• ବେତାର ବ୍ୟୁରୋ

ଫଟୋ ବେତାର : ଓଡିଶାର ଆକର୍ଷଣୀୟ ଦେବୀମେଢ ଦେଖିଲେଣି କି?


(ବେତାର ବ୍ୟୁରୋ) ଜଗତଜନନୀ ମା’ ଦୁର୍ଗାଙ୍କର ଆଜି ଦଶମୀ ପୂଜା। ରାଜ୍ୟର ସହସ୍ରାଧିକ ସାର୍ବଜନୀନ ପୂଜାମଣ୍ଡପ ମାନଙ୍କରେ ପ୍ରତିଷ୍ଠିତ ହୋଇଥିବା ମା’ଙ୍କର ମୃଣ୍ମୟୀ ପ୍ରତିମାମାନଙ୍କ ନିକଟରେ ଭକ୍ତମାନଙ୍କର ବେଶ ଗହଳି ଦେଖିବାକୁ ମିଳୁଛି ଓ ଏହାସହିତ ରାଜ୍ୟବାସୀ ଶାରଦୀୟ ପୂଜାକୁ ମନଭରି ଉପଭୋଗ କରିଛନ୍ତି। ପୂଜା ମଣ୍ଡପ ମାନଙ୍କରେ ମା’ଙ୍କର ପୂଜାର୍ଚ୍ଚନା କରିବା ସହିତ ପୂଜା ମଣ୍ଡପର ସାଜସଜ୍ଜା, ସପିଙ୍ଗର ମଜା ଉଠାଉଛନ୍ତି। ଚଳିତବର୍ଷ ସହରଗୁଡ଼ିକରେ ବିଦେଶୀ ଢାଞ୍ଚାରେ ମଣ୍ଡପ ଗୁଡିକୁ ପ୍ରସ୍ତୁତ କରାଯାଇଛି।

ବିଶେଷକରି ଭୁବନେଶ୍ୱରର ସମସ୍ତ ପୂଜା ମଣ୍ଡପଗୁଡ଼ିକର ତୋରଣକୁ ବିଦେଶୀ ଅଟ୍ଟାଳିକା ଭଳି ତିଆରି କରାଯାଇଛି। ଏହାଛଡ଼ା ସୁଉଚ୍ଚ ତୋରଣକୁ ଆଖି ଝଲସିଲା ଭଳି ରଙ୍ଗବେରଙ୍ଗ ଆଲୁଅରେ ମଧ୍ୟ ସଜ୍ଜା ଯାଇଛି।

ରସୁଲଗଡ,ଭୁବନେଶ୍ୱର

ଚଳିତବର୍ଷ ଦଶହରାରେ ରସୁଲଗଡ଼ର ତୋରଣକୁ ଲଣ୍ଡନର ‘ଆଲବର୍ଟ ହଲ୍’ ଷ୍ଟାଇଲରେ ନିର୍ମାଣ କରାଯାଇଛି। ପ୍ରାୟ 13 ପ୍ରକାରର ଆର୍ଟିଫିସିଆଲ ରଙ୍ଗବେରଙ୍ଗ ଷ୍ଟୋନକୁ ବ୍ୟବହାର କରି ଏହି ତୋରଣକୁ ନିର୍ମାଣ କରାଯାଇଛି। ମଣ୍ଡପ ପଛପଟେ ମୀନାବଜାର ମଧ୍ୟ ଆୟୋଜନ କରାଯାଇଛି। ଏହାଛଡ଼ା ଭଜନ ଓ ମେଲୋଡ଼ିର ମଧ୍ୟ ଆୟୋଜନ କରାଯାଇଛି।

ମଣ୍ଡପରେ ପଲିଥିନ୍‌ ଏବଂ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। ଏଥିସହ ମୀନା ବଜାରରେ ପଲିଥିନ ଯେପରି ବ୍ୟବହାର ନହୁଏ, ସେଥିପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି।ଏହାଛଡ଼ା ପରିବେଶକୁ ସ୍ୱଚ୍ଛ ରଖିବାପାଇଁ ଡଷ୍ଟବିନ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଝାରପଡା,ଭୁବନେଶ୍ୱର

ସେହିପରି ଭୁବନେଶ୍ଵରର ଝାରପଡାରେ ପୂଜା ମଣ୍ଡପର ତୋରଣକୁ ରାଜସ୍ଥାନର ସିଟି ପାଲେସ ହଲ ମ୍ୟୁଜିୟମ ଷ୍ଟାଇଲରେ ନିର୍ମାଣ କରାଯାଇଛି।ଏଥିରେ ମଧ୍ୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି।

ଦାମୋଦରପୁର,ବାଲେଶ୍ବର

ବାଲେଶ୍ଵରରେ ମୋଟ 21ଟି ପୂଜା ମଣ୍ଡପରେ ମା’ଙ୍କୁ ଆବାହନ କରାଯାଇଥିବା ବେଳେ ସବୁଠାରୁ ଅଧିକ ଆକର୍ଷଣୀୟ ରହିଛି ଦାମୋଦରପୁରର ପୂଜା ମଣ୍ଡପ। ଏହି ମଣ୍ଡପକୁ ବାହୁବଳୀ ଷ୍ଟାଇଲରେ ନିର୍ମାଣ କରାଯାଇଛି। ଏହାକୁ ନିର୍ମାଣ କରିବା ପାଇଁ ତିନିମାସ ସମୟ ଲାଗିଛି ଓ ମୋଟ 25ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ଚଳିତ ବର୍ଷ ମା’ଙ୍କୁ ନୌକାରେ ଆସୁଥିବାରୁ ଏକ ବଡ ପୋଖରୀ ମଧ୍ୟରେ ମା’ଙ୍କୁ ଆବାହନ କରାଯାଇଛି। ସହସ୍ରାଧିକ ହାତ ମଧ୍ୟରେ ମା’ଙ୍କର ମୂର୍ତ୍ତି ଶୋଭା ପାଉଛି।

କଟକ

କଟକରେ ଖୁବ ଧୁମଧାମରେ ଦଶହରା ପାଳନ କରାଯାଉଛି। କଟକର ଚୌଧୁରୀ ବଜାର, ଖାନନଗର, କଲେଜ ସ୍କୋୟାର, ଚାଉଳିଆଗଞ୍ଜ, ରାଣିହାଟ, ବାଲୁ ବଜାର, ଶେଖ ବଜାର ଓ ମଙ୍ଗଳାବାଗରେ ମା’ଙ୍କର ସ୍ଵର୍ଣ୍ଣ ଓ ରୂପାରେ ଭୂଷିତ କରାଯାଇଛି। ଭକ୍ତମାନଙ୍କର ଖୁବ ଗହଳି ମଧ୍ୟ ଦେଖିବାକୁ ମିଳିଛି।

#dashahara #cuttuck #bhubaneswar #baleshwar

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon