• ବେତାର ବ୍ୟୁରୋ

ଶିଖର ଧାୱନ ଦଳରେ ସାମିଲ ନ ହେବା ପଛରେ ଅନୁଷ୍କା!


(ବେତାର ବ୍ୟୁରୋ) ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଦଳ ଚୟନକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଯେପରିକି ଏସିଆ କପରେ ଭଲ ପ୍ରଦର୍ଶନ କରିଥିବା ଶିଖର ଧାୱନ ଓ ରୋହିତ ଶର୍ମାଙ୍କୁ ଦଳରେ ସ୍ଥାନ ଦିଆଯାଇନାହିଁ। ଏହିସବୁ କଥାକୁ ଦେଖିଲା ପରେ ଅନୁମାନ କରାଯାଉଛି ଯେ ଭାରତୀୟ ଦଳ ମଧ୍ୟରେ ବର୍ତ୍ତମାନ କିଛି ଠିକ ଚାଲୁନାହିଁ।

ପ୍ରମୁଖ ହିନ୍ଦୀ ଖବରକାଗଜ ଦୈନିକ ଜାଗରଣରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ ଭାରତୀୟ ଦଳର ପ୍ରମୁଖ ବ୍ୟଟ୍ସମ୍ୟାନ ଶିଖର ଧାୱନଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ସାମିଲ ନ କରାଯିବାର ମୁଖ୍ୟକାରଣ ହେଉଛନ୍ତି ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା।

ଭାରତୀୟ ଦଳ ଇଂଲଣ୍ଡରେ ଥିବା ସମୟରେ ବିରାଟଙ୍କ ପତ୍ନୀ ଅନୁଷ୍କା ଓ ଶିଖର ଧାୱନଙ୍କ ପତ୍ନୀ ଆୟଶାଙ୍କ ମଧ୍ୟରେ କୌଣସି କଥାକୁ ନେଇ ମତଭେଦ ହୋଇଥିଲା। ଯାହାପର ଠାରୁ ଦୁଇଜଣଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ଇଂଲଣ୍ଡକୁ ଖେଳିବାକୁ ଯାଇଥିବା ଭାରତୀୟ ଦଳର ଜଣେ ଖେଳାଳୀ ଏହା ବିଷୟରେ କହିଛନ୍ତି।

ଉକ୍ତ ଖେଳାଳୀ ଦୈନିକ ଜାଗରଣକୁ ଦେଇଥିବା ବୟାନରେ କହିଥିଲେ ଯେ, “ଅନୁଷ୍କା ଶର୍ମା ଅଧିକାଂଶ ସମୟରେ ଦଳୀୟ ମିଟିଙ୍ଗରେ ଉପସ୍ଥିତ ରହୁଥିଲେ। ଅଧିକାଂଶ ଦଳୀୟ ନିଷ୍ପତ୍ତିରେ ସେ ହସ୍ତକ୍ଷେପ କରୁଥିଲେ। ଯାହାକି ଦଳର ଖେଳାଳୀ ମାନେ ଆଦୌ ପସନ୍ଦ କରୁ ନ ଥିଲେ।“

ବିସିସିଆଇର ଜଣେ ଅଧିକାରୀ ଅନୁଷ୍କା ଓ ଆୟଶାଙ୍କ ଝଗଡାକୁ ନେଇ କହିଛନ୍ତି ଯେ, “ଅନୁଷ୍କା ଓ ଆୟଶା ବହୁତ ଭଲ ସାଙ୍ଗ ଅଟନ୍ତି। ଦୁଇଜଣ ଅଧିକାଂଶ ସମୟ ଏକାଠି କଟାଇଥାଆନ୍ତି। ଇଂଲଣ୍ଡରେ ଥିବା ସମୟରେ ଅନୁଷ୍କା ଆୟଶାଙ୍କ ପରିବାର ବିଷୟରେ କିଛି କହିଥିଲେ, ଯାହା ଆୟଶା ବିଲକୁଲ ପସନ୍ଦ କରିନଥିଲେ। ଏହାପରଠାରୁ ଉଭୟ ପରସ୍ପରଙ୍କୁ ଅଣଦେଖା କରିବା ଆରମ୍ଭ କରିଦେଇଥିଲେ।“

ଏହି ସମ୍ବନ୍ଧରେ ଅଧିକ ଖବର ପାଇଁ ଦୈନିକ ଜାଗରଣ ତରଫରୁ ବିରାଟ କୋହଲିଙ୍କୁ ଯୋଗାଯୋଗ କରଯାଇଥିଲା ଓ ବିରାଟ ଏହାର ଉତ୍ତର ଦେଇନଥିଲେ। ବିରାଟ ଏହି ମେସେଜକୁ ଭାରତୀୟ ଦଳର ହ୍ଵାଟସଅପ ଗ୍ରୁପରେ ପଠାଇ ଦେଇଥିଲେ। ଏହାପରେ ଭାରତୀୟ ଦଳର ଜଣେ ଅଧିକାରୀ ଦୈନିକ ଜାଗରଣକୁ କହିଥିଲେ ଯେ, “ଏହି ସବୁ କଥା ମିଛ ଅଟେ। ଅଧିକାଂଶ ସମୟରେ ବ୍ୟଟ୍ସମ୍ୟାନଙ୍କ ମିଟିଙ୍ଗ ମସାଜ ରୁମରେ ହୋଇଥାଏ, ଯେଉଁଠାରେ ଖେଳାଳୀ ମସାଜ କରାଉଥାଆନ୍ତି। ଏପରି ସମୟରେ ଅନୁଷ୍କା ସେହି ମିଟିଙ୍ଗରେ ଉପସ୍ଥିତ ରହିବା ଅସମ୍ଭବ ଅଟେ।“ ସେ ଅନୁଷ୍କା ଓ ଆୟଶାଙ୍କ ଝଗଡାକୁ ମଧ୍ୟ ମିଛ ବୋଲି କହିଥିଲେ।

ଶିଖର ଏସିଆ କପ 2018ର ମ୍ୟାନ ଅଫ ଦ ସିରିଜ

ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଖେଳିବା ପରେ ଶିଖର ଧାୱନଙ୍କୁ ଏସିଆ କପରେ ଖେଳିବାର ସୁଯୋଗ ମିଳିଥିଲା। ଶିଖର ମଧ୍ୟ ଏସିଆକପ 2018 ରେ ଉଚ୍ଚ କୋଟୀର ପ୍ରଦର୍ଶନ କରିଥିଲେ। ଦୁଇଟି ଶତକ ହାସଲ କରିବା ସହିତ ସଂପୂର୍ଣ୍ଣ ସିରିଜରେ ସେ ମୋଟ 342 ରନ ସଂଗ୍ରହ କରିଥିଲେ ଓ ମ୍ୟାନ ଅଫ ଦ ସିରିଜ ମଧ୍ୟ ହୋଇଥିଲେ। ତେବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିବା ପାଇଁ ତାଙ୍କୁ କାହିଁକି ଚୟନ କରାଗଲା ନାହିଁ ବୋଲି ପ୍ରଶ୍ନ ଉଠିଥିଲା।

ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳାଯାଉଥିବା ସମୟରେ ଭାରତୀୟ ଉଚ୍ଚ ଆୟୋଗ ଦ୍ଵାରା ଆୟୋଜିତ ଏକ ଦିନର ପାର୍ଟିରେ ଅନୁଷ୍କାଙ୍କ ଉପସ୍ଥିତି ବିବାଦ ସୃଷ୍ଟି କରିଥିଲା। ପାର୍ଟି ଶେଷ ହେବା ପରେ ଏକ ଫଟୋ ଟ୍ଵିଟରରେ ଶେୟାର କରଯାଇଥିଲା। ଏହି ଫଟୋରେ ଭାରତୀୟ ଦଳର ଖେଳାଳୀ, କୋଚ ଓ ଅନ୍ୟାନ୍ୟ ସଦସ୍ୟଙ୍କ ସହିତ ଅନୁଷ୍କା ଶର୍ମାଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ଅନ୍ୟ କୌଣସି ଖେଳାଳୀଙ୍କ ପତ୍ନୀ ଉପସ୍ଥିତ ନଥିବାରୁ ବି.ସି.ସି.ଆଇ କେବଳ ଅନୁଷ୍କାଙ୍କୁ ସ୍ଵତନ୍ତ୍ର ଚର୍ଚ୍ଚା କରିଛି ବୋଲି ସମାଲୋଚନର ଶିକାର ହୋଇଥିଲା।

#cricket #shikhardhawan #anushka #ayasha #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon