- ବେତାର ବ୍ୟୁରୋ
ଆର୍ମୀରେ ଧାର୍ମିକ ଶିକ୍ଷକ ଚାକିରୀ : ଜାଣନ୍ତୁ ଶେଷ ତାରିଖ ଓ କେଉଁମାନେ କରିପାରିବେ ଆବେଦନ

(ବେତାର ବ୍ୟୁରୋ) ଭାରତୀୟ ସେନାରେ ହାବିଲଦାର, ଜୁନିୟର କମିଶନ ଅଫିସର (ଧାର୍ମିକ ଶିକ୍ଷକ), ସୋଲଡର ଜେନେରାଲ ଡ୍ୟୁଟି, ଟେକ୍ନିକାଲ, କ୍ଳର୍କ ଓ ଅନ୍ୟାନ୍ୟ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତଦୁଇ ଓ ଗ୍ରାଜୁଏସନ ପାସ କରିଥିବା ଆଗ୍ରହୀ ପୁରୁଷ ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ। ସେନାରେ ଏହି ଧାର୍ମିକ ଶିକ୍ଷକ ମାନେ ସୈନ୍ୟ ମାନଙ୍କୁ ଧାର୍ମିକ ଓ ନୈତିକ ଶିକ୍ଷା ଦେବା ସହିତ ସେମାନଙ୍କ ମନୋବଳ ବଢାଇବା ଓ ମାନସିକ ଚାପ ଦୂର କରେଇବା କାର୍ଯ୍ୟ କରିଥାନ୍ତି ।
ପଦବୀ ସଂଖ୍ୟା
ଏହି ବିଜ୍ଞପ୍ତିରେ ହାବିଲଦାର ପାଇଁ ମୋଟ 20ଟି ପଦ ପ୍ରକାଶ ପାଇଛି। ସେହିପରି ଜୁନିୟର କମିଶନ ଅଫିସର (ଧାର୍ମିକ ଶିକ୍ଷକ)ପାଇଁ ମୋଟ 96ଟି ପ୍ରକାଶ ପାଇଛି ଓ ଅନ୍ୟାନ୍ୟ ପଦବୀ ଗୁଡିକ ପାଇଁ ପଦ ସଂଖ୍ୟା ଉଲ୍ଲେଖ କରାଯାଇ ନାହିଁ।
ଆବେଦନ ତାରିଖ
ହାବିଲଦାର ଓ ଜୁନିୟର କମିଶନ ଅଫିସର (ଧାର୍ମିକ ଶିକ୍ଷକ)ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ନଭେମ୍ବର ମାସ 3 ତାରିଖ ମଧ୍ୟରେ ଆବେଦନ କରିପାରିବେ। ସୋଲଡର ଜେନେରାଲ ଡ୍ୟୁଟି, ଟେକ୍ନିକାଲ, କ୍ଳର୍କ ଓ ଅନ୍ୟାନ୍ୟ ପଦରେ ଆବେଦନ କରିବା ପାଇଁ ଶେଷ ତାରିଖ ନଭେମ୍ବର 9 ତାରିଖ ପର୍ଯ୍ୟନ୍ତ ରହିଛି।
ଦରମା
ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ଭାରତୀୟ ସେନାର ନିୟମ ଅନୁସାରେ ଦରମା ପ୍ରଦାନ କରାଯିବ। ଉକ୍ତ ବିଜ୍ଞପ୍ତିରେ ଦରମା ଉଲ୍ଲେଖ କରାଯାଇ ନାହିଁ।
ବୟସସୀମା
ହାବିଲଦାର ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ଅକ୍ଟୋବର 1 ତାରିଖ 2018 ସୁଦ୍ଧା 20 ରୁ 25 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଜୁନିୟର କମିଶନ ଅଫିସର (ଧାର୍ମିକ ଶିକ୍ଷକ) ପଦ ପାଇଁ ପ୍ରାର୍ଥୀଙ୍କ ବୟସ ଅକ୍ଟୋବର 1 ତାରିଖ 2018 ସୁଦ୍ଧା 27ରୁ 34 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।
ଶିକ୍ଷାଗତ ଯୋଗ୍ୟତା
ହାବିଲଦାର ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ କୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ ଯୁକ୍ତଦୁଇରେ ଫିଜିକ୍ସ, କେମେଷ୍ଟ୍ରୀ ଓ ଗଣିତ ବିଷୟ ରଖିଥିବା ଆବଶ୍ୟକ।
ଜୁନିୟର କମିଶନ ଅଫିସର (ଧାର୍ମିକ ଶିକ୍ଷକ)ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ କୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ। ସୋଲଡର ଜେନେରାଲ ଡ୍ୟୁଟି, ଟେକ୍ନିକାଲ, କ୍ଳର୍କ ଓ ଅନ୍ୟାନ୍ୟ ପଦ ପାଇଁ ପ୍ରାର୍ଥୀ ଯୁକ୍ତଦୁଇ, ମାଟ୍ରିକ କିମ୍ବା ଆଇ.ଟି.ଆଇ ପାସ କରିଥିବା ଆବଶ୍ୟକ।
କିପରି ଆବେଦନ କରିବେ
ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ସେନାର ଅଫିସିଆଲ ୱେବସାଇଟ www.joinindianarmy.nic.in ରେ ଆବେଦନ କରିପାରିବେ।
ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଭାରତୀୟ ସେନାର ଅଫିସିଆଲ ୱେବସାଇଟ www.joinindianarmy.nic.in ରେ ଲଗଇନ କରନ୍ତୁ।