• padmabati kund

ଜିଓ ପ୍ରଭାବ : ଏୟାରଟେଲ ଓ ଭୋଡାଫୋନ ଲଞ୍ଚ କଲେ ₹159 ରିଚାର୍ଜ ପ୍ୟାକ


(ବେତାର ବ୍ୟୁରୋ) ଟେଲିକମ ବଜାରରେ ଟେଲିକମ କମ୍ପାନୀ ଗୁଡିକ ମଧ୍ୟରେ ପ୍ରତିଯୋଗୀତା ଲାଗିରହିଥାଏ। ବର୍ତ୍ତମାନ ସମୟରେ ବଜାରରେ ଜିଓକୁ ଟକ୍କର ଦେବା ପାଇଁ ଅନ୍ୟ କମ୍ପାନୀ ଗୁଡିକ ନୂଆ ନୂଆ ପ୍ରିପେଡ ରିଚାର୍ଜ ପ୍ୟାକ ଲଞ୍ଚ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଜିଓକୁ ଟକ୍କର ଦେବା ପାଇଁ ଭୋଡଫୋନ ଓ ଏୟାରଟେଲ ତରଫରୁ ନୂଆ ରିଚାର୍ଜ ପ୍ୟାକ ଲଞ୍ଚ କରାଯାଇଛି। ଏୟାରଟେଲର  ଏହି ନୂଆ ପ୍ୟାକର ମୂଲ୍ୟ ଟ.159 ରହିଛି ଓ ଭୋଡଫୋନର ଏହି ନୂଆ ପ୍ୟାକର ମୂଲ୍ୟ ଟ.189 ରହିଛି।

ଏୟାରଟେଲର ଟ.159 ପ୍ୟାକ

ଏୟାରଟେଲର ଏହି ରିଚାର୍ଜ ପ୍ୟାକରେ ଗ୍ରାହକଙ୍କୁ ଅନଲିମିଟେଡ ଭଏସ କଲର ସୁବିଧା ମିଳିବ। ଯେ କୌଣସି ନେଟୱାର୍କକୁ ଫ୍ରୀ କଲ କରିପାରିବେ। ଏହାସହିତ ନାସନାଲ ରୋମିଙ୍ଗରେ ଇନକମିଙ୍ଗ ଓ ଆଉଟଗୋଇଙ୍ଗ କଲ କରିବା ପାଇଁ କୌଣସି ଶୁଳ୍କ ଲାଗିବ ନାହିଁ। ଏହାସହିତ ପ୍ରତିଦିନ 100ଟି ଏସଏମଏସ ମଧ୍ୟ ମିଳିବ। ଏହି ପ୍ୟାକର ବୈଧତା 21ଦିନ ପର୍ଯ୍ୟନ୍ତ ରହିବ। ଏହି ପ୍ୟାକରେ ଏୟାରଟେଲର ପ୍ରାଥମିକ ବ୍ୟବହାରକାରୀ (ଯେଉଁମାନଙ୍କ ଫୋନରେ ଏୟାର୍ଟେଲ ସିମ 1 ସ୍ଲଟରେ ଥାଏ) ଙ୍କୁ ଦୈନିକ 1ଜିବି ଡାଟା ମିଳିବ ଓ ଅସ୍ଥାୟୀ (sim 2) ଗ୍ରାହକମାନଙ୍କୁ କେବଳ 1ଜିବି ଡାଟା ମିଳିବ। ଏହି ପ୍ୟାକ ସମସ୍ତ ସର୍କଲରେ ଲଞ୍ଚ କରାଯାଇଛି।

ଏୟାରଟେଲର ଏହି ପ୍ୟାକ ଭୋଡଫୋନର ଟ.159 ସହିତ ପ୍ରତିଯୋଗୀତା କରିବ। ଭୋଡଫୋନର ଟ.159 ପ୍ୟାକରେ ଅନଲିମିଟେଡ ଲୋକାଲ, ଏସଟିଡି ଓ ରୋମିଙ୍ଗ କଲ ସହିତ ପ୍ରତିଦିନ 1ଜିବି ଡାଟା ମିଳୁଛି। ଏହାସହିତ ଦୈନିକ 100ଟି ଏସଏମଏସ ମଧ୍ୟ କରିପାରିବେ। ଏହି ପ୍ୟାକର ବୈଧତା 28 ଦିନ ରହୁଛି।

ଭୋଡଫୋନର ଟ.189 ପ୍ୟାକ

ଏହି ପ୍ୟାକରେ ଗ୍ରାହକଙ୍କୁ ଅନଲିମିଟେଡ କଲର ସୁବିଧା ମିଳିବ। କିନ୍ତୁ ଦିନକୁ 250 ମିନିଟ ଓ ସପ୍ତାହକୁ 1000ମିନିଟ ହିସାବରେ କଥା ହୋଇପାରିବେ। ଏହାସହିତ ଗ୍ରାହକଙ୍କୁ 2ଜିବି 3ଜି/4ଜି ଡାଟା ମଧ୍ୟ ମିଳିବ। କିନ୍ତୁ ଏଥିରେ କୌଣସି ଏସଏମଏସ ସୁବିଧା ନାହିଁ। ଏହାର ବୈଧତା 56ଦିନ ପର୍ଯ୍ୟନ୍ତ ରହିବ। ଏହି ବୈଧତା ମଧ୍ୟରେ ଗ୍ରାହକ ମୋଟ 100ଟି ସ୍ଵତନ୍ତ୍ର ନମ୍ବରକୁ କଲ କରିପାରିବେ। ପ୍ୟାକ ବୈଧତା ସାରିବା ପରେ ପ୍ରତି ମିନିଟକୁ 1ଟଙ୍କା ହିସାବରେ ଚାର୍ଜ ଲାଗିବ। ଏହି ପ୍ୟାକ କେବଳ ନମ୍ବରରେ ଥିବା ବାଲାନ୍ସରୁ କାଟି ଆକ୍ଟିଭେଟ କରିହେବ।

ଭୋଡଫୋନର ଏହି ପ୍ୟାକ ଏୟାରଟେଲର ଟ.199 ମୂଲ୍ୟର ପ୍ୟାକକୁ ଟକ୍କର ଦେବ। ଏୟାରଟେଲର ଏହି ପ୍ୟାକରେ ଗ୍ରାହକଙ୍କୁ ପ୍ରତିଦିନ 1.4ଜିବି ଡାଟା ମିଳିବ। ଏହାସହିତ  ଅନଲିମିଟେଡ କଲ ମଧ୍ୟ କରିପାରିବେ। ପ୍ରତିଦିନ 100ଟି ଏସଏମଏସ ମଧ୍ୟ କରିପାରିବେ। ଏହି ପ୍ୟାକର ବୈଧତା 28ଦିନ ପର୍ଯ୍ୟନ୍ତ ରହିବ।

ଜିଓର ଟ.149 ଓ ଟ.198 ପ୍ୟାକକୁ ଦେବ ଟକ୍କର

ଏୟାରଟେଲର ଟ.159 ପ୍ୟାକ ଜିଓର ଟ.149 ପ୍ୟାକକୁ ଟକ୍କର ଦେବା ପାଇଁ ଲଞ୍ଚ କରାଯାଇଥିବା ବେଳେ, ଭୋଡାଫୋନର ଟ.189 ପ୍ୟାକ ଜିଓର ଟ.198 ପ୍ୟାକକୁ ଟକ୍କର ଦେବା ପାଇଁ ଲଞ୍ଚ କରାଯାଇଛି।

ଜିଓର ଟ.149 ପ୍ୟାକରେ ଗ୍ରାହକଙ୍କୁ ଅନଲିମିଟେଡ କଲର ସୁବିଧା ସହିତ ଦୈନିକ 100ଟି ଏସଏମଏସ ଓ ଦୈନିକ 1.5ଜିବି ଡାଟା ମିଳୁଛି। ପ୍ୟାକର ବୈଧତା 28ଦିନ ପର୍ଯ୍ୟନ୍ତ ରହୁଛି।

ସେହିପରି ଟ.198 ପ୍ୟାକରେ ଗ୍ରାହକଙ୍କୁ ଅନଲିମିଟେଡ କଲର ସୁବିଧା ସହିତ ଦୈନିକ 100ଟି ଏସଏମଏସ ଓ ଦୈନିକ 2ଜିବି ଡାଟା ମିଳୁଛି। ପ୍ୟାକର ବୈଧତା 28ଦିନ ପର୍ଯ୍ୟନ୍ତ ରହୁଛି।

#prepaidrechargepack #airtel #vodafone

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon