ ଘରେ ଏଣ୍ଟ୍ରୀ କରାଯାଇପାରେ। ଏହି ଖବରରେ ମହାରାଷ୍ଟ୍ର ନବ ନିର୍ମାଣ ସେନା ନିଜର ମତ ଦେଇଛନ୍ତି ଓ କହିଛନ୍ତି ଯେ ଯଦି ତନୁଶ୍ରୀଙ୍କୁ ବିଗବସ୧୨ ଘରେ ପ୍ରବେଶ କରାଯାଏ ତେବେ ଏହି ଶୋ' ଚାଲୁ ହୋଇପାରିବ ନାହିଁ ଓ ବିଗବସର ସେଟକୁ ଭାଙ୍ଗି ଦେବେ। ମହାରାଷ୍ଟ୍ର ନବନିର୍ମାଣ ସେନାର ଏକ ଦଳ ଲୋନାୱାଲା ଯାଇ ବିଗବସର ପ୍ରସ୍ତୁତକର୍ତ୍ତାଙ୍କୁ ଧମକ ଦେଇ ଆସିଛନ୍ତି।

ଅଭିନେତା ନାନା ପାଟେକରଙ୍କ ଉପରେ ଅଭିଯୋଗ ଲଗାଇବା ପରେ ତନୁଶ୍ରୀ ଦତ୍ତା ମଙ୍ଗଳବାର ଦିନ ପ୍ରେସ କନଫରେନ୍ସରେ ମହାରାଷ୍ଟ୍ର ନବନିର୍ମାଣ ସେନାର ଅଧ୍ୟକ୍ଷ ରାଜ ଠାକରେଙ୍କ ଉପରେ ମଧ୍ୟ ଅଭିଯୋଗ ଲଗାଇଥିଲେ। ତନୁଶ୍ରୀ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ.ଏନ.ଏସ)କୁ ଗୁଣ୍ଡା ମାନଙ୍କର ଦଳ ବୋଲି କହିଥିଲେ।

ଏମ.ଏନ.ଏସର ନେତା ଅମୟ ଖୋପକର ANI କୁ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ, “ଯେତେବେଳେ ମୁଁ ଜାଣିଲି ତନୁଶ୍ରୀ ବିଗବସ ଘରେ ପ୍ରବେଶ କରିବାକୁ ଯାଉଛନ୍ତି, ସେତେବେଳେ ହିଁ ମୁଁ କହିଲି ଯେ ଯଦି ବିଗବସର ପ୍ରସ୍ତୁତକର୍ତ୍ତାମାନେ ତନୁଶ୍ରୀକୁ ଘର ଭିତରେ ପ୍ରବେଶ କରିବାକୁ ଦିଅନ୍ତି ତେବେ ଶୋ’କୁ ଆଗକୁ ଚାଲିବାକୁ ଦେବୁ ନାହିଁ। ତନୁଶ୍ରୀ ଏମ.ଏନ.ଏସ ଉପରେ ଯେଉଁ ଆରୋପ ଲଗାଇଛନ୍ତି, ଯଦି ତାହାର ବ୍ୟବହାର କରି ବିଗବସ ପରି ଶୋ’କୁ ଯିବାକୁ ଚାହୁଞ୍ଛନ୍ତି ତେବେ ବିଗବସ ସେଟକୁ ଭାଙ୍ଗି ଦିଆଯିବ।

ଗୁଣ୍ଡା ପାର୍ଟି

ତନୁଶ୍ରୀ ଦୀର୍ଘ ୧୦ବର୍ଷ ପରେ ଭାରତ ଫେରିବା ପରେ ଏକ ସାକ୍ଷାତକାରରେ ବଲିଉଡ ଅଭିନେତା ନାନା ପାଟେକରଙ୍କ ସହିତ ନବନିର୍ମାଣ ସେନା ଓ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଗମ୍ଭୀର ଆରୋପ ଲଗାଇଥିଲେ। ତନୁଶ୍ରୀ ଆରୋପ ଲଗାଇଥିଲେ ଯେ, ଫିଲ୍ମ ‘ହର୍ଣ୍ଣ ଏକେ ପ୍ଳିଜ’ରେ ନାନା ପାଟେକର ଏକ ଡ୍ୟାନ୍ସର ଶୁଟିଙ୍ଗ ସମୟରେ ତାଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ। ଏହାର ପ୍ରତିବାଦ କରିବା ପରେ ନାନା ପାଟେକର ଗୁଣ୍ଡା ପଠାଇ ତାଙ୍କ ଗାଡି ଉପରେ ଆକ୍ରମଣ କରିଥିଲେ। ସେଟରୁ ବାହାରକୁ ଯିବା ପରେ ମହାରାଷ୍ଟ୍ର ନବ ନିର୍ମାଣ ସେନାର ସଦସ୍ୟମାନେ ତାଙ୍କ ଗାଡି ଉପରକୁ ଆକ୍ରମଣ କରିଥିଲେ।

ତେବେ ତନୁଶ୍ରୀଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ନାନା ପାଟକେର ତନୁଶ୍ରୀଙ୍କୁ ଲିଗାଲ ନୋଟିସ ଦେଇଛନ୍ତି । ଲିଗାଲ ନୋଟିସ ପାଇବା ପରେ ପ୍ରତିକ୍ରିୟା ଦେଇ ତନୁଶ୍ରୀ କହିଛନ୍ତି ମହିଳାଙ୍କ ପ୍ରତି ଅପବ୍ୟବହାର ଓ ଅନ୍ୟାୟ ବିରୋଧରେ ସ୍ୱର ଉଠାଇବାରୁ ତାଙ୍କୁ ମୂଲ୍ୟ ଦେବାକୁ ପଡିଛି । ଏଇ କିଛି ଦିନ ହେବ ତାଙ୍କ ବୟାନକୁ ନେଇ ଚାଡିଆଡେ ଚହଳ ସୃଷ୍ଟି ହୋଇଥିବାବେଳେ ତନୁଶ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କୁ ମହାରାଷ୍ଟ୍ର ନବନିର୍ମାଣ ସେନା ପକ୍ଷରୁ ଧମକ ଦିଆଯାଉଛି ।

#entertainment #bollywood #tanushreedutta #biggboss12

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon