• ବେତାର ବ୍ୟୁରୋ

ଆଗାମୀ 48ଘଣ୍ଟାରେ ବ୍ୟାଘାତ ହୋଇପାରେ ଇଣ୍ଟରନେଟ ସେବା : କରନ୍ତୁ ନାହିଁ ଏହି ସବୁ କାମ


(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତ ଲୋକ ଇଣ୍ଟରନେଟର ବ୍ୟବହାର କରୁଛନ୍ତି । ଗୋଟିଏ ବି ଦିନ ଇଣ୍ଟରନେଟ ବିନା ରହିବା କଷ୍ଟକର ହୋଇପଡ଼ୁଛି । ଅଧିକାଂଶ କାମ ମୋବାଇଲ ଓ ଇଣ୍ଟରନେଟ ସାହାଯ୍ୟରେ ଖୁବ ସହଜରେ ଓ କମ ସମୟରେ ହୋଇଯାଉଛି।  ତେବେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ପାଇଁ ଆସିଛି ଏକ ଖରାପ ଖବର, କାରଣ ସାରା ବିଶ୍ୱରେ ୪୮ଘଣ୍ଟା ପାଇଁ ଇଣ୍ଟରନେଟ ସେବାରେ ବ୍ୟାଘାତ ଦେଖାଯାଇପାରେ ବୋଲି ସୂଚନା ମିଳିଛି ।

ରସିଆ ଟୁଡ଼େର ରିପୋର୍ଟ ଅନୁସାରେ , ଇଣ୍ଟରନେଟ ଉପଭୋକ୍ତାଙ୍କ ମାନଙ୍କୁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ନେଟୱର୍କ କନେକ୍ସନ ଫେଲୋୟରର ସାମ୍ନା କରିବାକୁ ପଡିପାରେ। ତେବେ ମେନ୍ ଡୋମେନ୍ ସର୍ଭର ଓ ଏହାସହ ଜଡ଼ିତ ନେଟୱର୍କ ଇନଫ୍ରାଷ୍ଟକଚର କିଛି ସମୟ ପାଇଁ ବନ୍ଦ ରହିବା ଯୋଗୁଁ ଏପରି ଅସୁବିଧା ଉପୁଜିବ ବୋଲି ଆଶଙ୍କା କରାଯାଉଛି ।

ରିପୋର୍ଟ ଅନୁସାରେ Internet Corporation For Assigned Names and Numbers(ICANN) ଏହି ଅବଧି ଭିତରେ ପରିଚାଳନା ସହ ଜଡ଼ିତ କାମ କରିବ । ଆଉ ଏହି ସମୟରେ (ICANN)ର କ୍ରିପ୍ଟୋଗ୍ରାଫିରେ ପରିବର୍ତ୍ତନ ହେବ, ଯାହା ଇଣ୍ଟରନେଟର ଡୋମେନ୍ ନେମ୍ ସିଷ୍ଟମକୁ ସୁରକ୍ଷିତ କରିବ।

କେଉଁ କାମ କରିବେ ନାହିଁ

ତେବେ ଏଥିପାଇଁ ଇଣ୍ଟରନେଟ ଉପଭୋକ୍ତାମାନେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ୱେବ ପେଜ ଚଳାଇବାରେ ଅସୁବିଧାର ସମ୍ମୁଖୀନ ହେବେ ଓ ଏହାସହିତ ଅନଲାଇନ ନେଣଦେଣ କରିବାରେ ମଧ୍ୟ ଅସୁବିଧା ହୋଇପାରେ। ଏହା ବ୍ୟତୀତ ଉପଭୋକ୍ତ ପୁରୁଣା ଆଇ.ଏସ.ପି ବ୍ୟବହାର କରୁଥିଲେ ସେମାନଙ୍କୁ ଗ୍ଲୋବାଲ ନେଟୱର୍କ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ।

ଦିନକୁ ଦିନ ସାଇବର ଠକେଇ ଓ ଆକ୍ରମଣ ଘଟଣା ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏପରି କରିବା ଜରୁରୀ ବୋଲି ସୂଚନା ମିଳିଛି । ସୁରକ୍ଷିତ, ସ୍ଥିର ତଥା ଡିଏନଏସ୍ ସୁନିଶ୍ଚିତ କରିବା ପାଇଁ ସାରା ବିଶ୍ୱରେ କିଛି ସମୟରେ ପାଇଁ ନେଟ୍ ବନ୍ଦ ରଖିବା ଜରୁରୀ ହୋଇପଡ଼ିଛି ।

ଏଣୁ ଏହି ସମୟ ଭିତରେ ଅନଲାଇନରେ କିଣାବିକା ବା କାହାକୁ ଟଙ୍କା ପଇସା ପଠାଉ ଥିଲେ ସାବଧାନତାର ସହିତ ଏହିସବୁ କାମ କରିବା ଉଚିତ। ସେହିପରି ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଯେପରିକି ଫେସବୁକ, ଟ୍ୱିଟର ଇତ୍ୟାଦିର ପସାୱାର୍ଡ ବଦଳାଇବାକୁ ଚାହୁଁଥିଲେ, ଦୁଇ ଦିନ ଅପେକ୍ଷା କରନ୍ତୁନ ନଚେତ ଆକାଉଣ୍ଟ ହ୍ୟାକ ହେଇପାରେ।

ଏଥିପାଇଁ ଇଣ୍ଟରନେଟ ଉପଭୋକ୍ତା, ନେଟୱର୍କ ଅପରେଟର କିମ୍ବା ଇଣ୍ଟରନେଟ ସେବା ପ୍ରଦାନକାରୀ ସଂସ୍ଥା ଯଦି ପ୍ରସ୍ତୁତ ନୁହଁନ୍ତି, ତେବେ ସେମାନେ ଏହାଦ୍ୱାରା ପ୍ରଭାବିତ ହେବେ। ତେବେ ଆପଣ ନିଜ କମ୍ପ୍ୟୁଟର, ଲାପଟପ ଓ ମୋବାଇଲରେ ସିଷ୍ଟମ ସିକ୍ୟୁରୀଟିକୁ ଏନାବଲ କରି ଏହାର ପ୍ରଭାବରୁ ରକ୍ଷା ପାଇପାରିବେ।

#internet #networkfailure

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon