• ବେତାର ବ୍ୟୁରୋ

ବନ୍ଧୁଙ୍କ ସହ ସମ୍ପର୍କ ନ ରଖିବାରୁ ସ୍ତ୍ରୀକୁ ଚେଙ୍କ ଦେଲା ସ୍ଵାମୀ


( ବେତାର ବ୍ୟୁରୋ)- ନିଜ ଧର୍ମପତ୍ନୀଙ୍କୁ ନିଜର ଜଣେ ବନ୍ଧୁଙ୍କ ସହିତ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ବାଧ୍ୟ କରୁଥିଲେ ସ୍ଵାମୀ , ହେଲେ ସ୍ତ୍ରୀ ରାଜି ନ ହେବାରୁ ସ୍ଵାମୀଜଣକ ନିଜ ବନ୍ଧୁଙ୍କ ସହିତ ମିଶି ପତ୍ନୀଙ୍କ ଗୁପ୍ତାଙ୍ଗରେ ନିଆଁ ଚେଙ୍କ ମଧ୍ୟ ଦେଇଥିଲେ । ଏଭଳି ଏକ ଅଭିଯୋଗ ଆଣି ଜନୈକା ମହିଳା ଭୁବନେଶ୍ୱର ଅନ୍ତର୍ଗତ ଚନ୍ଦକା ଥାନା ପହଞ୍ଚିଥିଲେ । ହେଲେ ସେଠାରେ ମଧ୍ୟ ମିଳିଲାନି ସୁଫଳ ।

ଥାନାରେ ପହଞ୍ଚି ଉକ୍ତ ମହିଳା ଯାହା ବର୍ଣ୍ଣନା କରିଥିଲେ ତାକୁ ଶୁଣିଲେ ଦେହ ଶୀତେଇ ଉଠିବ । ସେ କହିଥିଲେ ସାଙ୍ଗ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଛନ୍ତି ସ୍ବାମୀ ଏବଂ ଏହି କଥାରେ ସ୍ତ୍ରୀ ରାଜି ନ ହେବାରୁ ତାଙ୍କୁ ସାଙ୍ଗ ସହ ମିଶି ଅକଥନୀୟ ନିର୍ଯାତନା ଦେଇଛନ୍ତି। ସାଙ୍ଗ ସହ ମିଶି ସ୍ତ୍ରୀଙ୍କ ଯୌନାଙ୍ଗରେ ଚେଙ୍କ ଦେବାକୁ ସ୍ବାମୀ ପଛାଇ ନାହାନ୍ତି।

ଏଭଳି ଅମାନବୀୟ ଘଟଣା ଘଟିଛି ଚନ୍ଦକା ଥାନା ଅଞ୍ଚଳରେ। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ସ୍ବାମୀ ଓ ତାଙ୍କ ସାଙ୍ଗକୁ ଥାନାକୁ ଉଠାଇ ଆଣିଥିଲେ ମଧ୍ୟ ପରେ ଛାଡି ଦେଇଛି। ଏପରି କି ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ପୀଡ଼ିତାଙ୍କ ଚରିତ୍ର ସଂହାର କରିବାକୁ ପଛାଇନାହିଁ। ନ୍ୟାୟ ନ ମିଳିଲେ ଶେଷରେ ଆତ୍ମହତ୍ୟା କରିବେ ବୋଲି ପିଡୀତା ଚେତାବନୀ ଦେଇଛନ୍ତି।

ଉକ୍ତ ପୀଡ଼ିତାଙ୍କ କହିବା ଅନୁଯାୟୀ, ସେ ତାଙ୍କ ଚିହ୍ନା ପରିଚୟରେ ଚନ୍ଦକା ଅଞ୍ଚଳରେ ଜଣେ ଯୁବକଙ୍କୁ ଦେଢ ବର୍ଷ ତଳେ ବିବାହ କରିଥିଲେ। ବିବାହ ପରେ ସ୍ବାମୀ କିନ୍ନର ସ୍ବଭାବର ବ୍ୟକ୍ତି ହୋଇଥିବା ସେ ଜାଣିବାକୁ ପାଇଥିଲେ। ଏହାପରେ ସ୍ବାମୀ ତାଙ୍କୁ ନିର୍ଯାତନା ଦେଇଥିଲେ। କିଛି ଦିନ ପରେ ତାଙ୍କ ସାଙ୍ଗଙ୍କୁ ଘରକୁ ଡକାଇ ମଦ ପିଇଥିଲେ ଓ ଧୀରେ ଧୀରେ ତାଙ୍କ ସାଙ୍ଗଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ସେ ବିରୋଧ କରିବାରୁ ସେମାନେ ଗୋଟେ ଘରେ ତାଙ୍କୁ ବନ୍ଦ କରି ମାଡ ମାରିବା ସହିତ ତାଙ୍କ ଯୌନାଙ୍ଗରେ ଚେଙ୍କ ଦେଇଥିଲେ।

ଏହାପରେ ସ୍ବାମୀଙ୍କ ଆଗରେ ତାଙ୍କ ବନ୍ଧୁ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଏହିପରି ଘଟଣା ପ୍ରତିଦିନ ଚାଲୁଥିଲା। ସ୍ବାମୀଙ୍କ ପରିବାର ଏସବୁ ଜାଣି ଚୁପ ରହୁଥିଲେ। ସେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ୨ଦିନ ହେବ ତାଙ୍କୁ ଆପୋସ ସମାଧାନ କରିବାକୁ ବାଧ୍ୟ କରୁଛନ୍ତି। ଏପରିକି ଥାନା ଅଧିକାରୀ ମଧ୍ୟ ତାଙ୍କୁ ଗାଳିଗୁଲଜ କରିଥିବା ପୀଡ଼ିତା କହିଛନ୍ତି।

#crime #society

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon