- ବେତାର ବ୍ୟୁରୋ
ପୂଜାରେ ରାନ୍ଧନ୍ତୁ ବିନା ଲୁଣରେ ୨ଟି ସ୍ଵାଦିଷ୍ଟ ବ୍ୟଞ୍ଜନ

(ବେତାର ବ୍ୟୁରୋ) ଆମ ଦେଶରେ ପୂଜାପର୍ବାଣୀରେ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟପେୟ ହୋଇଥାଏ। ପୂଜା ସମୟରେ ବିନା ପିଆଜ ରସୁଣରେ ନିରାମିଷ ଭୋଜନ ପ୍ରସ୍ତୁତ କରାଯାଇଥାଏ। କେହି କେହି ପୂଜା ସମୟରେ ଉପବାସ ମଧ୍ୟ କରିଥାଆନ୍ତି। କିଛି ସ୍ଥାନରେ ଲୋକମାନେ ପୂଜା ସମୟରେ ବିନା ଲୁଣରେ ମଧ୍ୟ ଖାଦ୍ୟ ପ୍ରସ୍ତୁତ କରିଥାଆନ୍ତି।
ଲୁଣ ବିନା ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିଲେ ମଧ୍ୟ ଏହା ପାଟିକୁ ସୁସ୍ଵାଦୁ ଲାଗିନଥାଏ। କିନ୍ତୁ ଏପରି ମଧ୍ୟ କିଛି ବ୍ୟଞ୍ଜନ ରହିଛି ଯାହା ବିନା ଲୁଣରେ ମଧ୍ୟ ଖୁବ ସ୍ଵାଦିଷ୍ଟ ହୋଇଥାଏ। ଆସନ୍ତୁ ଜାଣିବା ଏହିପରି ଦୁଇଟି ବ୍ୟଞ୍ଜନ ବିଷୟରେ ଯାହା ଆପଣ ବିନା ଲୁଣରେ ପ୍ରସ୍ତୁତ କରିପାରିବେ ଏବଂ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ହେବା ସହିତ ସ୍ଵାଦିଷ୍ଟ ମଧ୍ୟ ଲାଗିବ।
ଆଳୁ ହାଲୱା

ଆଳୁର ହାଲୱା ଭାରତର ଏକ ପ୍ରସିଦ୍ଧ ମିଠା ଅଟେ, ଯାହା ସାଧାରଣତଃ ଓଷାବ୍ରତ ସମୟରେ ଖିଆଯାଇଥାଏ। ଆପଣ କିମ୍ବା ଆପଣଙ୍କ ପରିବାରରେ ଯଦି କେହି ଓଷା କରୁଛନ୍ତି ତେବେ ଏହି ସ୍ଵାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିପାରିବେ। ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ହେଉଛି ଚାରିଟି ମଧ୍ୟମ ଆକାରର ଆଳୁ, ସ୍ଵାଦ ଅନୁଯାୟୀ ଚିନି, ଦୁଇ ଚାମଚ ଘିଅ, ଦୁଇ ଚାମଚ ଫ୍ରେସ କ୍ରିମ ଓ ଅଳ୍ପ ଗୁଜୁରାତି ଗୁଣ୍ଡ।
ପ୍ରଥମେ ଆଳୁକୁ ସିଝାଇ ଦିଅନ୍ତୁ ଓ ଏହାର ଚୋpaaକୁ ଛଡାଇ ଆଳୁକୁ ଭଲ ଭାବରେ ଚକଟି ଦିଅନ୍ତୁ। ଏହାପରେ ଗ୍ୟାସରେ ଏକ କରେଇ ଗରମ କରି ସେଥିରେ ଘିଅ ପକାନ୍ତୁ। ଘିଅ ଗରମ ହୋଇଯିବା ପରେ ଚକଟି ଥିବା ଆଳୁକୁ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଆଳୁରୁ ଘିଅ ଅଲଗା ହେବାକୁ ଲାଗିଲେ ସେଥିରେ ଚିନି ଓ ଫ୍ରେସ କ୍ରିମ ମିଶାଇ ଭଲ ଭାବରେ ଗୋଳାନ୍ତୁ। ଆଳୁରେ ଚିନି ଭଲ ଭାବରେ ମିଶିଯିବା ପରେ ଏଥିରେ ଗୁଜୁରାତି ଗୁଣ୍ଡ ପକାଇ ଗରମ ଗରମ ଖାଆନ୍ତୁ।
ଫଳ ଜିଲାପି

ଓଷାବ୍ରତରେ ଏହି ଫଳ ଜିଲାପି ଏକ ସ୍ଵାଦିଷ୍ଟ ମିଠା ଅଟେ, ଯାହା ସ୍ଵାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ହେଉଛି ଆଳୁ୨୫୦ଗ୍ରାମ, ୫୦ଗ୍ରାମ ଅରାରୋଟ, ୨୫୦ଗ୍ରାମ ଚିନି, ଆବଶ୍ୟକ ଅନୁଯାୟୀ କ୍ଷୀର, ଅଳ୍ପ କେଶର ଓ ଜିଲାପି ଛାଣିବା ପାଇଁ ଘିଅ।
ପ୍ରଥମେ ଚିନିରେ ପାଣି ଓ କେଶର ମିଶାଇ ସିରା ପ୍ରସ୍ତୁତ କରନ୍ତୁ। ଏହାପରେ ଆଳୁକୁ ସିଝାଇ ଏହାର ଚୋପା ଛଡାଇ ନିଅନ୍ତୁ। ଏହି ସିଝା ଆଳୁ ସହିତ ଅରାରୋଟ ଓ ଅଳ୍ପ କ୍ଷୀର ମିଶାଇ ଗ୍ରାଇଣ୍ଡରରେ ଏକ ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟ ଅଧିକ ପତଳା କିମ୍ବା ଅଧିକ ଗାଢ ନହେବା ଆବଶ୍ୟକ। କରେଇରେ ଘିଅ ଗରମ କରନ୍ତୁ। ଏକ କପଡା ବା ପଲିଥିନରେ ଏକ ଛୋଟ କଣା କରି ଏହି ପେଷ୍ଟକୁ ଦେଇ ଜିଲାପି ପ୍ରସ୍ତୁତ କରନ୍ତୁ। ଜିଲାପି ଛାଣି ହୋଇଯିବା ପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ସିରାରେ ପକାନ୍ତୁ। ଜିଲାପି ଭଲ ଭାବରେ ସିରା ପିଇ ଯିବା ପରେ ଗରମ ଗରମ ଖାଆନ୍ତୁ।