• padmabati kund

ହ୍ଵାଟସଅପରେ ମେସେଜ ଡ଼ିଲିଟ ସମୟସୀମା ବୃଦ୍ଧି ହେଲା


(ବେତାର ବ୍ୟୁରୋ) ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ ‘ହ୍ଵାଟସଅପ’ରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି। ଯେଉଁ କାରଣରୁ ହ୍ଵାଟସଅପର ‘delete for everyone’ ଅପ୍ସନରେ ମଧ୍ୟ ନୂଆ ଅପଡେଟ ଆସିବ। ଏହି ଅପଡେଟ ପରେ ଆପଣ ଯଦି କାହାକୁ ମେସେଜ ପଠାଇ ସାରିବା ପରେ ସେହି ମେସେଜକୁ ଡିଲିଟ କରୁଛନ୍ତି ଓ ମେସେଜ ପଠାଇ ଥିବା ବ୍ୟକ୍ତିଙ୍କ ହ୍ଵାଟସଅପକୁ 13ଘଣ୍ଟା 8ମିନିଟ 16 ସେକେଣ୍ଡ ମଧ୍ୟରେ ମେସେଜ ଡ଼ିଲିଟ ର ରିକ୍ଵେଷ୍ଟ ନପହଞ୍ଚେ ତେବେ ସେହି ମେସେଜ ଡ଼ିଲିଟ ହେବ  ନାହିଁ।

ହ୍ଵାଟସଅପର ଡ଼ିଲିଟ ମେସେଜ ଫିଚର ସବୁଠାରୁ ଉତ୍ତମ ଫିଚର ଅଟେ। ଏହି ଫିଚରକୁ ଗତବର୍ଷ ଲଞ୍ଚ କରଯାଇଥିଲା। ଏହି ଫିଚର ଜରିଆରେ ବ୍ୟବହାରକାରୀ ଅନ୍ୟଜଣେ ବ୍ୟବହାରକାରୀଙ୍କୁ ପଠାଇଥିବା ମେସେଜକୁ 1ଘଣ୍ଟା 8ମିନିଟ ଓ 16 ସେକେଣ୍ଡ ମଧ୍ୟରେ ଡ଼ିଲିଟ କରିପାରୁଥିଲେ। ସର୍ବପ୍ରଥମେ ଏହାର ସମୟ ସୀମାକୁ ମାତ୍ର 7 ମିନିଟ ରଖାଯାଇଥିଲା।

ହ୍ଵାଟସଅପର ଏହି ନୂଆ ଫିଚର ବିଷୟରେ WABetainfo ତରଫରୁ ଦିଆଯାଇଛି। ଏହି ନୂଆ ଫିଚରରେ ଯଦି ଯଦି ଆପଣ କାହାକୁ ମେସେଜ ପଠାଇ ଡ଼ିଲିଟ କରୁଛନ୍ତି ଓ ସେହି ସମୟରେ ମେସେଜ ପଠାଇଥିବା ବ୍ୟକ୍ତିଙ୍କର ମୋବାଇଲ ଫୋନ ବନ୍ଦ ଥାଏ ବା କୌଣସି କାରଣରୁ ସେ  ହ୍ଵାଟସଅପ ବ୍ୟବହାର ନ କରୁଥାଆନ୍ତି ତେବେ ସେହି ମେସେଜ ଡ଼ିଲିଟ ହେବ ନାହିଁ। ଏଥିପାଇଁ ମୋଟ 13ଘଣ୍ଟା 8ମିନିଟ ଓ 16 ସେକେଣ୍ଡ ସମୟ ଦିଆଯିବ ଓ ଏହି ସମୟ ମଧ୍ୟରେ ମେସେଜ ପଠାଇଥିବା ବ୍ୟକ୍ତିଙ୍କ ପାଖକୁ ଡ଼ିଲିଟ ରିକ୍ଵେଷ୍ଟ ପହଞ୍ଚିବା ଆବଶ୍ୟକ। ଯଦି ଉକ୍ତ ନିର୍ଦ୍ଧାରିତ ସମୟ ମଧ୍ୟରେ ଡ଼ିଲିଟ ରିକ୍ଵେଷ୍ଟ ପହଞ୍ଚିନାହିଁ ତେବେ ସେହି ମେସେଜ ଡ଼ିଲିଟ ହେବ ନାହିଁ।

ତେବେ ଏହି ଫିଚର କେବେ ଲଞ୍ଚ କରାଯିବ ସେ ବିଷୟରେ କୌଣସି ଅଧିକାରିକ ସୂଚନା ମିଳିନାହିଁ। କିନ୍ତୁ ନିକଟରେ ହ୍ଵାଟସଅପରେ ଯେଉଁଭଳି ଭାବରେ ପରିବର୍ତ୍ତନ କରାଯାଉଛି, ସେଠାରୁ ଅନୁମାନ କରାଯାଉଛି ଯେ ଏହି ଫିଚର ଖୁବ ଶୀଘ୍ର ଲଞ୍ଚ ହେବ।

ମେସେଞ୍ଜରରେ ଆସିବ unsend ଫିଚର

ସୋସିଆଲ ନେଟୱାର୍କିଙ୍ଗ ୱେବସାଇଟ ଫେସବୁକର ମେସେଞ୍ଜର ପ୍ଲାଟଫର୍ମରେ unsend ଫିଚର ଲଞ୍ଚ କରାଯିବାର ଯୋଜନା କରାଯାଉଛି। ଏହି ଫିଚର ହ୍ଵାଟସଅପର ‘delete for everyone’ ଫିଚର ପରି କାମ କରିବ। ଏଥିରେ ଫିଚରରେ ଆପଣ ମେସେଞ୍ଜରରେ ଅନ୍ୟଜଣକୁ ପଠାଇ ଥିବା ମେସେଜକୁ ଡ଼ିଲିଟ କରିପାରିବେ।

ଫେସବୁକର ଜଣେ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ କମ୍ପାନୀ ଏହି ଫିଚର ଉପରେ କାମ କରୁଛି। କମ୍ପାନୀ ତରଫରୁ ବହୁ ଆଗରୁ ଏହି ଫିଚର ବିଷୟରେ ଯୋଜନା କରାଯାଉଛି। ଇନଷ୍ଟାଗ୍ରାମରେ ଏହି unsend ଫିଚର ବହୁ ଆଗରୁ ରହିଛି। ଏହି ଫିଚର ସାହାଯ୍ୟରେ ଯେ କୌଣସି ବ୍ୟବହାର କାରୀ ନିଜେ ପଠାଇଥିବା ମେସେଜକୁ ଫେରାଇ ଆଣିପାରିବେ। ଏହି ଫିଚର ଇନଷ୍ଟାଗ୍ରାମରେ ଯେ କୌଣସି ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ହେଇଥିବା ବର୍ତ୍ତାଳାପ ଓ ଏକ ଗ୍ରୁପରେ ହେଇଥିବା କଥାବର୍ତ୍ତରେ ମଧ୍ୟ କାର୍ଯ୍ୟ କରିଥାଏ।

#mobile #whatsapp #messenger #deletemessagefeature

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon