• ବେତାର ବ୍ୟୁରୋ

ପାରାଦୀପ ରିଫାଇନାରୀରେ ଟ୍ରେନିଂ ବେଳେ ମିଳିବ ମାସକୁ ₹2500, ଜାଣନ୍ତୁ ଆବେଦନ ପ୍ରକ୍ରିୟା


(ବେତାର ବ୍ୟୁରୋ) ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ତରଫରୁ ପାରାଦୀପ ରିଫାଇନାରୀରେ ଆପ୍ରେଣ୍ଟିସ ଭାବରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗ୍ରାଜୁଏସନ ଓ ଡିପ୍ଲୋମା ପାସ କରିଥିବା ଆଗ୍ରହୀ ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 130ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ଟ୍ରେଡ ଆପ୍ରେଣ୍ଟିସ/ଆଟେଣ୍ଡାଣ୍ଟ ଅପରେଟର (କେମିକାଲ) ପାଇଁ 25ଟି, ଟ୍ରେଡ ଆପ୍ରେଣ୍ଟିସ/ଫିଟର (ମେକାନିକାଲ) ପାଇଁ 5ଟି, ଟେକ୍ନିସିଆନ ଆପ୍ରେଣ୍ଟିସ (କେମିକାଲ) ପାଇଁ 50ଟି, ଟେକ୍ନିସିଆନ ଆପ୍ରେଣ୍ଟିସ (ମେକାନିକାଲ) ପାଇଁ 10ଟି, ଟେକ୍ନିସିଆନ ଆପ୍ରେଣ୍ଟିସ (ଇଲେକ୍ଟ୍ରିକାଲ) ପାଇଁ 30ଟି ଓ ଟେକ୍ନିସିଆନ ଆପ୍ରେଣ୍ଟିସ(ଇନଷ୍ଟୃମେଣ୍ଟେସନ) ପାଇଁ 10 ପଦ ପ୍ରକାଶ ପାଇଛି।

ଆବେଦନ ତାରିଖ

ଆଗ୍ରହୀ ପ୍ରାର୍ଥୀମାନେ ଅକ୍ଟୋବର 16 ତାରିଖରୁ ଏହି ପଦରେ ଆବେଦନ କରିପାରିବେ। ଅନଲାଇନରେ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ମାସ 9 ତାରିଖ ପର୍ଯ୍ୟନ୍ତ  ରହିଛି। ଅନଲାଇନ ଆବେଦନ ଫର୍ମର ପ୍ରିଣ୍ଟ ଆଉଟ ଓ ସମସ୍ତ ଅବଶ୍ୟକୀୟ ପ୍ରମାଣପତ୍ର ପଇଠ କରିବାର ଶେଷ ତାରିଖ ନଭେମ୍ବର 17 ତାରିଖ ପର୍ଯ୍ୟନ୍ତ ରହିଛି।ଏହାର ଲିଖିତ ପରୀକ୍ଷା ନଭେମ୍ବର 18 ତାରିଖରେ ହେବ ଓ ଏହି ପରୀକ୍ଷା ଫଳ ନଭେମ୍ବର 27 ତାରିଖରେ ପ୍ରକାଶ ପାଇବ। ଡିସେମ୍ବର ମାସ 3 ତାରିଖରୁ 7 ତାରିଖ ମଧ୍ୟରେ ସାକ୍ଷାତକାର ହେବ।

ଟ୍ରେନିଙ୍ଗ ସମୟ

ଏହି ଆପ୍ରେଣ୍ଟିସ ଟ୍ରେନିଙ୍ଗ ସମୟ 12 ମାସ ପର୍ଯ୍ୟନ୍ତ ହେବ। ଆପ୍ରେଣ୍ଟିସ ରୁଲ 1992ର ନିୟମ 7 ଅନୁଯାୟୀ ଏହାର ଅବଧି ବୃଦ୍ଧି ପାଇପାରେ।

ଷ୍ଟାଇପେଣ୍ଡ (ବୃତ୍ତି)

ଏହି ଟ୍ରେନିଙ୍ଗ ସମୟ ମଧ୍ୟରେ ପ୍ରାର୍ଥୀଙ୍କୁ ମାସିକ ₹2,500 ବୃତ୍ତି ହିସାବରେ ପ୍ରଦାନ କରାଯିବ।

ବୟସସୀମା

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ 18 ବର୍ଷରୁ 24 ବର୍ଷ ମଧ୍ୟରେ ହୋଇଥିବା ଅବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା

ଟ୍ରେଡ ଆପ୍ରେଣ୍ଟିସ ପଦ ଗୁଡିକରେ ଆବେଦନ କରିବା ପାଇଁ ପ୍ରାର୍ଥୀ ମାଟ୍ରିକ ସହିତ ଆଇଟିଆଇ ଓ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ। ସେହିପରି ଟେକ୍ନିସିଆନ ଆପ୍ରେଣ୍ଟିସ ପଦ ଗୁଡିକରେ ଆବେଦନ କରିବା ପାଇଁ ପ୍ରାର୍ଥୀ ଉକ୍ତ ବିଭାଗରେ ଡିପ୍ଲୋମା ପାସ କରିଥିବା ଆବଶ୍ୟକ।

କିପରି ଆବେଦନ କରିବେ

ଆବେଦନ କରିବା ପାଇଁ ପ୍ରଥମେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ଅଫିସିଆଲ ୱେବସାଇଟ www.iocl.com ରେ ଲଗଇନ କରିବେ। ଏହାପରେ whats new> latest job opening> engagement of apprentices under refineries division ରେ କ୍ଲିକ କରିବେ। ଏହାପରେ ଯେଉଁ ରିଫାଇନାରୀ ୟୁନିଟରେ ଆବେଦନ କରିବାକୁ ଚାହୁଁଛନ୍ତି ସେହି ଲିଙ୍କ ଉପରେ କ୍ଲିକ କରି ଆବେଦନ କରିପାରିବେ।

ଅନଲାଇନରେ ରେଜିଷ୍ଟ୍ରେଶନ କରିବା ପରେ ଆବେଦନ ଫର୍ମର ପ୍ରିଣ୍ଟ ଆଉଟ, ଆବଶ୍ୟକୀୟ ପ୍ରମାଣପତ୍ରର ଜେରକ୍ସ ଓ ପାସପୋର୍ଟ ସାଇଜ ଫଟୋକୁ ନଭେମ୍ବର 17 ତାରିଖ ମଧ୍ୟରେ (The Advertiser, General Post Office (GPO), Post Box Number-145, Bhubaneswar-751001) ଠିକଣାରେ ପଠାଇବେ।

ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ଅଫିସିଆଲ ୱେବସାଇଟ www.iocl.com ରେ ଲଗଇନ କରିପାରିବେ।

#jobs #iocl #paradiprefinary

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon