• padmabati kund

ପ୍ରଥମଥର ଦେଖା କରୁଥିଲେ ଜାଣନ୍ତୁ 5 ଡେଟିଙ୍ଗ ଟିପ୍ସ


(ବେତାର ବ୍ୟୁରୋ) ଯେତେବେଳେ କୌଣସି ବ୍ୟକ୍ତି କାହାକୁ ପ୍ରଥମଥର ଦେଖା କରିବା ପାଇଁ ଯାଉଥାଏ ସେ ସମୟରେ ବହୁତ ଗୁଡିଏ ଜିନିଷ ଉପରେ ଧ୍ୟାନ ଦେବାକୁ ପଡିଥାଏ। କାରଣ ପ୍ରଥମ ଦେଖାରେ ଜଣେ ଆପଣଙ୍କୁ ନେଇ ନିଜ ମନରେ ଯାହା ଧାରଣା ଆଣିଥାଏ, ସାରା ଜୀବନ ପାଇଁ ତାଙ୍କ ମନରେ ସେହି ଧାରଣା ରହିଯାଇଥାଏ। ସେଥିପାଇଁ କାହାକୁ ପ୍ରଥମ ଥର ଦେଖା କରିବାକୁ ଯାଉଥିଲେ ଆପଣଙ୍କର ବେଶ ପୋଷାକ ଓ ଆପଣଙ୍କର ବ୍ୟବହାର ମଧ୍ୟ ଅଧିକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ନିର୍ଦ୍ଧାରିତ କରିଥାଏ ଯେ ସେହି ବ୍ୟକ୍ତିଙ୍କ ସହ ଆପଣଙ୍କ ସମ୍ପର୍କ କେତେଦିନ ପର୍ଯ୍ୟନ୍ତ ରହିବ ଓ କିପରି ରହିବ।

ପୁରୁଷଙ୍କ ପାଇଁ ଏସବୁ ଜାଣିବା ନିହାତି ଜରୁରୀ କଥା। ଏଣୁ ଯଦି କାହାକୁ ପ୍ରଥମଥର ପାଇଁ ଦେଖା କରିବାକୁ ଯାଉଛନ୍ତି, ତେବେ ଏହି ପାଞ୍ଚଟି କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।

୧.ଆକର୍ଷଣୀୟ ଦାଢି ରଖନ୍ତୁ: ବର୍ତ୍ତମାନ ସମୟରେ ପୁଅମାନେ ବହଳିଆ ଦାଢି ରଖିବା ଏକ ଫ୍ୟାଶନ ହୋଇଗଲାଣି। ତଥାପି କିଛି ପୁରୁଷ ଅଛନ୍ତି ଯେଉଁମାନେ କି ଦାଢି ରଖିବାକୁ ପସନ୍ଦ କରନ୍ତି ନାହିଁ। ଯଦି ଆପଣ ଦାଢି ରଖିବାକୁ ପସନ୍ଦ କରୁଛନ୍ତି ତେବେ ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କର ଦାଢି ଆକର୍ଷଣୀୟ ଦେଖାଯିବା ଉଚିତ। ଯଦି ଆପଣଙ୍କର ଦାଢି ସଠିକ ଢଙ୍ଗରେ କଟା ହୋଇନଥାଏ ଓ ଅପରିଷ୍କାର ଥାଏ ତେବେ ଏହା ଆପଣଙ୍କର ପ୍ରଥମ ଦେଖାକୁ ଖରାପ କରିପାରେ।ସୁସଜ୍ଜିତ ତଥା ପରିଷ୍କାର ଭାବେ ଟ୍ରିମ ହେଇଥିବା ଦାଢି, ନିଶ ଏକ ଆକର୍ଷଣୀୟ ବ୍ୟକ୍ତିତ୍ବର ସ୍ଵାକ୍ଷର ବହନ କରିଥାଏ ।

୨.ଜୋତା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ: ଅଧିକାଂଶ ବ୍ୟକ୍ତି ଭାବନ୍ତି ସାକ୍ଷାତ କରୁଥିବା ବ୍ୟକ୍ତି ସାଧାରଣତଃ ସାମ୍ନା ଲୋକର ଜୋତା ଉପରେ ଧ୍ୟାନ ଦେଇ ନ ଥାଆନ୍ତି। କିନ୍ତୁ ଏହା ଭୁଲ ଧାରଣା ଅଟେ। ଜୋତା ଉପରେ ଲୋକମାନଙ୍କର ଧ୍ୟାନ ରହିଥାଏ। କାରଣ ଆପଣ ପିନ୍ଧିଥିବା ଜୋତାରୁ ହିଁ ଆପଣଙ୍କ ଫ୍ୟାଶନ ପ୍ରତି ଥିବା ରୁଚି ବିଷୟରେ ଜଣା ପଡିଥାଏ। ତେଣୁ କାହାକୁ ପ୍ରଥମ ଥର ପାଇଁ ଦେଖା କରିବାକୁ ଯାଉଥିଲେ ଏକ ସୁନ୍ଦର ଓ ଷ୍ଟାଇଲିଶ ଜୋତା ପିନ୍ଧନ୍ତୁ, ଯାହା ଆପଣଙ୍କୁ ଏକ ଆକର୍ଷଣୀୟ ଲୁକ ଦେଇପାରିବ।

୩.ଅଧିକ ସମୟ ରହୁଥିବା ଅତର ବ୍ୟବହାର କରନ୍ତୁ: ପୁରୁଷଙ୍କ ପୋଷାକଠାରୁ ଅତର ବା ପରଫ୍ୟୁମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଆପଣ ବ୍ୟବହାର କରୁଥିବା ଅତର ଆପଣଙ୍କ ସହ ଦେଖା କରିବାକୁ ଆସିଥିବା ବ୍ୟକ୍ତିଙ୍କ ମନରେ ଆପଣଙ୍କ ପ୍ରତି ଏକ ଭଲ ଧାରଣା ସୃଷ୍ଟି କରିଥାଏ। ତେଣୁ ଅତର କିଣିବା ସମୟରେ ସବୁବେଳେ ଧ୍ୟାନ ରଖନ୍ତୁ ଯେପରି ଅତର ଅଧିକ ସମୟ ପର୍ଯ୍ୟନ୍ତ ରହିପାରୁଥିବ।

୪.ଆରାମଦାୟକ ପୋଷାକ ପିନ୍ଧନ୍ତୁ: ପ୍ରଥମଥର ପାଇଁ କାହାକୁ ଦେଖା କରିବାକୁ ଯାଉଥିଲେ ପ୍ରତ୍ୟେକ ପୁରୁଷ ନିଜ ପୋଷାକକୁ ନେଇ ଅଧିକ ଚିନ୍ତା କରିଥାଆନ୍ତି। ପୋଷାକ ବାଛିବା ବେଳେ ସବୁବେଳେ ନିଜକୁ ଆରାମ ଦେଉଥିବା ପୋଷାକ ବାଛନ୍ତୁ।

୫. ଆତ୍ମବିଶ୍ଵାସର ସହ ଯାଆନ୍ତୁ: ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ। ଆପଣଙ୍କୁ ଯଦି ଆପଣଙ୍କର ଆତ୍ମବିଶ୍ଵାସ ଭରପୁର ଅଛି। ଦେଖା କରୁଥିବା ଯୁବତୀ ବା ମହିଳା ଆପଣଙ୍କ ଅନ୍ୟ ସମସ୍ତ ଜିନିଷକୁ ଅଣଦେଖା କରିପାରେ , ଯଦି ଆପଣଙ୍କର ଆତ୍ମବିଶ୍ଵାସ ଭରପୁର ଅଛି। ଆତ୍ମବିଶ୍ଵାସ ରହିଲେ ନିଜର କଥାବାର୍ତ୍ତା ଓ ବ୍ୟବହାର ଦ୍ଵାରା ଆପଣ ଜଣେ ବ୍ୟକ୍ତିକୁ ନିଜ ଆଡକୁ ଆକର୍ଷିତ କରିପାରିବେ।

#lifestyle #menfashion #firstdate

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon