• ବେତାର ବ୍ୟୁରୋ

ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନବମୀରେ ଏମିତି କରନ୍ତୁ ମା'ଙ୍କ ପୂଜା


(ବେତାର ବ୍ୟୁରୋ) ଜଗତଜନନୀ ମା’ ଦୂର୍ଗାଙ୍କର ଆଜି ମହାନବମୀ ପୂଜା। ମା’ ସିଦ୍ଧିଦାତ୍ରୀ ହେଉଛନ୍ତି ମା’ ଦୂର୍ଗାଙ୍କର ନବମ ସ୍ୱରୂପ। ସିଦ୍ଧିଦାତ୍ରୀର ଅର୍ଥ ହେଉଛି ସିଦ୍ଧି ବା ସଫଳତା ଦେଉଥିବା ମା’। 

ଜ୍ୟୋତିଷ ବିଦ୍ୟା ଓ ତନ୍ତ୍ର ଶାସ୍ତ୍ର ଅନୁଯାୟୀ, ମା’ ସିଦ୍ଧିଦାତ୍ରୀଙ୍କ ପୂଜା କରିବା ଦ୍ଵାରା ବ୍ୟକ୍ତିଙ୍କୁ ଆଠ ପ୍ରକାରର ସିଦ୍ଧି ପ୍ରାପ୍ତ ହୋଇଥାଏ। ଏହି ରୂପ ମା’ ଦୂର୍ଗାଙ୍କର ସବୁଠାରୁ ଶକ୍ତିଶାଳୀ ରୂପ ଅଟେ। ଦେବୀ ଦୂର୍ଗାଙ୍କର ଏହି ରୂପ ସମସ୍ତ ଦେବତାଙ୍କର ଶକ୍ତିରେ ପ୍ରକଟ ହୋଇଛି। 

ଅସୁରର ଅତ୍ୟାଚାରରେ ସମସ୍ତ ଦେବଲୋକ ଅସ୍ତବ୍ୟସ୍ତ ହୋଇଗଲେ ସେତେବେଳେ ସମସ୍ତ ଦେବଗଣ ଭଗବାନ ଶିବ ଓ ବିଷ୍ଣୁଙ୍କ ପାଖକୁ ସହାୟତା ପାଇଁ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ସମସ୍ତ ଦେବତାଙ୍କ ପାଖରୁ ଏକ ଶକ୍ତି ଉତ୍ପନ୍ନ ହେଲା ଓ ଏହି ଶକ୍ତିଙ୍କୁ ସିଦ୍ଧିଦାତ୍ରୀ ବୋଲି କୁହାଗଲା। 

ମା ସିଦ୍ଧିଦାତ୍ରୀଙ୍କର ଜ୍ୟୋତିଷଶାସ୍ତ୍ର ସହିତ ସମ୍ବନ୍ଧ

ଏହି ରୂପ ହେଉଛି ମା’ଙ୍କର ପ୍ରଚଣ୍ଡ ରୂପ ଯେଉଁଥିରେ ଶତ୍ରୁକୁ ଦମନ କରିବାର ଅଦମ୍ୟ ଶକ୍ତି ରହିଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମା’ଙ୍କର ଏହି ରୂପକୁ ସ୍ଵୟଂ ଭଗବାନ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵର ମଧ୍ୟ ପୂଜା କରିଥାଆନ୍ତି। ମା’ଙ୍କର ଏହି ରୂପ ଆପଣଙ୍କ ଉପରେ ପ୍ରସନ୍ନ ହେଲେ ଶତ୍ରୁ ଆପଣଙ୍କର କିଛି କ୍ଷତି କରି ପାରିବେ ନାହିଁ। ଯଦି ଆପଣ କୌଣସି କୋର୍ଟ କଚେରୀ ମାମଲାରେ ଫଶିଛନ୍ତି ତେବେ ମା’ଙ୍କର ଏହି ସ୍ୱରୂପକୁ ପୂଜା କରିବା ଦ୍ଵାରା ସୁଫଳ ମିଳିଥାଏ।

ଜ୍ୟୋତିଷ ଶାସ୍ତ୍ରରେ ନବମୀ ତିଥୀ ,ନବମ ସ୍ଥାନ ବା ଅଙ୍କକୁ ମନୁଷ୍ୟର ଭାଗ୍ୟ ସହିତ ଯୋଡ଼ାଯାଇ ଦେଖାଯାଇଥାଏ।ମନୁଷ୍ୟ ଜୀବନର ସଫଳତା, ସୁଖସମୃଦ୍ଧି ଜୀବନ ଏହି ଅଂକରୁ ନିର୍ଣ୍ଣୟ ହେଇଥାଏ। ଏଣୁ ନବମୀ ତିଥିରେ ଏହି ପୂଜା କଲେ ଅନେକ ବିବାଦ, ବିଘ୍ନର ସମାଧାନ ହେଇ ସୁଖଶାନ୍ତିରେ ବଞ୍ଚିବାର ସମାଧାନ ଆସିଥାଏ ବୋଲି ବିଶ୍ଵାସ ରହିଛି।

ପୂଜା କରିବାର ବିଦ୍ଧି

ମା’ଙ୍କର ସିଦ୍ଧିଦାତ୍ରୀ ରୂପକୁ ପ୍ରସନ୍ନ କରିବା ପାଇଁ ସର୍ବପ୍ରଥମେ ଭଲ ଭାବରେ ଶୁଦ୍ଧ ହୁଅନ୍ତୁ। ମା’ଙ୍କର ବନ୍ଦନା ମନ୍ତ୍ର ଉଚ୍ଚାରଣ କରି ପୂଜାର୍ଚ୍ଚନା କରନ୍ତୁ। ମା’ଙ୍କୁ ଆଜିର ଦିନରେ ହାଲୱା ଓ ପୁରୀ ଭୋଗ ଦିଅନ୍ତୁ। ମା’ଙ୍କ ନିକଟରେ ଯଜ୍ଞ ନିହାତି ଭାବରେ କରନ୍ତୁ।

ଯଜ୍ଞ କରିବାର ବିଦ୍ଧି

ନବରାତ୍ରୀ ପୂଜା ଯଜ୍ଞ ଓ ମନ୍ତ୍ରଜପ ବିନା ଅଧା ଅଟେ। ନବମୀ ତିଥିରେ ମା’ଙ୍କର ମନ୍ତ୍ର “ଓଁ ଐ ହ୍ରୀ କ୍ଲୀ ଚାମୁଣ୍ଡେୟେ ବିଚ୍ଚେ” ଜପ କରନ୍ତୁ। ଏହାସହିତ ବିଜୟର କାମନା କରି ଶ୍ରୀରାମଚରିତ ମାନସର ଯେକୌଣସି ଚୌପାଇ ଗାଇ ଯଜ୍ଞ କରିପାରିବେ। ଯଜ୍ଞରେ ଆମ୍ବ ଗଛର କାଠ ବ୍ୟବହାର କରନ୍ତୁ। ଏହାସହିତ ଫୁଲ, ଧାନ, ସିନ୍ଦୁର, ନଡିଆ, ଗୁଡ, ଲବଙ୍ଗ, ପାନ ପତ୍ର, ଘିଅ, ପଦ୍ମଫୁଲ ଇତ୍ୟାଦି ରଖନ୍ତୁ।

କନ୍ୟାଙ୍କୁ ପୂଜା କଲେ ପୂର୍ଣ୍ଣ ହେବ ମନୋକାମନା

ଏହି ନବମୀ ତିଥିରେ କନ୍ୟାଙ୍କୁ ପୂଜା କରାଯାଇଥାଏ। ଏଥିପାଇଁ 9ବର୍ଷରୁ କମ ଶିଶୁ କନ୍ୟାଙ୍କୁ ପୂଜା କରନ୍ତୁ ଓ ତାଙ୍କୁ ମା’ଦୂର୍ଗାଙ୍କର ସ୍ୱରୂପ ଭାବି ଆଦର କରନ୍ତୁ। ପ୍ରଥମେ 9ଜଣ କନ୍ୟାଙ୍କୁ ପୂଜା ପାଇଁ ଆମନ୍ତ୍ରିତ କରନ୍ତୁ। ତାଙ୍କ ମଥାରେ କୁଙ୍କୁମ ଲଗାଇ ପୂଜା କରନ୍ତୁ । ଚଣା ଓ ପୁରୀ ମା’ଙ୍କ ନିକଟରେ ଭୋଗ କରିବା ପରେ କନ୍ୟାଙ୍କୁ ଖାଇବାକୁ ଦିଅନ୍ତୁ। ଭୋଜନ ପରେ ସବୁ କନ୍ୟାଙ୍କୁ ଦକ୍ଷିଣା ଦାନ କରନ୍ତୁ ଓ ତାଙ୍କ ଚରଣ ସ୍ପର୍ଶ କରି ବିଦା କରନ୍ତୁ। ଏପରି କରିବା ଦ୍ଵାରା ମା’ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ ମନୋକାମନା ପୂରଣ କରିବେ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

#nabaratree #pujavidhi

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon