• ବେତାର ବ୍ୟୁରୋ

ସର୍ବାଧିକ ଆନ୍ତର୍ଜାତିକ ଶତକରେ କୋହଲି ଦ୍ୱିତୀୟ ଭାରତୀୟ


(ବେତାର ବ୍ୟୁରୋ) ଇଂଲଣ୍ଡ ବିପକ୍ଷରେ ଖେଲାଯାଇଥିବା ଟେଷ୍ଟ ମ୍ୟାଚରେ ସବୁଠାରୁ ଅଧିକ ରନ ସଂଗ୍ରହ କରିଥିବା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ୱେଷ୍ଟ ଇଣ୍ଡିଜ ବିପକ୍ଷରେ ମଧ୍ୟ ଶତକ ହାସଲ କରିଛନ୍ତି। ରାଜକୋଟରେ ଖେଳଯାଉଥିବା ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଶତକ ହାସଲ କରିଛନ୍ତି। ଏହା ହେଉଛି ବିରାଟଙ୍କ କ୍ୟାରିୟରର ୫୯ତମ ଶତକ। ଏହି ଶତକ ସହିତ ବିରାଟ କୋହଲି ସର୍ବାଧିକ ଅନ୍ତର୍ଜାତିକ ଶତକ ହାସଲ କରିଥିବା ଖେଳାଳୀ ତାଲିକାରେ ପଞ୍ଚମ ସ୍ଥାନରେ ରହିଛନ୍ତି।

ସର୍ବାଧିକ ଆନ୍ତର୍ଜାତିକ ଶତକରେ ଦ୍ଵିତୀୟ ଭାରତୀୟ

ବିରାଟ କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ନିଜ କ୍ୟାରିୟରରେ ୱାନଡେ କ୍ରିକେଟରେ ୩୫ଟି ଓ ଟେଷ୍ଟ କ୍ରିକେଟରେ ୨୪ଟି ଶତକ ହାସଲ କରିଛନ୍ତି। ଏହି ମାମଲାରେ ଦିନୁଆରେ କେବଳ ଚାରିଜଣ ଖେଳାଳୀ ତାଙ୍କ ଆଗରେ ଅଛନ୍ତି। ସବୁଠାରୁ ଅଧିକ ଆନ୍ତର୍ଜାତିକ ଶତକ ତାଲିକାରେ ସଚିନ ତେନ୍ଦୁଲକର କେବଳ ଜଣେ ଭାରତୀୟ ଖେଳାଳୀ ଯିଏ ବିରାଟଙ୍କ ଆଗରେ ଅଛନ୍ତି। ସଚିନ ତେନ୍ଦୁଲକର ତାଙ୍କ କ୍ୟାରିୟରରେ ଟେଷ୍ଟ ମ୍ୟାଚରେ ୫୧ଟି ଓ ୱାନଡେ ମ୍ୟାଚରେ ୪୯ଟି ଶତକ ହାସଲ କରିଛନ୍ତି। ଏହି ତାଲିକାରେ ବିରାଟ କୋହଲି ଦ୍ଵିତୀୟ ଭାରତୀୟ ଅଟନ୍ତି।

ଘରୋଇ ମଇଦାନରେ ୩୦୦୦ ରନ

ବିରାଟ କୋହଲି ଏହି ମ୍ୟାଚରେ ଶତକୀୟ ପାରି ଖେଳିବା ପରେ ଘରୋଇ ମଇଦାନରେ ୩୦୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି। କୋହଲିଙ୍କୁ ଏହି ଖ୍ୟାତି ହାସଲ କରିବା ପାଇଁ ମୋଟ ୫୩ଟି ଇନିଙ୍ଗ୍ସ ଲାଗିଛି। ଏହା ପୂର୍ବରୁ ଚେତେଶ୍ଵର ପୂଜାରା ୫୩ ଇନିଙ୍ଗ୍ସ,ସଚିନ ତେନ୍ଦୁଲକର ୫୫ ଇନିଙ୍ଗ୍ସ, ମହମ୍ମଦ ଅଜରୁଦ୍ଦିନ ୫୬ ଇନିଙ୍ଗ୍ସ, ବିରେନ୍ଦ୍ର ସେହ୍ଵାଗ ୫୯ ଇନିଙ୍ଗ୍ସ ଓ ସୁନୀଲ ଗାଭାସ୍କର ୬୪ ଇନିଙ୍ଗ୍ସରେ ଘରୋଇ ମଇଦାନରେ ୩୦୦୦ ରନ ସଂଗ୍ରହ କରିପାରିଥିଲେ।

ଲଗାତର ତୃତୀୟ ବର୍ଷରେ ୧୦୦୦ ରନ

ବିରାଟ କୋହଲି ଲଗାତର ତିନିବର୍ଷ ହେବ ପ୍ରତି ବର୍ଷ ୧୦୦୦ରୁ ଅଧିକ ରନ ସଂଗ୍ରହ କରୁଛନ୍ତି। ଏପରି କୀର୍ତ୍ତି ଅର୍ଜନ କରିବାରେ ସେ ପ୍ରଥମ ଭାରତୀୟ ଖେଳାଳୀ ଅଟନ୍ତି ଓ ସମଗ୍ର ଭାରତରେ ସେ ଷଷ୍ଠ ସ୍ଥାନରେ ରହିଛନ୍ତି।

ସେହ୍ଵାଗ ଓ ସ୍ମିଥଙ୍କୁ ପଛରେ ପକାଇଲେ

ବିରାଟ କୋହଲି ମୋଟ ୭୨ଟି ଟେଷ୍ଟ ମ୍ୟାଚ ଖେଳି ଏହି ୨୪ତମ ଶତକ ହାସଲ କରିଛନ୍ତି। ଏହି ଶତକ ସହିତ ସେ ବିରେନ୍ଦ୍ର ସେହ୍ଵାଗ, ଷ୍ଟିବନ ସ୍ମିଥ, ଜାବେଦ ମିୟାଦାଦ, ଯଷ୍ଟିନ ଲେଙ୍ଗର ଓ କେବିନ ପିଟରସନଙ୍କୁ ପଛରେ ପକାଇ ଦେଇଛନ୍ତି। ବିରେନ୍ଦ୍ର ସେହ୍ଵାଗ ୧୦୪ଟି ମ୍ୟାଚରେ ୨୩ ଶତକ ହାସଲ କରିଥିଲେ। ସେହିପରି ଷ୍ଟିବନ ସ୍ମିଥ ୬୪ ମ୍ୟାଚରେ, ଯଷ୍ଟିନ ଲେଙ୍ଗର ୧୦୫ଟି ମ୍ୟାଚରେ, କେଭିନ ପିଟରସନ ୧୦୪ଟି ମ୍ୟାଚରେ ଓ ଜାବେଦ ମିୟାଦାଦ ୧୨୪ଟି ମ୍ୟାଚରେ ୨୩ଟି ଶତକ ହାସଲ କରିଥିଲେ।

ତେବେ ରାଜକୋଟରେ ଖେଳଯାଉଥିବା ଏହି ପ୍ରଥମ ଟେଷ୍ଟ ମ୍ୟାଚରେ ପ୍ରଥମ ଇନିଙ୍ଗ୍ସରେ ଭରାତ ପକ୍ଷରୁ ତିନିଜଣ ଖେଳାଳୀ ଶତକ ହାସଲ କରିଛନ୍ତି। ପ୍ରଥମ ଦିନରେ ଡେବ୍ୟୁ ଖେଳାଳୀ ପୃଥ୍ଵୀ ଶ’ ଶତକ ହାସଲ କରିଥିଲେ ଓ ଶୁକ୍ରବାର ଖେଳର ଦ୍ଵିତୀୟ ଦିନରେ ଅଧିନାୟକ କୋହଲି ଶତକ ହାସଲ କରିଥିଲେ। ରବୀନ୍ଦ୍ର ଜାଡେଜା ମଧ୍ୟ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି।

#cricket #viratkohli

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon