- padmabati kund
କହୁଣୀରୁ କଳଦାଗ ଛଡାଇବା ପାଇଁ କରନ୍ତୁ ଏହି ଉପାୟ

(ବେତାର ବ୍ୟୁରୋ) ଅଧିକାଂଶ ଲୋକଙ୍କ କହୁଣୀ ଓ ଆଣ୍ଠୁରେ କାଳଦାଗ ପଡିଯାଇଥାଏ। ଯେଉଁ ମହିଳାମାନଙ୍କ କହୁଣୀରେ କଳାଦାଗ ପଡିଥାଏ ସେମାନେ କହୁଣୀ ଉପରକୁ ଡ୍ରେସ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। ଏଥିପାଇଁ ସେମାନେ ଅନ୍ୟମାନଙ୍କ ଆଗରେ ଲଜ୍ଜିତ ଅନୁଭବ କରିଥାଆନ୍ତି। କହୁଣୀ ଓ ଆଣ୍ଠୁରେ ଏପରି କଳାଦାଗ ହେବାର ମୁଖ୍ୟ କାରଣ ହେଉଛି ଅଧିକ ସମୟ ଅତ୍ୟଧିକ ଖରାରେ ରହିବା, ଶୁଷ୍କ ତ୍ଵଚା ଓ କୌଣସି ଜିନିଷରେ ତ୍ଵଚା ବାରମ୍ବାର ଘଷିହେବା। ଅଫିସରେ କାମ କରୁଥିବା ବ୍ୟକ୍ତି ଟେବୁଲ ଉପରେ ହାତ ରଖି ବସିବା ଦ୍ଵାରା ଅଳ୍ପଦିନରେ ଏହି କଳାଦାଗ ଦେଖାଯାଇଥାଏ।
‘
ଯଦି ଆପଣଙ୍କ କହୁଣୀ ଓ ଆଣ୍ଠୁରେ ଏପରି କଳାଦାଗ ରହିଛି ତେବେ ଚିନ୍ତା କରନ୍ତୁ ନାହିଁ। ଏହାକୁ ଆପଣ କିଛି ସହଜ ଉପାୟ ମାଧ୍ୟମରେ ଦୂର କରିପାରିବେ। ଏହି କଳାଦାଗ ଦୂର କରିବା ପାଇଁ ରାସାୟନିକ ପଦାର୍ଥ ଯୁକ୍ତ କସମେଟିକ ବ୍ୟବହାର କରନ୍ତୁ ନାହିଁ। ତେବେ ଏହି କଳାଦାଗ ଦୂର କରିବା ପାଇଁ ଜାଣିରଖନ୍ତୁ କିଛି ସହଜ ତଥା
ଘରୋଇ ଉପାୟ।
୧.ଲେମ୍ବୁ : ତ୍ଵଚାରୁ କଳାଦାଗ ଦୂର କରିବାରେ ଲେମ୍ବୁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ। କହୁଣୀର କଳାଦାଗ ଦୁର କରିବା ପାଇଁ ଏହା ଅତି ସହଜ ଓ ସୁରକ୍ଷିତ ଉପାୟ ଅଟେ। ଏଥିପାଇଁ କଳା ପଡିଥିବା ସ୍ଥାନରେ ଅଳ୍ପ ଲେମ୍ବୁରସ ପକାନ୍ତୁ। ୧୦-୧୫ମିନିଟ ପରେ ଅଳ୍ପ ଉଷୁମପାଣିରେ ଏହାକୁ ଧୋଇଦିଅନ୍ତୁ। ପ୍ରତିଦିନ ଏପରି ଦୁଇଥର କରିବା ଦ୍ଵାରା ସୁଫଳ ମିଳିଥାଏ।
୨.ଦହି: ଦହିରେ ଫ୍ୟାଟିଏସିଡ ରହିଥାଏ ଯାହା ତ୍ଵଚାର କଳାଦାଗକୁ ଦୂର କରିବାରରେ ସାହାଯ୍ୟ କରିଥାଏ। ଏଥିପାଇଁ ଦହିକୁ କହୁଣୀରେ ଲଗାନ୍ତୁ ଓ ୨୦ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ଅଳ୍ପ ଉଷୁମପାଣିରେ ଏହାକୁ ଧୋଇଦିଅନ୍ତୁ। ପ୍ରତିଦିନ ଦୁଇଥର ଏପରି କରନ୍ତୁ।

୩.ବେକିଙ୍ଗ ସୋଡା: କହୁଣୀ ଓ ଆଣ୍ଠୁର କଳାଦାଗ ଦୂର କରିବା ପାଇଁ ବେକିଙ୍ଗ ସୋଡା ଅତ୍ୟନ୍ତ ଉପଯୋଗୀ ଅଟେ। ଏହା କହୁଣୀର କଳାଦାଗ ଦୂର କରିବା ସହିତ କହୁଣୀକୁ କୋମଳ ମଧ୍ୟ କରିଥାଏ। ଏଥିପାଇଁ ଅଳ୍ପ ପାଣିରେ ବେକିଙ୍ଗ ସୋଡା ମିଶାଇ ଏକ ଫେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ କହୁଣୀରେ ଲଗାନ୍ତୁ ଓ ୪-୫ମିନିଟ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ଏପରି ସପ୍ତାହକୁ ୨-୩ଥର କରିଲେ ସୁଫଳ ପାଇପାରିବେ।
୪.କ୍ଷୀର: କ୍ଷୀରରେ ଲାକଟିକ ଏସିଡ ରହିଥାଏ ଓ ଏହା ତ୍ଵଚାକୁ ଉଜ୍ଜ୍ଵଳ କରିବାରେ ସାହାଯ୍ୟ କରିଥାଏ। ଅଳ୍ପ ତୁଳା ନେଇ କ୍ଷୀରରେ ବୁଡାନ୍ତୁ ଓ ଏହାକୁ କହୁଣୀରେ ଆଣି ଲଗାନ୍ତୁ। ଅଧଘଣ୍ଟା ଏପରି ରଖିବା ପରେ ଉଷୁମପାଣିରେ ଧୋଇ ଦିଅନ୍ତୁ। ପ୍ରତିଦିନ ଏପରି ୨-୩ଥର କରିପାରିବେ।
୫.ଆଳୁ: କହୁଣୀ ଓ ଆଣ୍ଠୁରେ ଦେଖାଯାଉଥିବା କଳାଦାଗ ଦୂର କରିବାରେ ଆଳୁ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏଥିପାଇଁ ଗୋଟିଏ ଆଳୁକୁ ଦୁଇଖଣ୍ଡ କରି କହୁଣୀରେ ଘଷନ୍ତୁ। ୧୦ମିନିଟ ପର୍ଯ୍ୟନ୍ତ ଏପରି ଘଷିବା ପରେ ଉଷୁମପାଣିରେ ଧୋଇଦିଅନ୍ତୁ। ଦିନକୁ ଦୁଇଥର ଏପରି କରିବା ଦ୍ଵାରା କଳାଦାଗ ଦୂର ହୋଇଯିବ।

୬.ହଳଦୀ: ହଳଦୀରେ ଥିବା ପ୍ରାକୃତିକ ଉପାଦାନ ତ୍ଵଚାକୁ ଉଜ୍ଜ୍ଵଳ କରିବାରେ ସାହାଯ୍ୟ କରେ। ଅଳ୍ପ ନଡିଆ ତେଲରେ ହଳଦୀଗୁଣ୍ଡ ମିଶାନ୍ତୁ। ଏହି ଫେଷ୍ଟକୁ କଳା ପଡିଥିବା ସ୍ଥାନରେ ଲଗାନ୍ତୁ। ୧୦-୧୫ ମିନିଟ ରଖିବା ପରେ ଉଷୁମ ପାଣିରେ ଏହାକୁ ଧୋଇଦିଅନ୍ତୁ। ଦିନକୁ ଏପରି ଦୁଇଥର କରନ୍ତୁ।
୭.ଏଲୋଭେରା : ଏହା ଆମ ତ୍ଵଚାକୁ ପୋଷଣ ଯୋଗାଇଥାଏ। କହୁଣୀ ଓ ଆଣ୍ଠୁର କଳାଦାଗ ଦୂର କରିବା ପାଇଁ ମଧ୍ୟ ଉପଯୋଗୀ ହୋଇଥାଏ। ଏଥିପାଇଁ ପ୍ରତିଦିନ ରାତିରେ ଶୋଇବା ଆଗରୁ କହୁଣୀରେ ଏଲୋଭେରା ଜେଲ ଲଗାନ୍ତୁ ଓ ସକାଳୁ ଉଷୁମପାଣିରେ ଧୋଇଦିଅନ୍ତୁ।