• ବେତାର ବ୍ୟୁରୋ

ଏୟାର ଫୋର୍ସରେ ବାହାରିଲା ଆକାଉଣ୍ଟାଣ୍ଟ, କ୍ଲର୍କ ପଦବୀ : ଦରମା ₹18,000ରୁ ଆରମ୍ଭ


(ବେତାର ବ୍ୟୁରୋ) ଭାରତୀୟ ବାୟୁସେନାରେ ଆସିଷ୍ଟାଣ୍ଟ ମ୍ୟାନେଜର (ଆକାଉଣ୍ଟାଟ), ଜୁନିୟର କ୍ଳର୍କ (ଇଡିପି), ଜୁନିୟର କ୍ଳର୍କ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀ ମାନେ ଏହି ପଦ ପାଇଁ ଆବେଦନ କରିପାରିବେ।

ଆବେଦନ ତାରିଖ

ଏହି  ପଦରେ ଆବେଦନ କରିବାକୁ ଚାହୁଁଥିବା ଇଚ୍ଛୁକ  ପ୍ରାର୍ଥୀମାନେ ଅକ୍ଟୋବର 22 ତାରିଖ ମଧ୍ୟରେ ଆବେଦନ କରିପାରିବେ।

ଦରମା

ଆସିଷ୍ଟାଣ୍ଟ ମ୍ୟାନେଜର (ଆକାଉଣ୍ଟାଟ) ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.30,000 ଦରମା ପ୍ରଦାନ କରାଯିବ। ସେହିପରି ଜୁନିୟର କ୍ଳର୍କ (ଇଡିପି) ଓ ଜୁନିୟର କ୍ଳର୍କ ପଦ ପାଇଁ ଯୋଗ୍ୟବିବେଚିତ ପ୍ରାର୍ଥୀଙ୍କୁ ମାସିକ  ଟ.18,000 ଦରମା ପ୍ରଦାନ କରାଯିବ।      

ବୟସ ସୀମା

ଆସିଷ୍ଟାଣ୍ଟ ମ୍ୟାନେଜର (ଆକାଉଣ୍ଟାଟ) ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ  ସେପ୍ଟେମ୍ବର 30 ତାରିଖ 20118 ସୁଦ୍ଧା 35ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସେହିପରି ଜୁନିୟର କ୍ଳର୍କ (ଇଡିପି) ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ  ସେପ୍ଟେମ୍ବର 30 ତାରିଖ 20118 ସୁଦ୍ଧା 28ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଓ ଜୁନିୟର କ୍ଳର୍କ ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ସେପ୍ଟେମ୍ବର 30 ତାରିଖ 20118 ସୁଦ୍ଧା 25ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।     

ଶିକ୍ଷାଗତ ଯୋଗ୍ୟତା

ଆସିଷ୍ଟାଣ୍ଟ ମ୍ୟାନେଜର (ଆକାଉଣ୍ଟାଟ) ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀ  କୌଣସି ସ୍ଵୀକୃତୀପ୍ରାପ୍ତ ବିଶ୍ଵବିଦ୍ୟାଳୟରୁ M.com କିମ୍ବା PGDBM ପାସ କରିଥିବା ଆବଶ୍ୟକ। ସେହିପରି ଜୁନିୟର  କ୍ଳର୍କ (ଇଡିପି) ପଦ  ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କମ୍ପ୍ୟୁଟର ବିଜ୍ଞାନରେ B.Sc କରିଥିବା ଆବଶ୍ୟକ କିମ୍ବା BCA ଡିଗ୍ରୀରେ 60%ରୁ ଅଧିକ ମାର୍କ ରଖି ପାସ କରିଥିବା ଆବଶ୍ୟକ। ଏହାସହିତ ଦୁଇବର୍ଷର ଅଭିଜ୍ଞତା ଥିବା ଜରୁରୀ।

ଜୁନିୟର କ୍ଳର୍କ ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ M.com କିମ୍ବା PGDBM ପାସ କରିଥିବା ଆବଶ୍ୟକ।

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ପ୍ରାର୍ଥୀ ନିଜର ବାୟୋଡାଟା ସହିତ ଗୋଟିଏ  ପାସପୋର୍ଟ ସାଇଜ ଫଟୋ ଓ ସମସ୍ତ ଆବଶ୍ୟକୀୟ ଶିକ୍ଷାଗତ  ପ୍ରମାଣପତ୍ରର ଜେରକ୍ସ ସଂଲଗ୍ନ କରି (The Secretary, IAFBA, AFGIS Bhawan, Subroto Park, New Delhi –110010) ଠିକଣାରେ  ପଠାଇ ପାରିବେ। ନିର୍ଦ୍ଧାରିତ ତାରିଖ ପରେ ପହଞ୍ଚିଥିବା ଆବେଦନ ପତ୍ରକୁ ଗ୍ରହଣ କରାଯିବ ନାହିଁ।

ଏହି ବିଜ୍ଞପ୍ତି  ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଭାରତୀୟ ବାୟୁସେନାର ଅଫିସିଆଲ ୱେବସାଇଟ www.indianairforce.nic.in ରେ ଲଗଇନ କରନ୍ତୁ।

#jobs #indianairforce

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon