• padmabati kund

ବଲିଉଡରେ  'Me Too' ପ୍ରଭାବ : ହାଉସଫୁଲ 4 ରୁ ନିର୍ଦ୍ଦେଶକ ପଦରୁ ଓହରିଲେ ସାଜିଦ ଖାନ


(ବେତାର ବ୍ୟୁରୋ) ବଲିଉଡ ଫିଲ୍ମ ନିର୍ଦ୍ଦେଶକ ସାଜିଦ ଖାନଙ୍କ ଉପରେ ଲଗାଯାଇଥିବା ଯୌନ ଶୋଷଣର ଅଭିଯୋଗ ପରେ ସାଜିଦ ଖାନ ନୈତିକତା ଦୃଷ୍ଟିକୋଣରୁ ‘ହାଉସଫୁଲ4’ର ନିର୍ଦ୍ଦେଶକ ପଦରୁ ହଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସାଜିଦ ଖାନ ସୋସିଆଲ ମିଡିଆ ମାଧ୍ୟମରେ ଏହା ଜଣାଇଛନ୍ତି। ସେ ନିଜ ପୋଷ୍ଟରେ କହିଛନ୍ତି ଯେ ପର୍ଯ୍ୟନ୍ତ ସେ ଏହି ଅଭିଯୋଗରୁ ମୁକ୍ତ ହୋଇନାହାନ୍ତି  ସେ ପର୍ଯ୍ୟନ୍ତ ଏହି ଫିଲ୍ମରେ ନିର୍ଦ୍ଦେଶନା କରିବେ ନାହିଁ।

କିଛି ସମୟ ପୂର୍ବରୁ ବଲିଉଡ ଲାଇଭ ୱେବସାଇଟରେ ପ୍ରକାଶ କରଯାଇଥିଲା ଯେ, ଅକ୍ଷୟ କୁମାରଙ୍କ ଫିଲ୍ମ ‘ହାଉସଫୁଲ 4’ରୁ ନିର୍ଦ୍ଦେଶକ ପଦରୁ ସାଜିଦ ଖାନଙ୍କୁ ବାହାର କରାଯାଇଛି ଓ ଖୁବଶୀଘ୍ର ଏହାର ଘୋଷଣା କରାଯିବ। ଏହାପରେ ସାଜିଦ ଖାନ ନିଜ ଟ୍ଵିଟର ଆକାଉଣ୍ଟରେ ଏକ ପୋଷ୍ଟ କରି ଜଣାଇଥିଲେ। ସେ ଟ୍ଵିଟରେ ଲେଖିଛନ୍ତି ଯେ, “ମୋ ଉପରେ ଲଗାଯାଇଥିବା ଅଭିଯୋଗ ଏବଂ ମୋ ପରିବାର, ପ୍ରଯୋଜକ ଓ ହାଉସଫୁଲ4 ର କଳାକାରଙ୍କ ଉପରେ ପଡୁଥିବା ଚାପ ଯୋଗୁଁ, ନୈତିକ ଦୃଷ୍ଟି କୋଣରୁ ଏହି ଫିଲ୍ମର ନିର୍ଦ୍ଦେଶକ ପଦରୁ ନିଜକୁ ଅଲଗା କରୁଛି। ଏହାସହିତ ସମସ୍ତ ଗଣମାଧ୍ୟମ ସାଥୀଙ୍କୁ ଅନୁରୋଧ କରୁଛି ଯେ, ସତ ସାମ୍ନାକୁ ନ ଆସିବା ପର୍ଯ୍ୟନ୍ତ କୌଣସି ନିର୍ଣ୍ଣୟରେ ପହଞ୍ଚନ୍ତୁ ନାହିଁ।“

କିଛିଦିନ ପୂର୍ବରୁ #me too ଅଭିଯାନ ମାଧ୍ୟମରେ ସିନେ ସାମ୍ବାଦିକ କରିଶ୍ମା ଉପଧ୍ୟାୟ, ଅଭିନେତ୍ରୀ ସଲୋନୀ ଚୋପ୍ରା  ଓ ରେଚଲ ହ୍ଵାଇଟ ସାଜିଦ ଖାନଙ୍କ ଉପରେ ଯୌନ ଶୋଷଣର ଗଭୀର ଆରୋପ ଲଗାଇଥିଲେ। ସେମାନେ ନିଜର ଟ୍ଵିଟ ମାଧ୍ୟମରେ ସମସ୍ତ ଘଟଣାକୁ ବର୍ଣ୍ଣନା କରିଥିଲେ।

ତେବେ ବଲିଉଡର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ଇଟାଲୀରୁ ଛୁଟି କଟାଇ ଫେରିବା ପରେ ଏହି ଘଟଣା ସମ୍ବନ୍ଧରେ ଜାଣିବାକୁ ପାଇଥିଲେ। ଏହାପରେ ପ୍ରଯୋଜକ ସାଜିଦ ନାଦିଆୱାଲାଙ୍କ ସହ ମିଶି ସାଜିଦ ଖାନଙ୍କୁ ସେ ନିଜେ ଫିଲ୍ମ ଛାଡିବେ ବୋଲି କହିଥିଲେ।

ଅକ୍ଷୟ ନିଜ ଟ୍ଵିଟରେ ଲେଖିଥିଲେ, “ମୁଁ ଗତକାଲି ରାତିରେ ହିଁ ଭାରତକୁ ଫେରିଛି ଏବଂ ଏହି ଖବର ଶୁଣିବାକୁ ପାଇଲି। ମୁଁ ପ୍ରଯୋଜକଙ୍କୁ ନିବେଦନ କରୁଛି ଯେଉଁ ପର୍ଯ୍ୟନ୍ତ କୌଣସି ଆକ୍ସନ ନିଆଯାଇନାହିଁ ସେ ପର୍ଯ୍ୟନ୍ତ ଫିଲ୍ମର ସୁଟିଙ୍ଗକୁ ବନ୍ଦ ରଖାଯାଉ। ଏହା ହେଉଛି ଏପରି ଘଟଣା, ଯାହାଉପରେ କଠିନ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ। ଏପରି  କାମରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ସହ ମୁଁ କାମ କରିପାରିବି ନାହିଁ। ଏହି ଘଟଣାର ପିଡୀତାଙ୍କୁ ନ୍ୟାୟ ମିଳିବା ଉଚିତ।“

ଅଭିନେତ୍ରୀ ରେଚଲ 2014 ମସିହାରେ ‘ଉଙ୍ଗଲି’ ଫିଲ୍ମ ମାଧ୍ୟମରେ ଇମ୍ରାନ ହାସମୀଙ୍କ ସହ କାମ କରିବା ଆରମ୍ଭ କରିଥିଲେ। ସେ ନିଜ ଟ୍ଵିଟର ଆକାଉଣ୍ଟରେ ଲେଖିଥିଲେ ଯେ, ଯେତେବେଳେ ପ୍ରଥମଥର ପାଇଁ ସାଜିଦ ଖାନ ତାଙ୍କୁ ଦେଖାକରିଥିଲେ ତାଙ୍କୁ ନିଜର ସଂପୂର୍ଣ୍ଣ ପୋଷାକ ଖୋଲିବା ପାଇଁ କହିଥିଲେ। ‘ହମସକଲ୍ସ’ ଫିଲ୍ମ ପାଇଁ ଗୋଟିଏ ଏଜେନ୍ସି ତରଫରୁ ତାଙ୍କୁ ସାଜିଦ ଖାନଙ୍କୁ ଦେଖା କରିବାକୁ କୁହାଯାଇଥିଲା। ଏଜେନ୍ସି ତରଫରୁ ତାଙ୍କୁ ଯେତେବେଳେ ସାଜିଦ ଖାନଙ୍କ ସହ ଦେଖାକରିବାକୁ କୁହାଗଲା ସେ ସମୟରେ ପାଞ୍ଚ ମିନିଟ ମଧ୍ୟରେ ସାଜିଦ ତାଙ୍କୁ କଲ କରିଥିଲେ ଓ ତାଙ୍କୁ ଇସ୍କନ ଜୁହୁ ସମୁଦ୍ର ବିଚ ସମ୍ମୁଖରେ ଥିବା ଘରକୁ ଡ଼ାକିଥିଲେ।

#entertainment #metoo #sajidkhan

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon