• padmabati kund

କୈଳାଶ ଖେରଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିଲେ ସୋନା ମହାପାତ୍ର


(ବେତାର ବ୍ୟୁରୋ) ଗାୟକ ଓ ସଙ୍ଗୀତକାର କୈଳାଶ ଖେରଙ୍କ ସମସ୍ୟା ଦିନକୁ ଦିନ ବଢିବାରେ  ଲାଗିଛି। ପ୍ରଥମେ ଜଣେ ମହିଳା ସମ୍ବାଦିକା କୈଳାଶଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇବା ପରେ କୈଳାଶ ଖେର ତାଙ୍କ ଠାରୁ କ୍ଷମା ମାଗିଥିଲେ। ଏବେ ଗାୟିକା ସୋନା ମହାପାତ୍ର କୈଳାଶଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଛନ୍ତି।

ସୋନା ମହାପାତ୍ର ଗୋଟିଏ ପରେ ଗୋଟିଏ ଟ୍ଵିଟ କରି ତାଙ୍କ ସହିତ ହୋଇଥିବା ଯୌନ ଶୋଷଣ ବିଷୟରେ ଜଣାଇଛନ୍ତି। ସେ ଟ୍ଵିଟ କରି ଲେଖିଛନ୍ତି ଯେ, ଥରେ ସେ କୈଳାଶ ଖେରଙ୍କ ସହିତ ପୃଥ୍ଵୀ କାଫେରେ ଦେଖା ହୋଇଥିଲେ। ସେଠାରେ ନିଜର ଆଗାମୀ କନସର୍ଟ ବିଷୟରେ କଥା ହେବା ପାଇଁ ଯାଇଥିଲେ। ଏହି କନସର୍ଟରେ ଦୁହେଁ ଏକାଠି ଗୀତ ଗାଇବାର ଥିଲା। ସେଠାରେ କଥା ହେଉଥିବା ସମୟରେ କୈଳାଶ  ତାଙ୍କ ଜଙ୍ଘରେ ହାତ ବୁଲାଇ କହିଥିଲେ, “ ତୁମେ ବହୁତ ସୁନ୍ଦର। ମୁଁ ଖୁସି ଯେ ତୁମକୁ ଜଣେ ଗାୟକ ମିଳିଛନ୍ତି କୌଣସି ଅଭିନେତା ନୁହେଁ।“ ଏହାପରେ ସେ ସେଠାରୁ ଚାଲିଯାଇଥିଲେ।

ଏହାପରେ କୈଳାଶ ଖେର ଓ ସୋନା ମହାପାତ୍ର ଢାକାରେ ଶୋ’ ପାଇଁ ପହଞ୍ଚିଥିଲେ। ସେଠାରେ କୈଳାଶ ଖେର ତାଙ୍କୁ ବାରମ୍ବାର ଫୋନ କରୁଥିଲେ। ଯେତେବେଳେ ସୋନା ତାଙ୍କ ଫୋନ ଉଠାଇନଥିଲେ ସେ କାର୍ଯ୍ୟକ୍ରମର ଆୟୋଜକଙ୍କ ମାଧ୍ୟମରେ ତାଙ୍କ ସହ ଯୋଗାଯୋଗ କରିଥିଲେ ଓ କହିଥିଲେ ଯେ, ସାଉଣ୍ଡ ଚେକ କରିବା ଅପେକ୍ଷା ତୁମେ ତାଙ୍କ ରୁମକୁ ଯାଇ ତାଙ୍କ ସହ ଦେଖାକର।

ନିଜର ତୃତୀୟ ଟ୍ଵିଟରେ ସୋନା କହିଛନ୍ତି ଯେ, କୈଳାଶ ତାଙ୍କ ସହିତ ଅନେକ ପ୍ରୋଜେକ୍ଟରେ କାମ କରିଛନ୍ତି ଏବଂ ଜଣେ ପ୍ରଯୋଜକ ଭାବରେ ତାଙ୍କୁ ବହୁତ ମଜଭୁତ ହେବାକୁ ପଡୁଥିଲା। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ କୈଳାଶ ବହୁତ ଥର ସୋନାଙ୍କ ପତି ରାମଙ୍କ ଠାରୁ ଅନେକ ସାହାଯ୍ୟ ନେଇଛନ୍ତି ଯାହାଦ୍ଵାରା ସେ ଆମ ସହିତ ବ୍ୟକ୍ତିଗତ ସମ୍ପର୍କ ରଖିପାରିବେ।

ତେବେ କିଛିଦିନ ପୂର୍ବରୁ ଜଣେ ଫଟୋ ଜର୍ଣ୍ଣାଲିଷ୍ଟ କୈଳାଶଙ୍କ ଉପରେ ଆରୋପ ଲଗାଇଥିଲେ। ଏହାର ଜବାବରେ କୈଳାଶ ଖେର କହିଥିଲେ, “ମୁଁ ମହିଳାଙ୍କର ବହୁତ ସମ୍ମାନ କରେ। ଖାସ କରି ଯେଉଁମାନେ ମିଡିଆରେ କାମ କରନ୍ତି ସେମାନଙ୍କର ଅଧିକ ସମ୍ମାନ କରେ କାରଣ ତାଙ୍କ କାମ ଅଧିକ କଷ୍ଟ ହୋଇଥାଏ। ତଥାପି ଯଦି କାହାକୁ କିଛି ଭୁଲ ଧାରଣା ହୋଇଛି ତେବେ ମୁଁ କ୍ଷମା ମାଗିନେଉଛି। ଯେଉଁମାନେ ମୋ ସହ କାମ କରିଛନ୍ତି ସେମାନେ ଭଲ ଭାବରେ ଜାଣିଛନ୍ତି ମୁଁ ମହିଳାଙ୍କର କେତେ ସମ୍ମାନ କରେ।“

ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କ ଦ୍ଵାରା ନାନା ପାଟେକରଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଯିବା ପରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଅନ୍ୟ ଅଭିନେତ୍ରୀମାନେ #me too ମାଧ୍ୟମରେ ନିଜ ସହିତ ହୋଇଥିବା ଯୌନ ଦୁଃବ୍ୟବହାର ବିରୋଧରେ ମୁହଁ ଖୋଲିବା ଆରମ୍ଭ କରିଦେଇଛନ୍ତି। ନାନା ପାଟେକର, ନିର୍ଦ୍ଦେଶକ ବିକାଶ ବେହେଲ, ମଡେଲ ଜୁଲଫି ସେୟଦ ଓ ଟିଭି ଜଗତର ‘ସଂସ୍କାରୀ ବାପୁ’ ଆଲୋକ ନାଥଙ୍କ ଉପରେ ମଧ୍ୟ ଯୌନ ଶୋଷଣର ଆରୋପ ଲଗାଯାଇଛି।

#metoo #kailashkher #sonamahapatra #entertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon