• padmabati kund

ଜିଓକୁ ଟକ୍କର : ଭୋଡାଫୋନର ଟ.୯୯ ଓ ଟ.୧୦୯ ରିଚାର୍ଜ ପ୍ୟାକ 28 ଦିନ ବୈଧ


(ବେତାର ବ୍ୟୁରୋ) ଟେଲିକମ ବଜାରରେ ଜିଓ ସହିତ ଟକ୍କର ଦେବା ପାଇଁ ଅନ୍ୟ ଟେଲିକମ କମ୍ପାନୀ ଗୁଡିକ ନୂଆ ନୂଆ ପ୍ରିପେଡ ରିଚାର୍ଜ ପ୍ୟାକ ଲଞ୍ଚ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଭୋଡାଫୋନ ତରଫରୁ ଦୁଇଟି ନୂଆ ପ୍ରିପେଡ ରିଚାର୍ଜ ପ୍ୟାକ ଲଞ୍ଚ କରାଯାଇଛି। ଟ.୯୯ ଓ ଟ.୧୦୯ ମୂଲ୍ୟରେ ଲଞ୍ଚ କରାଯାଇଥିବା ଏହି ଦୁଇଟି ପ୍ୟାକରେ ଗ୍ରାହକଙ୍କୁ ଅନଲିମିଟେଡ ଭଏସ କଲର ସୁବିଧା ମିଳିବ ଓ ଏହାର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିବ। ଏହାସହିତ ଟ.୧୦୯ ପ୍ୟାକରେ ଗ୍ରାହକଙ୍କୁ ଇଣ୍ଟରନେଟ ପ୍ୟାକ ମଧ୍ୟ ମିଳିବ।

ଭୋଡାଫୋନର ଏହି ନୂଆ ଟ.୯୯ ପ୍ୟାକରେ ଗ୍ରାହକଙ୍କୁ ଅନଲିମିଟେଡ ଲୋକାଲ, ଏସଟିଡି ଓ ରୋମିଙ୍ଗ କଲର ସୁବିଧା ମିଳିବ। ଏହି ପ୍ୟାକର ବୈଧତା ୨୮ଦିନ ପର୍ଯ୍ୟନ୍ତ ରହିବ। କିନ୍ତୁ ଗ୍ରାହକମାନେ ଦୈନିକ ୨୫୦ ଓ ସପ୍ତାହକୁ ୧୦୦୦ ମିନିଟ ମଧ୍ୟରେ ହିଁ ଫ୍ରୀ କଥା ହୋଇପାରିବେ।

ସେହିପରି ଟ.୧୦୯ ପ୍ୟାକରେ ଗ୍ରାହକଙ୍କୁ ଅନଲିମିଟେଡ ଲୋକାଲ, ଏସଟିଡି ଓ ରୋମିଙ୍ଗ କଲର ସୁବିଧା ମିଳିବ ଓ ଏହାସହିତ ୧ଜିବି ୩ଜି/୪ଜି ଡାଟା ମଧ୍ୟ ମିଳିବ। ଏହି ପ୍ୟାକର ବୈଧତା ୨୮ ଦିନ ପର୍ଯ୍ୟନ୍ତ ରହିବ। ଏଥିର ମଧ୍ୟ ଗ୍ରାହକମାନେ ଦୈନିକ ୨୫୦ ଓ ସପ୍ତାହକୁ ୧୦୦୦ ମିନିଟ ମଧ୍ୟରେ ହିଁ ଫ୍ରୀ କଥା ହୋଇପାରିବେ।

ଏହାସହିତ ଏହି ଦୁଇଟି ପ୍ୟାକର ବୈଧତା ମଧ୍ୟରେ ଭୋଡାଫୋନ ଗ୍ରାହକ ମାନେ ୧୦୦ଟି ସ୍ଵତନ୍ତ୍ର ନମ୍ବରକୁ ହିଁ ଫ୍ରୀ ରେ କଲ କରିପାରିବେ। ଅର୍ଥାତ ଗୋଟିଏ ନମ୍ବରକୁ ତିନି ଥର କଲ କଲେ ମଧ୍ୟ ତାହା ଗୋଟିଏ ନମ୍ବର

ଭାବରେ ଗଣାଯିବ।

ଭୋଡାଫୋନର ଏହି ନୂଆ ପ୍ୟାକ ଜିଓର ଟ.୯୯ ପ୍ୟାକକୁ ଟକ୍କର ଦେବ। ଜିଓର ଟ.୯୯ ପ୍ୟାକରେ ଗ୍ରାହକମାନେ ଅନଲିମିଟେଡ ଲୋକାଲ,ଏସଟିଡି ଓ ରୋମିଙ୍ଗ କଲ କରିପାରିବେ। ଏହାସହିତ ଗ୍ରାହକଙ୍କୁ ୨ଜିବି ୩ଜି/୪ଜି ଡାଟା ଓ ୩୦୦ଟି ଏସଏମଏସ ମଧ୍ୟ ମିଳୁଛି। ଏହାସହିତ ଭୋଡାଫୋନର ଏହି ପ୍ୟାକଟି ବିଏସଏନଏଲର ଟ.୯୯ ପ୍ୟାକକୁ ମଧ୍ୟ ଟକ୍କର ଦେବ। ବିଏସଏନଏଲର ଟ.୯୯ ପ୍ୟାକରେ ଦିଲ୍ଲୀ ଓ ମୁମ୍ବାଇ ସର୍କଲ ବ୍ୟତୀତ ଅନ୍ୟ ସମସ୍ତ ସର୍କଲରେ ଗ୍ରାହକଙ୍କୁ ଅନଲିମିଟେଡ ଭଏସ କଲର ଅଫର ମିଳୁଛି। ଏହାର ବୈଧତା ୨୬ ଦିନ ଅଟେ।

ଏୟାରଟେଲ ମଧ୍ୟ ଏହି ଟ.୯୯ ମୂଲ୍ୟରେ ଏକ ପ୍ରିପେଡ ରିଚାର୍ଜ ପ୍ୟାକ ଲଞ୍ଚ କରିଛି। ଏହି ପ୍ୟାକରେ ଗ୍ରାହକଙ୍କୁ ଅନଲିମିଟେଡ ଲୋକାଲ, ଏସଟିଡି ଓ ରୋମିଙ୍ଗ କଲର ସୁବିଧା ମିଳୁଛି। ଏହାସହିତ ୨ଜିବି ୩ଜି/୪ଜି ଡାଟା ଓ ୧୦୦ଟି ଏସଏମଏସ ମଧ୍ୟ ମିଳୁଛି। କିନ୍ତୁ ପ୍ୟାକର ବୈଧତା ମାତ୍ର ୧୦ ଦିନ ଅଟେ।

#mobile #prepaidrechargepack #vodafone

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon