• ବେତାର ବ୍ୟୁରୋ

ସାପ୍ତାହିକ ରାଶିଫଳ : ଜାଣନ୍ତୁ କେଉଁ ରାଶିର ଆୟ ବଢିବ, ଖର୍ଚ୍ଚ ବି ବଢିବ


(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

(ବେତାର ବ୍ୟୁରୋ)

ମେଷ: ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ। ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କିନ୍ତୁ କର୍ମକ୍ଷେତ୍ରରେ ଆପଣଙ୍କ ପାଇଁ ସମୟ ଭଲରେ କଟିବ। ଅଫିସ କାର୍ଯ୍ୟ ପାଇଁ ଦୁରସ୍ଥାନକୁ ଯାତ୍ରା କରିବେ ଓ ଏହି ଯାତ୍ରା ଆପଣଙ୍କ ପାଇଁ ସଫଳ ରହିବ।

ବୃଷ: ଆଶା କରୁଥିବା କାର୍ଯ୍ୟରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। କର୍ମକ୍ଷେତ୍ରରେ ନିଜର କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ। ଦୁରସ୍ଥାନକୁ ଯାତ୍ରାର ଯୋଗ ରହିଛି କିନ୍ତୁ ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ।

ମିଥୁନ: ମାନସିକ ଦୁଃଶ୍ଚିନ୍ତା ବଢିବ। କର୍ମକ୍ଷେତ୍ରରେ ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ। ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ। ନୂତନ ଯାନବାହାନ ଓ ପୋଷାକ କିଣିପାରନ୍ତି। ସ୍ୱାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

କର୍କଟ: ଶୁଭ ଖବର ପାଇବେ। ନୂତନ ଯାନବାହାନ କିଣିପାରନ୍ତି। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏହି ସମୟରେ ନିଅନ୍ତୁ ନାହିଁ। ଆୟ ଅପେକ୍ଷା ବ୍ୟୟରେ ବୃଦ୍ଧି ପାଇବ ଓ ହଠାତ ଦୁରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ଛାତ୍ରଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ କରିବକକୁ ପଡିବ।

ସିଂହ: ସପ୍ତାହଟି ଆପଣଙ୍କର ବହୁତ ଭଲରେ କଟିବ। ନୂତନ ଚାକିରୀ ମିଳିପାରେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ସନ୍ତାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ପ୍ରତିଯୋଗୀତା ମୂଳକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ପରିଶ୍ରମର ସୁଫଳ ପାଇବେ।

କନ୍ୟା: ପରିବାର ମଧ୍ୟରେ ହସଖୁସିର ବାତାବରଣ ରହିବ। ମାତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇପାରେ। ଦୁରସ୍ଥାନକୁ ଯାତ୍ରା ଯୋଗ ରହିଛି। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ।

ତୁଳା: ପରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ ଓ କର୍ମକ୍ଷେତ୍ରରେ ମଧ୍ୟ ସଫଳତା ପାଇବେ। କୌଣସି ସିଦ୍ଧାନ୍ତରେ ପହଞ୍ଚିବା ଆଗରୁ ଭଲ ଭାବରେ ଚିନ୍ତା କରନ୍ତୁ। ଆପଣଙ୍କ କଥା କହିବା ଶୈଳୀ ଓ ବ୍ୟବହାର ଅନ୍ୟମାନଙ୍କୁ ଆପଣଙ୍କ ଆଡକୁ ଆକର୍ଷିତ କରିବ। ଛାତ୍ରଛାତ୍ରୀମାନେ ପରିଶ୍ରମର ଫଳ ପାଇବେ।

ବିଛା: ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲ ଭାବରେ କଟିବ। କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀ ଆପଣଙ୍କୁ ସହଯୋଗ କରିବେ ଓ ସଫଳତା ମଧ୍ୟ ପାଇବେ। ବ୍ୟୟ ବୃଦ୍ଧି ପାଇବ। ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ।

ଧନୁ: ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। କିନ୍ତୁ ପରିବାରରେ କୌଣସି ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ସିନିୟର ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିବେ। ଆୟ ସହିତ ବ୍ୟୟରେ ମଧ୍ୟ ବୃଦ୍ଧି ଘଟିବ।

ମକର: ନିଜର ବ୍ୟବହାର ଓ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଦେବାକୁ ପଡିବ। ଭାଗୀଦାର ବ୍ୟାପାର କରୁଥିଲେ ବିଜିନେସ ପାର୍ଟନରଙ୍କ ସହିତ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇବ। ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦେଖା ଦେଇପାରେ। ନୂତନ ଯାନବାହାନ କ୍ରୟ କରିପାରନ୍ତି।

କୁମ୍ଭ: କର୍ମକ୍ଷେତ୍ରରେ ନିଜର କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ। ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ କଡା ନଜର ରଖିବେ। ଦେଶ ବାହାରକୁ ବୁଲିବାକୁ ଯାଇପାରନ୍ତି। ଆୟ ସହିତ ବ୍ୟୟ ମଧ୍ୟ ବୃଦ୍ଧି ପାଇବ। ଯାନବାହାନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ଓ ଯେକୌଣସି ପ୍ରକାର ଅସ୍ତ୍ରଶସ୍ତ୍ର ଠାରୁ ଦୂରେଇ ରୁହନ୍ତୁ।

ମୀନ: ଧାର୍ମିକ କାର୍ଯ୍ୟପ୍ରତି ମନ ବଳାଇବେ। ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସୁସମ୍ପର୍କ ବଢିବ ଓ ମାନସମ୍ମାନ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ପଦୋନ୍ନତି କିମ୍ବା ସ୍ଥାନନ୍ତରଣ ହୋଇପାରେ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ବହୁତ କଠିନ ରହିବ।

#astrology #horoscope #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon