• ବେତାର ଷ୍ଟାଫ ଲେଖକ

ଆପଣଙ୍କ ରିଲେସନସିପକୁ ଏକ ନୂଆ ଗତି ଦେବ ବୃହସ୍ପତି ଗ୍ରହର ଏହି ପରିବର୍ତ୍ତନ


ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ବୃହସ୍ପତି ଗ୍ରହ ଚଳନ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମ। ଏହା 2018 ମସିହାର ସବୁଠୁ ବଡ଼ ଗ୍ରହ ପରିବର୍ତ୍ତନ। ଏହା ଅକ୍ଟୋବର ୧୧ ତାରିଖ ସନ୍ଧ୍ୟାରେ ତୁଳା ରାଶିରୁ ଗତି କରି ବିଛା ରାଶିରେ ପ୍ରବେଶ କରିବ ଓ ମାର୍ଚ୍ଚ ୨୦୧୯ ଯାଏଁ ସେଠାରେ ଅବସ୍ଥାନ କରିବ ।

ଭାରତୀୟ ପୁରାଣ ଶାସ୍ତ୍ରରେ ବୃହସ୍ପତିଙ୍କୁ ଦେବତାଙ୍କ ଗୁରୁ ବୋଲି ଧରାଯାଏ ଓ ସେହିପରି ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତି ଗ୍ରହକୁ ଏକ ଶୁଭ ଗ୍ରହ ହିସାବରେ ଗ୍ରହଣ କରାଯାଇଥାଏ। ମହାକାଶ ବିଜ୍ଞାନର ତଥ୍ୟ ଅନୁଯାୟୀ ଆମ ସୌର ମଣ୍ଡଳର ସବୁଠୁ ବଡ଼ ଗ୍ରହ ହେଲା ବୃହସ୍ପତି। ଏଣୁ ସୌର ମଣ୍ଡଳର ସବୁଠୁ ବଡ ଗ୍ରହ ପରିବର୍ତ୍ତନ ନିଶ୍ଚିତ ଭାବେ ଆମ ସମସ୍ତଙ୍କ ଜୀବନରେ ପ୍ରଭାବ ପକାଇବ।

ରାଶି ଅନୁସାରେ ବ୍ୟକ୍ତିଗତ ଫଳାଫଳ ଭିନ୍ନ ହେଇପାରେ। ତେବେ ଆସନ୍ତୁ ବୃହସ୍ପତିର ଏହି ଚଳନର ପ୍ରଭାବ ଆମ ସାଧାରଣ ଜୀବନ ଉପରେ କିପର ପଡିବ ସେ ବିଷୟରେ ଜାଣିବା।

ବୃହସ୍ପତି କ'ଣ ତେବେ ଏସବୁ ଜାଣିବା ଆଗରୁ ବୃହସ୍ପତି ଗ୍ରହ ବିଷୟରେ କିଛିଟା ଜାଣିନେବା ଆବଶ୍ୟକ। ବିଭିନ୍ନ ଜ୍ୟୋତିଷ ଶାସ୍ତ୍ର ମତ ଅନୁସାରେ ବୃହସ୍ପତି ଗ୍ରହକୁ ଉତ୍ତର-ପୂର୍ବ ଦିଗ ସହିତ ଯୋଡ଼ା ଯାଇଥାଏ ଓ ଏକ ଶୁଭ ଗ୍ରହ ପ୍ରଦାନକାରୀ ଗ୍ରହ ହିସାବରେ ଧରାଯାଇଥାଏ। ଏହି ଗ୍ରହ ଜାତକର 10ମ ଗୃହରେ ଥିଲେ ଶକ୍ତିଶାଳୀ ହେଇଥାନ୍ତି। ସବୁଠୁ ବଡ ଗ୍ରହ ହେଇଥିବାରୁ ଏହି ଗ୍ରହକୁ ସମ୍ପ୍ରସାରଣ, ବୃଦ୍ଧି ସହିତ ମଧ୍ୟ ଯୋଡିକରି ଦେଖାଯାଇଥାଏ।

ବୃହସ୍ପତି ଗ୍ରହକୁ ସନ୍ତାନସନ୍ତତି, ଆର୍ଥିକ ସ୍ଥିତି, ଆଧ୍ୟାତ୍ମିକତା, ଶିକ୍ଷା, (ସାହିତ୍ୟରେ ବ୍ୟାକରଣ), ଶରୀରର ଚର୍ବି ଓ ରୋଗରୁ ସୁସ୍ଥ ହେବା ଆଦି ପ୍ରସଙ୍ଗ ସହିତ ଯୋଡ଼ା ଯାଇ ବିଚାର କରାଯାଇଥାଏ। ଅର୍ଥାତ ବୃହସ୍ପତି ଗ୍ରହ ଶୁଭ ସ୍ଥାନରେ ଥିଲେ ଉପର ବର୍ଣ୍ଣିତ ଅବସ୍ଥା ଶୁଭ ହେବ। ସେହିପରି ଅଶୁଭ ସ୍ଥାନରେ ବୃହସ୍ପତି ରହିଥିଲେ, ଏହିସବୁ କ୍ଷେତ୍ରରେ ଅଶୁଭ ଫଳ ମିଳିବାର ସମ୍ଭାବନା ଥାଏ।

ଏବେ ଆସନ୍ତୁ ଜାଣିବା ବିଛା ରାଶି ବିଷୟରେ। ଏହି ରାଶି ଜ୍ୟୋତି ଜ୍ୟୋତିଷୀୟ ହିସାବ ଅନୁସାରେ ଅଷ୍ଟମ ରାଶି ଓ ଏହାର ସ୍ୱାମୀ ମଙ୍ଗଳ ଗ୍ରହ। ମଙ୍ଗଳ ଏକ ଅଗ୍ନି ଗ୍ରହ ହେଇଥିଲେ ହେଁ, ବିଛା ଏକ ଜଳୀୟ ଗ୍ରହ। ଅର୍ଥାତ ଏହି ରାଶିର ବ୍ୟକ୍ତିମାନେ ଅତ୍ୟନ୍ତ ଭାବପ୍ରବଣ ହେଇଥାନ୍ତି।

ତେବେ ଏହିପରି ଏକ ରାଶିରେ ବୃହସ୍ପତିଙ୍କ ଗୋଚର ମନୁଷ୍ୟକୁ ନୀତିନିୟମ, ଠିକଭୁଲ ରୁ ଉର୍ଦ୍ଧ୍ବରୁ ଯାଇ ଘଟଣାର ବାସ୍ତବିକତା ବୁଝେଇବାରେ ସକ୍ଷମ ହେଇଥାଏ। ଏହି ସମୟରେ ମନୁଷ୍ୟ ସମାଜରେ ନିଜର ପ୍ରତିଷ୍ଠା ଓ ସମ୍ମାନ ପ୍ରତି କମ ଦୃଷ୍ଟି ଦେଇ ବୃହତ୍ତର ସ୍ୱାର୍ଥ ନିମନ୍ତେ ନିଜକୁ ଯୋଡି ରଖିବା ପାଇଁ ପ୍ରସ୍ତୁତ ହେଇଥାଏ।

ମୂଳତଃ ଏହି ବୃହସ୍ପତି-ବିଛା ଗୋଚର ସମୟରେ ମନୁଷ୍ୟ କର୍ତ୍ତବ୍ୟନିଷ୍ଠ ହେବା ସହିତ ବଚନବଦ୍ଧ ଓ କାର୍ଯ୍ୟ ପ୍ରତି ସମର୍ପିତ ହେଇଥାଏ।

ରିଲେଶନସିପ

ବୃହସ୍ପତି କେବଳ ବୃଦ୍ଧି କରାଏନି, ବରଂ ଏହା ନୂଆ ଜିନିଷ ଶିଖିବା ପାଇଁ ମଧ୍ୟ ପ୍ରେରଣା ଦେଇଥାଏ। ଯଦି ଆପଣ ଏକୁଟିଆ ଅଛନ୍ତି, ତେବେ ଆପଣ ଏକ ନୂଆ ସାଥିର ସନ୍ଧାନରେ ରହିବେ। ସେହିପରି ଯଦି କୌଣସି ରିଲେସନସିପ ଭାଙ୍ଗିବାକୁ ଭାବୁଥାନ୍ତି, ତେବେ ଆପଣଙ୍କ ସାଥୀଙ୍କ ମଧ୍ୟରେ ନୂତନ କିଛି ଦେଖିବାକୁ ଚେଷ୍ଟା କରିବେ ଓ ଆପଣଙ୍କ ସମ୍ବନ୍ଧକୁ ଏକ ନୂଆ ଦିଗ ଦେବାକୁ ଚେଷ୍ଟା କରିବେ।

#life #relationship

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon