• padmabati kund

ପଢନ୍ତୁ : ଏହି ଛଅଟି ରୋଗ ଉପଚାର ପାଇଁ ଅଁଳାର ବ୍ୟବହାର


(ବେତାର ବ୍ୟୁରୋ) କଥାରେ ଅଛି ଗୁରୁଜନଙ୍କ ଉପଦେଶ ଓ ଅଁଳାର ସ୍ଵାଦ କିଛି ସମୟ ପରେ ଜଣା ପଡିଥାଏ। ଅଁଳା ବହୁତ ଗୁଣକାରୀ ଅଟେ। ଏଥିପାଇଁ ଏହାକୁ ସବୁ ରୋଗର ଔଷଧ ବୋଲି ମଧ୍ୟ କୁହାଯାଇଥାଏ। ଏହା ଶରୀରର ପାଚନ କ୍ରିୟା ସଠିକ ଭାବରେ କରିଥାଏ  ଓ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରେ। ନିୟମିତ ଭାବରେ ଅଁଳା ଖାଇବା ଦ୍ଵାରା ବ୍ୟକ୍ତି ଶୀଘ୍ର ବୃଦ୍ଧ ହୋଇନଥାଏ। ମଧୁମେହ, ହୃଦରୋଗ ଓ ନାକରୁ ରକ୍ତ ପଡିବା ପରି ସମସ୍ୟାକୁ ଏହା ଦୂର କରିଥାଏ।

ଅଁଳାରେ ଭିଟାମିନ-ସି ରହିଥାଏ। ଅଁଳା ଖାଇବା ଦ୍ଵାରା ଯକୃତକୁ ଶକ୍ତି ମିଳିଥାଏ ଓ ଶରୀରରୁ ବିଷକ୍ତ ପଦାର୍ଥ ସହଜରେ ନିଷ୍କାସିତ ହୋଇଥାଏ। ଏହାସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ। ଅଁଳାରେ ପ୍ରସ୍ତୁତ ଜୁସ ପିଇବା ଦ୍ଵାରା ରକ୍ତ ସଫା ହୋଇଥାଏ ଓ ଦୃଷ୍ଟି ଶକ୍ତି ମଧ୍ୟ ବଢିଥାଏ। ଏହାସହିତ ତ୍ଵଚା ଓ କେଶ ପାଇଁ ଏହା ଅତ୍ୟନ୍ତ ଉପକାରୀ ହୋଇଥାଏ।

ଅଁଳା ଖାଇବା ଦ୍ଵାରା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ। ତେବେ ଜାଣିରଖନ୍ତୁ ସେଗୁଡିକ କଣ କଣ ।

୧.ମଧୁମେହ: ମଧୁମେହ ରୋଗୀଙ୍କ ପାଇଁ ଅଁଳା ବହୁତ ଉପକାରୀ ହୋଇଥାଏ। ମଧୁମେହରେ ଆକ୍ରାନ୍ତ ରୋଗୀ ହଳଦୀ ଗୁଣ୍ଡ ସହିତ ଅଁଳା ଗୁଣ୍ଡ ମିଶାଇ ଖାଇବା ଦ୍ଵାରା ଏହି ରୋଗରୁ ଉପଶମ ମିଳିଥାଏ।

୨.ଅର୍ଶରୋଗ: ଅର୍ଶରୋଗ ଦୂର କରିବା ପାଇଁ ଅଁଳା ବିଶେଷ ଉପାଦେୟ ହୋଇଥାଏ। ଏହି ରୋଗରେ ଆକ୍ରାନ୍ତ ରୋଗୀ ପ୍ରତିଦିନ ସକାଳେ ଓ ସଂନ୍ଧ୍ୟାରେ ଗାଈ କ୍ଷୀର ସହିତ ଅଁଳା ଗୁଣ୍ଡା ମିଶାଇ ପିଇବା ଉଚିତ। ଏପରି କରିବା ଦ୍ଵାରା ଉପଶମ ମିଳିଥାଏ।

୩.ନାକରୁ ରକ୍ତ ପଡିବା: ଯଦି ଆପଣଙ୍କ ନାକରୁ ରକ୍ତ ବାହାରୁଥାଏ, ତେବେ ଅଁଳାକୁ ଗୁଣ୍ଡା କରି ଛେଳି କ୍ଷୀରରେ ମିଶାଇ ମଥାରେ ଲଗାନ୍ତୁ। ଏପରି କରିବା ଦ୍ଵାରା ନାକରୁ ରକ୍ତ ବୋହିବା ବନ୍ଦ ହୋଇଯାଏ।

୪.ହୃଦରୋଗ: ହୃଦରୋଗରେ ଆକ୍ରାନ୍ତ ରୋଗୀ ପ୍ରତିଦିନ ତିନୋଟି ଅଁଳା ଖାଇବା ଉଚିତ। ଏହାଦ୍ଵାରା ହୃଦରୋଗ ଦୂର ହୋଇଥାଏ ଓ ହୃଦୟ ମଜଭୁତ ହୋଇଥାଏ।

୫.କାଶ ଓ କଫ: କାଶ ଓ କଫ ହୋଇଥିଲେ ଅଁଳା ଗୁଣ୍ଡକୁ ଗାଈ କ୍ଷୀର ସହିତ ମିଶାଇ ଖାଆନ୍ତୁ। ଯଦି କାଶ ବହୁତ ଜୋରରେ ହେଉଥାଏ ଓ କଫ ହୋଇଥାଏ ତେବେ ମହୁ ସହିତ ଅଁଳା ଗୁଣ୍ଡ ମିଶାଇ ଖାଆନ୍ତୁ।

୬.ପରିସ୍ରା ପୋଡା: ଉଚିତ ପରିମାଣର ପାଣି ନପିଇଲେ ଏପରି ସମସ୍ୟା ଦେଖାଯାଇଥାଏ। ଏହାକୁ ଦୂର କରିବା ପାଇଁ ମହୁ ସହିତ ଅଁଳାର ରସକୁ ମିଶାଇ ପିଅନ୍ତୁ। ଏହାଦ୍ଵାରା ପୋଡା କମ ହୋଇଥାଏ ପରିସ୍ରା ପରିଷ୍କାର ହୋଇଥାଏ।

#health #amla

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon