• ବେତାର ବ୍ୟୁରୋ

ହାର୍ଟଆଟାକରୁ ବଞ୍ଚେଇବ ଓ କୋଲେଷ୍ଟୋରେଲ କମେଇବ ଏହି ମସଲା


(ବେତାର ବ୍ୟୁରୋ) ସୁସ୍ଥ ରହିବା ପାଇଁ ଲୋକମାନେ ଅନେକ ପ୍ରୟାସ କରିଥାଆନ୍ତି। କେହି ପତଳା ହେବା ପାଇଁ ଖୁବ ଝାଳ ବୁହେଇଥାଆନ୍ତି ତ କେହି ସୁନ୍ଦର ଦେଖାଯିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥାଆନ୍ତି। ଏସବୁ କରିବା ଅପେକ୍ଷା କମ ଖର୍ଚ୍ଚରେ ଓ ନିୟମିତ ଜୀବନରେ ବ୍ୟବହାର କରୁଥିବା ଖାଦ୍ୟପଦାର୍ଥରୁ ମଧ୍ୟ ଏହି ସବୁ ପାଇପାରିବେ। ସେହିପରି ଏକ ମସଲା ହେଉଛି ଜୀରା। ଏହାର ପ୍ରୟୋଗ ଦ୍ଵାରା ଜଣେ ସୁସ୍ଥ ରହିପାରିବ ଓ ସୌନ୍ଦର୍ଯ୍ୟ ମଧ୍ୟ ବଢିପାରିବ। ତେବେ ଜାଣିରଖନ୍ତୁ ଏହାଦ୍ୱାରା କଣ ସବୁ ଫାଇଦା ମିଳିଥାଏ।

୧.ହୃଦରୋଗୀଙ୍କ ପାଇଁ ଉପକାରୀ: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ପାଇଁ ଲୋକମାନେ ବ୍ୟାୟାମ କରିପାରୁନାହାନ୍ତି, ଏଥିପାଇଁ ହୃଦରୋଗ ହେବାର ଅଧିକ ଆଶଙ୍କା ବଢିଯାଇଛି। ତେବେ ହୃଦରୋଗ ଦୂର କରିବା ପାଇଁ ଜୀରା ଅତ୍ୟନ୍ତ ଉପକାରୀ ହୋଇଥାଏ। ଏହା ଶରୀରରେ କୋଲେଷ୍ଟେରୋଲ ନିୟନ୍ତ୍ରିତ କରିଥାଏ।

୨.ଓଜନ କମ କରିଥାଏ: ବିଶେଷଜ୍ଞଙ୍କ ମତରେ ଜୀରାରେ ଥିବା ପୋଷାକତତ୍ତ୍ଵ ଓ ଆଣ୍ଟିଅକ୍ସିଡାଣ୍ଟ ଶରୀରର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ସକାଳୁ ଖାଲି ପେଟରେ ଜୀରା ପାଣି ପିଇବା ଦ୍ଵାରା ଫାଇଦା ମିଳିଥାଏ କିମ୍ବା ପ୍ରତିଦିନ ଦହି ସହିତ ଜୀରା ମିଶାଇ ଖାଇପାରିବେ।

୩. ହଜମକ୍ରିୟା ବଢାଇଥାଏ: ଜୀରାର ବ୍ୟବହାରରେ ଖାଦ୍ୟର ସ୍ଵାଦ ବଢିଥାଏ ଓ ଏହାସହିତ ଶରୀରରେ ହଜମକ୍ରିୟା ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଶରୀରରେ ହଜମ କ୍ରିୟା ସଠିକ ଭାବରେ ହେଲେ ଶରୀରରେ ଫୁର୍ତ୍ତି ଆସିଥାଏ।

୪. ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ: ଜୀରାପାଣିରେ ଅଧିକ ପରିମାଣର ଆଇରନ ରହିଥାଏ। ଜୀରାପାଣିକୁ ପ୍ରତିଦିନ ପିଇବା ଦ୍ଵାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଏଥିରେ ଥିବା ଭିଟାମିନ-ଏ ଓ ଭିଟାମିନ-ସି ଅନେକ ରୋଗକୁ ଆପଣଙ୍କ ଠାରୁ ଦୂରେଇ ରଖିଥାଏ।

୫.ରକ୍ତହୀନତାରୁ ରକ୍ଷା କରିଥାଏ: ଶରୀରରେ ରକ୍ତହୀନତା ଦେଖାଦେଲେ ଜୀରାପାଣି ଦ୍ଵାରା ଏହାକୁ ଦୂର କରାଯାଇପାରିବ। ଜୀରାରେ ଥିବା ଆଇରନ ରକ୍ତରେ ହିମୋଗ୍ଲୋବିନ ସ୍ତରକୁ ବଢାଇଥାଏ ଓ ରକ୍ତହୀନତାକୁ ଦୂର କରିଥାଏ।

୬.କେଶ ଝଡିବା କମ କରିଥାଏ: ଜୀରାରେ ପ୍ରୋଟିନ ଓ କାର୍ବୋହାଇଡ୍ରେଟ ରହିଥାଏ ଯାହା କେଶ ଝଡିବା କମ କରିଥାଏ। ଏଥିପାଇଁ ତେଲରେ କଳାଜୀରା ମିଶାଇ ରଖନ୍ତୁ। କେଶକୁ ଧୋଇବା ପରେ ଏହି ତେଲକୁ କେଶରେ ମାଲିସ କରନ୍ତୁ। ପ୍ରତିଦିନ ଏପରି କରିବା ଦ୍ଵାରା ଫରକ ଜାଣିପାରିବେ। ଏହାବ୍ୟତୀତ ପ୍ରତିଦିନ କଳାଜୀରା ସକାଳ ଓ ସନ୍ଧ୍ୟାରେ ଔଷଧ ପରି ଖାଇପାରିବେ।

୭.ଆଲର୍ଜି ଦୂର କରିଥାଏ: ଯଦି ଆପଣଙ୍କ ଶରୀରରେ ଆଲର୍ଜି ହୋଇଥାଏ ତେବେ ଜୀରାପାଣିରେ ଗାଧୋଇବା ଦ୍ଵାରା ଉପଶମ ମିଳିବ। ଏଥିପାଇଁ ଅଳ୍ପ ପାଣିରେ ଜୀରା ମିଶାଇ ଗରମ କରନ୍ତୁ। ଏହାକୁ ଛାଣି ରଖନ୍ତୁ। ଗାଧୋଇବା ସମୟରେ ପାଣିରେ ଏହି ଛାଣି ରଖିଥିବା ଜୀରାପାଣିକୁ ମିଶାଇ ଗାଧାନ୍ତୁ। ଏପରି କରିବା ଦ୍ଵାରା ଆଲର୍ଜିରୁ ଉପଶମ ମିଳିଥାଏ।

#health #cuminseed

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon