• ବେତାର ବ୍ୟୁରୋ

ପ୍ରକାଶ ପାଇଲା 219 ଅବକାରୀ କନେଷ୍ଟବଳ ପାଇଁ ବିଜ୍ଞପ୍ତି, ଦରମା ଟ.8750


(ବେତାର ବ୍ୟୁରୋ) ଓଡିଶା ସବ-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସଏସସି) ପକ୍ଷରୁ ଅବକାରୀ କନଷ୍ଟେବଳ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦଶମ ଶ୍ରେଣୀ ପାସ କରିଥିବା ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 219ଟି ଅବକାରୀ କନଷ୍ଟେବଳ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି, ସେଥିମଧ୍ୟରୁ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ 107ଟି ପଦ, ଅନୁସୂଚିତ ଜାତିର ପ୍ରାର୍ଥୀଙ୍କ ପାଇଁ 35ଟି, ଅନୁସୂଚିତ ଜନଜାତିର ପ୍ରାର୍ଥୀଙ୍କ ପାଇଁ 52ଟି ପଦ ଓ ଏସ.ଇ.ବି.ସି ପ୍ରାର୍ଥୀଙ୍କ ପାଇଁ 25ଟି ପଦ ରହିଛି।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଅକ୍ଟୋବର 12 ତାରିଖ, 2018ରୁ ନଭେମ୍ବର 12 ତାରିଖ 2018 ମଧ୍ୟରେ ଅନଲାଇନ ରେଜିଷ୍ଟ୍ରେସନ ଓ ଅନଲାଇନରେ ପରୀକ୍ଷା ଫି ପଇଠ କରିପାରିବେ। ନଭେମ୍ବର 19 ତାରିଖ ମଧ୍ୟରେ ଟ୍ରେଜେରୀ ଚାଲାଣ ମାଧ୍ୟମରେ ପରୀକ୍ଷା ଫି ପଇଠ କରିପାରିବେ ଓ ଅନଲାଇନ ଆବେଦନ କରିବାର ଶେଷ ତାରିଖ ମଧ୍ୟ ନଭେମ୍ବର 19 ତାରିଖ ଅଟେ।

ଦରମା

ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.8,750 ଦରମା ପ୍ରଦାନ କରାଯିବ।

ବୟସସୀମା

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୦୧-୦୧-୨୦୧୮ ସୁଦ୍ଧା ସର୍ବନିମ୍ନ 21 ବର୍ଷ ଓ ସର୍ବାଧିକ 32 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।ଅନୁସୂଚିତ ଜାତି, ଜନଜାତି, ଏସ.ଇ.ବି.ସି, ମହିଳା ପ୍ରାର୍ଥୀ ଓ ଭୂତପୂର୍ବ ସୈନିକ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା 5ବର୍ଷ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ମାଟ୍ରିକ ପାସ କରିଥିବା ଆବଶ୍ୟକ। ଏହାସହିତ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡିଶା ବିଷୟ ରଖିଥିବା ନିହାତି ଜରୁରୀ।

ଆବେଦନ ଫି

ଆବେଦନ କରିବା ପାଇଁ ଫି ବାବଦରେ ପ୍ରାର୍ଥୀଙ୍କୁ “0051-P.S.C.-104-UPSC/SSC –Examination Fee-0047-Fees collected for conducting examination by OSSSC-02213” ଉଦ୍ଦେଶ୍ୟରେ 100ଟଙ୍କା ଟ୍ରେଜେରୀ ଚାଲାଣ କାଟିବାକୁ ପଡିବ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ।

କିପରି ଆବେଦନ କରିବେ

ଏହି ପଦରେ ଆବେଦନ କରିବା ପାଇଁ www.osssc.gov.in ର ୱେବସାଇଟରେ ପ୍ରଥମେ ଲଗଇନ କରିବେ ଓ ରେଜିଷ୍ଟର କରିବେ। ଏହାପରେ ନିଜର ପାସପୋର୍ଟ ସାଇଜ ଫଟୋ, ଚାଲାଣ ରସିଦ ଓ ଦସ୍ତଖତକୁ ସ୍କାନ କରି ଦେବାକୁ ପଡିବ। ପ୍ରାର୍ଥୀଙ୍କର ନିଜସ୍ଵ ଇ-ମେଲ ଆଇଡି ଥିବା ଅବଶ୍ୟକ। ଯଦି ପ୍ରାର୍ଥୀଙ୍କର ନିଜସ୍ଵ ଇ-ମେଲ ଆଇଡି ନଥାଏ ତେବେ ଆବେଦନ କରିବା ଆଗରୁ ନୂଆ –ମେଲ ଆଇଡି ଖୋଲିବାକୁ ପଡିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ www.osssc.gov.in ରେ ଲଗଇନ କରନ୍ତୁ।

#jobs #govtjobs #exciseconstable

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon