• padmabati kund

ବିଗବସ୍ 12ରେ ବଡ ଟ୍ଵିଷ୍ଟ : ଭାଙ୍ଗିବ ଯୋଡି !


(ବେତାର ବ୍ୟୁରୋ) ଟେଲିଭିଜନ ଦୁନିଆର ସବୁଠାରୁ ବିବାଦୀୟ ଶୋ’ ‘ବିଗବସ 12’ରେ ଆଗକୁ ବଡ ଟ୍ଵିଷ୍ଟ ଦେଖିବାକୁ ମିଳିବ। ଯୋଡି ଭାବରେ ଥିବା ସମସ୍ତ ପ୍ରତିଯୋଗୀଙ୍କୁ ସିଙ୍ଗଲ୍ସ ଭାବରେ ବାଣ୍ଟି ଦିଆଯିବ। ଆଗକୁ ସମସ୍ତ ପ୍ରତିଯୋଗୀଙ୍କୁ ଏକୁଟିଆ ଅଲଗା ଅଲଗା ହୋଇ ଖେଳିବାକୁ ପଡିବ। ଏହାସହିତ ସୋମବାର (ଅକ୍ଟୋବର 12) ଏପିସୋଡରେ ସିକ୍ରେଟ ଘରେ ଥିବା ଅନୁପ ଜଲୋଟା ଓ ଶ୍ରୀସନ୍ଥ ପୁଣିଥରେ ବିଗବସ ଘରକୁ ଫେରିବେ।

ବିଗବସ 12 ସଂସ୍କରଣରେ-- ଗୋଟିଏ ସଦସ୍ୟ ପାଇଁ ଗୋଟିଏ ଯୋଡି --ହିସାବରେ ପ୍ରତିଯୋଗୀମାନେ ଯୋଡି ଓ ସିଙ୍ଗଲ ଭାବରେ ଘର ଭିତରକୁ ପ୍ରବେଶ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ବିଗବସ ଘରେ ସମସ୍ତ ପ୍ରତିଦ୍ୱନ୍ଦିତା ଯୋଡି ଓ ସିଙ୍ଗଲଙ୍କ ମଧ୍ୟରେ ହେଉଥିଲା।

ହେଲେ ଯୋଡି ଭାଙ୍ଗିବା ପରେ ଏଥର ଯୋଡିରେ ଆସିଥିବା ଖେଳାଳିମାନେ ଆଉ ଏକ ହଳ ବା ଯୋଡି ହିସାବରେ ନ ଖେଳି ସମସ୍ତେ ନିଜ ନିଜ ଅନୁସାରେ ରହିବେ ଓ ବିଗବସରେ ପ୍ରତିଯୋଗୀତା ମଧ୍ୟ ଏଥର ପୂର୍ବ

ର ବାକି ସଂସ୍କରଣ ଭଳି ପ୍ରତ୍ୟେକ ସଦସ୍ୟଙ୍କୁ ନେଇ ଘଟିତ ହେବ ଓ ଏହାକୁ ବିଗବସ12ର ସବୁଠାରୁ ବଡ ଟ୍ଵିଷ୍ଟ ବୋଲି କୁହାଯାଉଛି।

ଏନେଇ ବିଗବସ ତରଫରୁ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଏହି ଭିଡିଓରେ ବିଗବସ ସବୁ ଯୋଡିମାନଙ୍କୁ ଅଲଗା କରି ଏକୁଟିଆ ସିଙ୍ଗଲ ଭାବରେ ଖେଳିବାକୁ କହୁଥିବାର ଦେଖିବାକୁ ମିଳିଛି।

ବିଗବସଙ୍କର ଏହି ନିଷ୍ପତ୍ତି ପରେ ହୁଏତ ଯୋଡିରେ ଆସିଥିବା ପ୍ରତିଯୋଗୀମାନଙ୍କୁ କିଛିଟା ଅସୁବିଧା ହୋଇପାରେ, କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଯୋଡିରେ ଦୁଇଜଣ ଏକାଠି ମିଶି ନିଷ୍ପତ୍ତି ନେଉଥିଲେ। କିନ୍ତୁ ବର୍ତ୍ତମାନ ଠାରୁ ସେମାନଙ୍କୁ ଏକୁଟିଆ ଖେଳିବାକୁ ପଡିବ। ଯୋଡିରେ ଆସିଥିବା ପ୍ରତିଯୋଗୀମାନେ ପରସ୍ପରର ସ୍ଵଭାବ ବିଷୟରେ ଭଲ ଭାବରେ ଜାଣିଛନ୍ତି। ଏପରିସ୍ଥଳେ ଆଗକୁ ବିଗବସରେ କଣ ହେବ ତାହା ଦେଖିବା ପାଇଁ ନିଶ୍ଚିନ୍ତ ଭାବରେ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢାଇବ।

ସିକ୍ରେଟ ରୁମ୍

ଯୋଡିଙ୍କର ବ୍ରେକଅପ ହେବା ସହିତ ଆଉ ଏକ ଟ୍ଵିଷ୍ଟ ମଧ୍ୟ ଦେଖିବାକୁ ମିଳିବ। ବିଗବସର ସିକ୍ରେଟ ରୁମରେ ଥିବା ଅନୁପ ଜଲୋଟା ଓ ଶ୍ରୀସନ୍ଥ ଏହି ସପ୍ତାହରେ ପୁଣି ଘରକୁ ଫେରିବେ। ଏହି ଦୁଇଜଣ ପ୍ରତିଯୋଗୀ ସିକ୍ରେଟ ରୁମରେ ରହି ଅନ୍ୟ ପ୍ରତିଯୋଗୀଙ୍କ ଉପରେ ନଜର ରଖିଥିଲେ। ବର୍ତ୍ତମାନ ଅନୁପ ଓ ଶ୍ରୀସନ୍ଥ ଘରର ଅନ୍ୟ ସଦସ୍ୟଙ୍କ ସ୍ଵଭାବ ବିଷୟରେ ଜାଣିପାରିଛନ୍ତି, ଯାହାଫଳରେ ଏହି ଦୁଇଜଣ ଅନ୍ୟ ସଦସ୍ୟଙ୍କ ଉପରେ ଭାରି ପଡିବେ ବୋଲି ଆଶା କରାଯାଉଛି।

ବିଗବସ ଘର ଭିତରେ ଶ୍ରୀସନ୍ଥ ପୁଣି ପ୍ରବେଶ କରିବା ପରେ ଦୀପିକାଙ୍କୁ ନିଜର ଶତ୍ରୁ ବୋଲି ବିବେଚନା କରିଛନ୍ତି ଓ ତାଙ୍କ ସହିତ ସେ ସେହିପରି ବ୍ୟବହାର କରିଛନ୍ତି। ଅନ୍ୟପଟେ ଅନୁପ ଘରକୁ ପୁଣି ଥରେ ଆସିବା ପରେ ଜସଲିନଙ୍କୁ କଟାକ୍ଷ ପରି କଥା କହିଛନ୍ତି। ସେ କହିଛନ୍ତି ଯେ, ବାହାରକୁ ଯାଇ ମୁଁ ଭଲ ଭାବରେ ଶିକ୍ଷିତ ହୋଇ ଆସିଛି ଓ ଏବେଠୁ ଭଲ ଭାବରେ ଏହି ଗେମ ଖେଳିବି।

ବିଗବସ12 ର ଏହି ଟ୍ଵିଷ୍ଟ ଆଗକୁ ଗେମରେ କେଉଁ ମୋଡ ଦେବ ତାହା ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢି ଯାଇଛି।

#entertainment #biggboss12 #jodibreakup

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon