• padmabati kund

ପାକିସ୍ତାନ କ୍ରିକେଟ ବୋର୍ଡର ଅଭିଯୋଗ : ଚୁକ୍ତି କରି କଥା ରଖୁନି ବିସିସିଆଇ, ଦୋମୁହାଁ ନୀତି ଧରିଛି ଭାରତ ଟିମ


(ବେତାର ବ୍ୟୁରୋ) ପାକିସ୍ଥାନ କ୍ରିକେଟ ବୋର୍ଡର ନବନିଯୁକ୍ତ ଚେୟାରମ୍ୟାନ ଏହେସାନ ମନି ଭାରତ ଓ ପାକିସ୍ଥାନ ମଧ୍ୟରେ ଥିବା କ୍ରିକେଟ ସମ୍ବନ୍ଧ ବିଷୟରେ ବୟାନ ଦେଇଛନ୍ତି ଓ ବିସିସିଆଇ ଉପରେ ପକ୍ଷପାତର ଅଭିଯୋଗ ଲଗାଇଛନ୍ତି। କାରଣ ଭାରତ 2013 ମସିହା ଜାନୁୟାରୀ ମାସ ଠାରୁ ପାକିସ୍ଥାନ ସହିତ କୌଣସି ଦ୍ଵୀପାକ୍ଷିକ ସିରିଜ ଖେଳିନାହିଁ। କିନ୍ତୁ ସେହି ସମୟ ଭିତରେ ଏହି ଦୁଇଦଳ ଆଇସିସିର ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ 10ଟି ମ୍ୟାଚ ଖେଳିସାରିଲେଣି।

ଏ ବିଷୟରେ ଏହେସାନ ମନି କହିଛନ୍ତି, “ଖେଳ ଓ ସଂସ୍କୃତି ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କରେ ସୁଧାର ଆସିପାରିବ। ଉଭୟ ଦେଶର ଲୋକ ଦୁଇ ଦେଶକୁ ଖେଳୁଥିବାର ଦେଖିବାକୁ ଚାହୁଁଛନ୍ତି। ଭାରତ ପାକିସ୍ଥାନ ବିରୁଦ୍ଧରେ ଆଇସିସି ଟୁର୍ଣ୍ଣାମେଣ୍ଟରେ ଆମ ବିରୁଦ୍ଧରେ ମ୍ୟାଚ ଖେଳୁଛି ମାତ୍ର ପାକିସ୍ଥାନ ସହିତ ଦ୍ଵିପାକ୍ଷିକ ମ୍ୟାଚ ଖେଳିବାକୁ ଚାହୁଁନାହିଁ। ମୁଁ ଭାବୁଛି ଏଥିରେ ବିସିସିଆଇ ପକ୍ଷପାତ କରୁଛି ଓ ଏହି ସବୁ କଥା ଉପରେ ବିଚାର କରାଯିବା ଉଚିତ।“

ଏହେସାନ ମନି କ୍ରିକେଟ ଇନଫୋ କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, “ମୁଖ୍ୟ କଥା ହେଉଛି ଦୁଇଦଳ ପରସ୍ପର ବିରୁଦ୍ଧରେ କ୍ରିକେଟ ଖେଳୁଛନ୍ତି। ଯେବେ ଆମେ ଭାରତ ଯାଉଛୁ ବା ଭାରତର ଲୋକ ପାକିସ୍ଥାନ ଆସୁଛନ୍ତି, ସେତେବେଳେ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଉଛି। ଲକ୍ଷ ଲକ୍ଷ ପ୍ରଶଂସକ ଭାରତରୁ ପାକିସ୍ଥାନ ଆସି ଖୁସି ହୋଇ ଯାଉଛନ୍ତି।“

ସମଗ୍ର ବିଶ୍ଵରେ ଭାରତ-ପାକିସ୍ଥାନ ମ୍ୟାଚରେ ଅଧିକ ଅର୍ଥ ରୋଜଗାରର ସୁଯୋଗ ରହିଥାଏ ବୋଲି ସେ କହିଛନ୍ତି। କାରଣ ଏହି ଦୁଇ ଦେଶ ମଧ୍ୟରେ ମ୍ୟାଚ ଦେଖିବାକୁ ପ୍ରଶଂସକଙ୍କ ଭିଡ ଜମିଥାଏ। ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, “ପାକିସ୍ଥାନ କ୍ରିକେଟ ବୋର୍ଡ ପାଇଁ ଅର୍ଥ ରୋଜଗାର ଅପେକ୍ଷା ଦୁଇ ଦେଶ ମଧ୍ୟରେ କ୍ରିକେଟ ସମ୍ପର୍କକୁ ପୁଣି ଥରେ ଆରମ୍ଭ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ଯଦି ଭାରତ ସରକାର ତାଙ୍କ ନାଗରିକ ମାନଙ୍କୁ ଭାରତ-ପାକିସ୍ଥାନ ମ୍ୟାଚ ଦେଖିବାରୁ ବଞ୍ଚିତ ରଖିବାକୁ ଚାହୁଞ୍ଛନ୍ତି ତେବେ ଏହା ତାଙ୍କର ନିଷ୍ପତ୍ତି ଅଟେ।“

ତେବେ ଏହି ସମୟରେ ପାକିସ୍ତାନ କ୍ରିକେଟ ମୁଖ୍ୟଙ୍କୁ ପଚରା ଯାଇଥିଲା କି ଭାରତ ସହ ନ ଖେଳିଲେ ପାକିସ୍ତାନ କ୍ରିକେଟ ପ୍ରତି ଆଞ୍ଚ ଆସିବା କି । ଏହାର ଉତ୍ତର ଦେଇ ମନି କହିଥିଲେ ଯେ ଏହାର କୌଣସି ପ୍ରଭାବ ପଡିବ ନାହିଁ ।

କିଛିଦିନ ଆଗରୁ ପାକିସ୍ଥାନ କ୍ରିକେଟ ବୋର୍ଡ ବିସିସିଆଇ ବିରୁଦ୍ଧରେ ଏକ କେସ ଫାଇଲ କରିଥିଲା। ପାକିସ୍ଥାନ ଅଭିଯୋଗ କରିଥିଲା ଯେ, ୨୦୧୫ରୁ ୨୦୨୩ ମଧ୍ୟରେ ଭାରତ ଓ ପାକିସ୍ଥାନ ମଧ୍ୟରେ ମୋଟ ଛଅଟି ଦ୍ଵିପାକ୍ଷିକ ସିରିଜ ଖେଳାଯିବ ବୋଲି ଭାରତ ଓ ପାକିସ୍ଥାନ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷର କରଯାଇଥିଲା। ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ଆୟୋଜନ କରାଯାଇ ନାହିଁ। ତେଣୁ ଭାରତ ପାକିସ୍ଥାନ ସହିତ ମ୍ୟାଚ ଖେଳିବାର ଚୁକ୍ତି କରି ଖେଳିନଥିବାରୁ ପାକିସ୍ଥାନକୁ କ୍ଷତି ସହିବାକୁ ପଡିଛି।

ଅnyaପଟେ ବିସିସିଆଇ କହିଥିଲା ଯେ, ଏହି ବୁଝାମଣା ପତ୍ରରେ ଥିବା ସର୍ତ୍ତାବଳୀ ପୂରଣ କରିବାକୁ

ସେ ବାଧ୍ୟ ନୁହେଁ। କାରଣ ପାକିସ୍ଥାନ ମଧ୍ୟ ବୁଝାମଣା ପତ୍ରରେ ଉଲ୍ଲେଖ ଥିବା କିଛି ସର୍ତ୍ତକୁ ପୂରଣ କରିନାହିଁ।

#cricket #pakisthancricketboard #BCCI

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon