• padmabati kund

ମାଟି ଖୋଳୁ ଖୋଳୁ ଦିନ ମଜୁରିଆ ପାଇଲେ ଦେଢକୋଟିର ହୀରା


(ବେତାର ବ୍ୟୁରୋ)ଦୀପାବଳି ଆସିବାର ଏକ ମାସ ଆଗରୁ ଜଣେ ଗରିବ ଦିନ ମଜୁରିଆଙ୍କ ଘର ଖୁସିରେ ଭରିଯାଇଛି। ସେ କେବେବି ଭାବିନଥିବେ ଯେ ନିଜ ପରିବାରର ପେଟ ପୋଷିବା ପାଇଁ ମାଟି ଖୋଲିବା କାମ କରିବା ସମୟରେ ହୀରା ପରି ମୁଲ୍ୟବାନ ପଦାର୍ଥ ପାଇବେ ବୋଲି। କିନ୍ତୁ ଏପରି ଘଟିଛି  ଭୋପାଳର ପନ୍ନା ଜିଲ୍ଲାରେ। ଏଠାରେ ରହୁଥିବା ଜଣେ ଦିନ ମଜୁରିଆ ମାଟି ଖୋଲିବା ସମୟରେ ଦେଢ କୋଟି ଟଙ୍କା ମୂଲ୍ୟର ହୀରା ପାଇଛନ୍ତି।

ଭୋପାଳରେ ରହୁଥିବା 30ବର୍ଷୀୟ ମୋତିଲାଲ ପ୍ରଜାପତି ପନ୍ନା ହୀରା ଖଣିର ଅଗଭୀର ଅଂଚଳରେ ମାଟି ଖୋଳୁଥିବା ସମୟରେ 42.9 କ୍ୟାରେଟର ସୁନା ପାଇଛନ୍ତି। ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପନ୍ନାରେ  ଥିବା ଅଗଭୀର ହୀରା ଖଣିର ଏହା ସବୁଠାରୁ ବଡ ହୀରାଖଣ୍ଡ ଅଟେ।

ପନ୍ନାର ହୀରା ଅଫିସର ସନ୍ତୋଷ ସିଂଙ୍କ କହିବା ମୁତାବକ, “ଏହା ପୂର୍ବରୁ 1961 ମସିହାରେ ପନ୍ନାର ହୀରା ଖଣିରୁ 44.55 କ୍ୟାରେଟର ହୀରା ମିଳିଥିଲା। ମଣିର ଗୁଣ ଥିବା ଏହି ଷ୍ଟୋନର ମୂଲ୍ୟ ଦେଢ କୋଟି ଟଙ୍କା ଅଟେ।“ ତେବେ ସରକାରଙ୍କ ନିୟମ ଅନୁସାରେ ଏହି ହୀରାକୁ ଖୁବ ଶୀଘ୍ର ନିଲାମ କରାଯିବ ବୋଲି ସେ କହିଛନ୍ତି।

କଣ କୁହନ୍ତି ମୋତିଲାଲ

ଏତେ ମୁଲ୍ୟବାନ ହୀରା ପାଇବା ପରେ ମୋତିଲାଲ ପ୍ରଜାପତି ବହୁତ ଖୁସି ଅଛନ୍ତି। ନିଜ ହାତରେ ସେ ହୀରାକୁ ଧରି ଖୁବ ଆଗ୍ରହର ସେ କହିଛନ୍ତି ଯେ, “ମଜା ଆସିଗଲା। ଏହା ସାହାଯ୍ୟରେ ମୁଁ ମୋ ପିତାମାତାଙ୍କର ଭଲ ଭାବରେ ଯତ୍ନ ନେଇପାରିବି ଓ ଆମ ପରିବାରର ଦରିଦ୍ରତା ମଧ୍ୟ ଦୂର ହୋଇଯିବ।“

କରଜରେ ବଞ୍ଚୁଛନ୍ତି ମୋତିଲାଲ

ମୋତିଲାଲ ପ୍ରଜାପତି ତାଙ୍କ ବୟାନରେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ପରିବାର ଉପରେ ବହୁତ କରଜ ରହିଛି। ଏହା ତାଙ୍କ ପରିବାରର ଆର୍ଥିକ ସ୍ଥିତି ଠିକ କରିବା ସହିତ କରଜ ସୁଝିବା ପାଇଁ ମଧ୍ୟ ସାହାଯ୍ୟ କରିବ। ଏହା ସାହାଯ୍ୟରେ ତାଙ୍କର ଦୁଇଜଣ ସନ୍ତାନ ଭଲ ସ୍କୁଲରେ ପାଠ ପଢିପାରିବେ ବୋଲି ସେ କହିଛନ୍ତି।

#pannadailywager #diamond

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon