• ବେତାର ବ୍ୟୁରୋ

ବିଛା ରାଶିରେ ବୃହସ୍ପତିଙ୍କ ପ୍ରବେଶ : କେଉଁ ରାଶିରେ କ'ଣ


(ବି ଦ୍ର : ଗ୍ରହ ଚଳନର ଫଳାଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

(ବେତାର ବ୍ୟୁରୋ) ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତି ଗ୍ରହଙ୍କୁ ଦେବଗୁରୁ କୁହାଯାଇଥାଏ । ବୃହସ୍ପତି ଗ୍ରହଙ୍କୁ ଜ୍ଞାନ, କର୍ମ, ଧର୍ମ, ପୁତ୍ର ଓ ବିବାହର କାରକ କୁହାଯାଇଥାଏ । ବୃହସ୍ପତିଙ୍କ ପ୍ରଭାବରେ ବ୍ୟକ୍ତି ଧର୍ମ ଓ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମନ ବଳାଇଥାଆନ୍ତି। ଏହାସହିତ ବ୍ୟକ୍ତିଙ୍କର କ୍ୟାରିୟର, ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ଥିତିରେ  ଉନ୍ନତି ଘଟିଥାଏ।

ବୃହସ୍ପତି ଦେବ 2018 ମସିହାରେ ଅଧିକାଂଶ ସମୟ ତୁଳା ରାଶିରେ ଗୋଚର କରିଥିଲେ। କିନ୍ତୁ ଅକ୍ଟୋବର 11  ତାରିଖ ଗୁରୁବାର ରାତି 8.39ଘଣ୍ଟା ସମୟରେ  ତୁଳା ରାଶିରେ ପ୍ରବେଶ କରିଛନ୍ତି ଓ ମାର୍ଚ୍ଚ 30 ତାରିଖ, 2019 ମସିହା ଶନିବାର ରାତି 3.11ଘଣ୍ଟା ପର୍ଯ୍ୟନ୍ତ ଏହି ରାଶିରେ ଅବସ୍ଥାନ କରିବେ। ତେବେ ଏହାର ପ୍ରଭାବ ଆପଣଙ୍କ ରାଶି ଉପରେ କଣ ପଡିବ ଜାଣନ୍ତୁ।

ମେଷ: ବ୍ୟାପାର ବାଣିଜ୍ୟରେ ଅର୍ଥହାନୀ ହୋଇପାରେ। ଭାଗ୍ୟ ଆପଣଙ୍କ ସାଙ୍ଗରେ ରହିବ ନାହିଁ। ଦୁର୍ଭାଗ୍ୟ ଯୋଗୁଁ କୌଣସି କାର୍ଯ୍ୟ ସଫଳ ହେବ ନାହିଁ, ତଥାପି ଧୈର୍ଯ୍ୟ ରଖନ୍ତୁ। ଦୁରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ। ଅନ୍ୟମାନଙ୍କୁ ଖରାପ ବ୍ୟବହାର କରନ୍ତୁ ନାହିଁ।

ବୃଷ: ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଧୈର୍ଯ୍ୟର ସହ ସମସ୍ତ କାର୍ଯ୍ୟ କରନ୍ତୁ ଓ ଜୀବନସାଥୀଙ୍କ ଭାବନାକୁ ଗୁରୁତ୍ଵ ଦିଅନ୍ତୁ। ଭାଗୀଦାରୀ ବ୍ୟବସାୟ କରିବାକୁ ଚାହୁଁଥିଲେ ଏହି ସମୟ ଅନୁକୂଳ ଅଟେ।

ମିଥୁନ: ଶତ୍ରୁ ଓ ବିରୋଧୀ ଆପଣଙ୍କୁ ଅସୁବିଧାରେ ପକାଇବାକୁ ପ୍ରୟାସ କରିବେ, ଏଥିପାଇଁ ସାବଧାନ ରୁହନ୍ତୁ। କୌଣସି କଥାକୁ ନେଇ ଭାଇଭଉଣୀଙ୍କ ସହ ମତଭେଦ ହୋଇପାରେ। ସ୍ୱାସ୍ଥ୍ୟରେ ଅବନତି ମଧ୍ୟ ଦେଖା ଯାଇପାରେ। ଅଯଥା ଖର୍ଚ୍ଚ କରନ୍ତୁ ନାହିଁ।

କର୍କଟ: ଏହି ସମୟ ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ। ପରିବାରକୁ ନୂଆ ସଦସ୍ୟ  ଆସିପାରନ୍ତି। ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ବଢିବ। ପରିବାର ମଧ୍ୟରେ ହସଖୁସିର ବତବାରଣ ରହିବ।

ସିଂହ: ବନ୍ଧୁ ବାନ୍ଧବଙ୍କ  ସହ ମତଭେଦ ହୋଇପାରେ। ଆପଣ ନିଜେ ଅପମାନିତ ହେବା ପରି ପରିସ୍ଥିତି ସୃଷ୍ଟି ହୋଇପାରେ। ଘର ମଧ୍ୟରରେ କୌଣସି ଶୁଭକାର୍ଯ୍ୟ ଅନୁଷ୍ଠିତ ହେବ। ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ।

କନ୍ୟା: ଏହି ସମୟରେ ବ୍ୟାପାର ବାଣିଜ୍ୟରେ ନିବେଶ କରିବାକୁ ଚାହୁଁଥିଲେ ଭଲ ଭାବରରେ ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ। କର୍ମକ୍ଷେତ୍ରରେ ଖରାପ ପ୍ରଦର୍ଶନ କରିବା କାରଣରୁ ପଦୋନ୍ନତି ହୋଇ ନ ପାରେ। ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ।

ତୁଳା: ଧନ ପ୍ରାପ୍ତି ହେବ ଓ ଧନ ସଞ୍ଚୟ କରିବେ। ତରବରରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯାହାଫଳରେ ଆର୍ଥିକ କ୍ଷତି ସହିବାକୁ ପଡିପାରେ। ପାରିବାରିକ  ଜୀବନ ଶାନ୍ତିପୂର୍ଣ୍ଣ ରହିବ। ନିଜର ବ୍ୟବହାରରେ ଅନ୍ୟମାନଙ୍କୁ ପ୍ରଭାବିତ କରିପାରିବେ।

ବିଛା: ବୃହସ୍ପତିଙ୍କ ଏହି ଗୋଚର ଆପଣଙ୍କ ପାଇଁ କଷ୍ଟପୂର୍ଣ୍ଣ ରହିବ।  ଏହି ସମୟରେ ଅନେକ ବାଧାବିଘ୍ନର ସାମ୍ନା କରିବାକୁ ପଡିବ। ଅଫିସ  କାର୍ଯ୍ୟରେ ଦୁରସ୍ଥାନକୁ ଯାତ୍ରା  କରିବାକୁ ପଡିପାରେ। ଆର୍ଥିକ ଖର୍ଚ୍ଚ ବଢିବା ସହିତ ମାନସିକ ଦୁଃଶ୍ଚିନ୍ତା ମଧ୍ୟ ବଢିବ।    

ଧନୁ: ମାନସିକ ଦୁଃଶ୍ଚିନ୍ତା ବଢିବ। ଯଦି କୌଣସି ସମସ୍ୟା  ଆସେ ତେବେ ଧୈର୍ଯ୍ୟ ଓ ସାହସର ସହିତ ସମ୍ମୁଖୀନ କରନ୍ତୁ। ଅର୍ଥହାନୀ ହୋଇପାରେ। ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ଦେଖା ଦେଇପାରେ।

ମକର: କର୍ମକ୍ଷେତ୍ରରେ  ଉନ୍ନତି ହେବ। ପଦୋନ୍ନତି ହେବାର ସମ୍ଭାବନା ରହିଛି ଓ ସମ୍ମାନ ମଧ୍ୟ ବୃଦ୍ଧି ପାଇବ। ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟ ପ୍ରତି  ମନ ବଳାଇବେ। ବୈବାହିକ ଜୀବନ ସୁଖମୟ ରହିବ।

କୁମ୍ଭ: କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ହୋଇପାରେ। ଏଥିପାଇଁ କର୍ମକ୍ଷେତ୍ରରେ ଅଯଥା କଥା ଠାରୁ ଦୂରେଇ ରୁହନ୍ତୁ ଓ ସହକର୍ମୀଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷା କରନ୍ତୁ। ସଫଳତା ପ୍ରାପ୍ତି ପାଇଁ କଠିନ ସଂଘର୍ଷ କରିବାକୁ ପଡିବ।

ମୀନ: କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି। ପାରିବାରିକ ଜୀବନ ସୁଖମୟ ରହିବ। ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ସମାଜରେ ଆପଣଙ୍କ ଲୋକପ୍ରିୟତା ବୃଦ୍ଧି ପାଇବ। କୌଣସି ନିଷ୍ପତ୍ତି ନେବା ଆଗରୁ ପିତାଙ୍କ ଉପଦେଶ ନିଅନ୍ତୁ।                      

#astrology #gurugochar #horoscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon