• padmabati kund

ତାମିଲ ଫିଲ୍ମ ‘ସରକାର’ର ଟିଜର ୟୁଟ୍ୟୁବରେ ରେକର୍ଡ ଭାଙ୍ଗିଲା


(ବେତାର ବ୍ୟୁରୋ) ତାମିଲ ସୁପରଷ୍ଟାର ଥାଲାପଥି ବିଜୟଙ୍କ ଆଗାମୀ ଫିଲ୍ମ ‘ସରକାର’ର ଟିଜର ଶୁକ୍ରବାର ୟୁଟ୍ୟୁବରେ ରିଲିଜ ହୋଇଯାଇଛି। ମାତ୍ର ପାଞ୍ଚ ଘଣ୍ଟା ମଧ୍ୟରେ ଏହାର ଟିଜରକୁ ଦଶ ଲକ୍ଷରୁ ଅଧିକ ଲୋକ ଦେଖିଥିଲେ ଓ ଏହାସହିତ ଏକ ନୂଆ ରେକର୍ଡ ମଧ୍ୟ କରିଛି। ଏହା ପୂର୍ବରୁ ‘ଅଭେଞ୍ଜର ଇନ୍ଫିନିଟି’ ୱାରର ଟିଜର ଏହି ରେକର୍ଡର ଶୀର୍ଷରେ ଥିଲା। ଦର୍ଶକମାନେ ଏହାର ଟିଜରକୁ ଖୁବ ପସନ୍ଦ କରିଛନ୍ତି।

ୟୁଟ୍ୟୁବରେ ସନ ପିକଚର୍ସ ତରଫରୁ ‘ସରକାର’ ଫିଲ୍ମର ଟିଜର ରିଲିଜ କରାଯାଇଛି। ଶନିବାର ସକାଳ ପର୍ଯ୍ୟନ୍ତ ଏହି ଟିଜରକୁ 12 କୋଟିରୁ ଅଧିକ ଦର୍ଶକ ଦେଖିସାରିଲେଣି। 99ସେକେଣ୍ଡର ଏହି ଟିଜରରେ ବିଜୟଙ୍କ ସୁପରହିଟ ଷ୍ଟାଇଲ ଦେଖିବାକୁ ମିଳିଛି। ଟିଜରର ଆରମ୍ଭରେ ବିଜୟ ନିଜକୁ କର୍ପୋରେଟ ମନଷ୍ଟର ବୋଲି କହୁଥିବାର ଦେଖିବାକୁ ମିଳିଛି।

ଟିଜରରେ ଦେଖାଯାଇଛି ଯେ, ତାମିଲନାଡୁ ନିର୍ବାଚନରେ ନିଜର ଭୋଟକୁ କାଷ୍ଟ କରିବା ପାଇଁ ଆସିଛନ୍ତି। କିନ୍ତୁ ଯେତେବେଳେ ସେ ଜାଣିବାକୁ ପାଉଛି ଯେ ଲାଞ୍ଚରେ ଭୋଟ କିଣାଯାଉଛି, ସେତେବେଳେ ସେ ନିଜ ମାଟିମା’ ପାଇଁ କିଛି କରିବାକୁ ନୂଆ ଲକ୍ଷ୍ୟ ପାଇଯାଉଛି। ଜଣେ ସଫଳ ସି.ଇ.ଓ ଭାବରେ ଦେଶର ସରକାରରେ ଥିବା ସମସ୍ତ ଅପରାଧୀଙ୍କୁ ଚେତାବନୀ ଦେଇଛନ୍ତି ଓ ଟିଜରରେ ସେ ନିଜକୁ ‘କର୍ପୋରେଟ କ୍ରିମିନାଲ’ ବୋଲି କହୁଥିବାର ଦେଖିବାକୁ ମିଳିଛି।

ସନ ପିକଚର୍ସ ବ୍ୟାନରରେ ନିର୍ମିତ ଏହି ଚଳଚିତ୍ରଟି ହେଉଛି ସୁପରଷ୍ଟାର ବିଜୟଙ୍କର 62ତମ ଫିଲ୍ମ।ଏହି ଫିଲ୍ମରେ ବିଜୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ବିଜୟଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି କୀର୍ତି ସୁରେଶ। ଏହାବ୍ୟତୀତ ବାରାଲକ୍ଷ୍ମୀ ଓ ରାଧାରବି ପ୍ରମୁଖ ଅଭିନୟ କରିଛନ୍ତି। ବାରାଲକ୍ଷ୍ମୀ ଓ ରାଧାରବି ଏଥିରେ ଜଣେ କରୁଣାହୀନ ରାଜନେତା ଭାବରେ ଅଭିନୟ କରିଥିବା ବେଳେ ବିଜୟ ରାଜନୀତି ବିପ୍ଲବର ଅଗ୍ରଦୂତ ଭାବରେ ଅଭିନୟ କରିଛନ୍ତି।

ପୋଷ୍ଟର ବିବାଦ

“ସରକାର”ର ପ୍ରଥମ ପୋଷ୍ଟର ଜୁନ ମାସ 21 ତାରିଖରେ ରିଲିଜ କରଯାଇଥିଲା।ବିଜୟଙ୍କୁ ଏହି ପୋଷ୍ଟରରେ ସିଗାରେଟ ଟାଣୁଥିବାର ଦେଖିବାକୁ ମିଳିଥିଲା। ବିଜୟଙ୍କ ସିଗାରେଟ ଟାଣୁଥିବା ସମୟର ଫଟୋ ବିବାଦ ଘେରକୁ ମଧ୍ୟ ଆସିଥିଲା। ସେହି ସମୟରେ ତମ୍ବାଖୁ ନିୟନ୍ତ୍ରଣ ପାଇଁ ତାମିଲନାଡୁ ନାଗରିକଙ୍କ ଦ୍ଵାରା ଗଠିତ ଫୋରମ ତରଫରୁ କୁହାଯାଇଥିଲା ଯେ “ସରକାର”ର ଏହି ପୋଷ୍ଟରଟି ସିଗାରେଟ ଓ ଅନ୍ୟାନ୍ୟ ତମ୍ବାଖୁ ଦ୍ରବ୍ୟ ଆଇନର ଧାରା5 କୁ ଉଲଂଘନ କରୁଛି।“ ଏନେଇ ମଧ୍ୟ ଅନେକ ଦର୍ଶକମାନେ ଟ୍ଵିଟ କରି ବିଜୟଙ୍କୁ କହିଛନ୍ତି ଯେ, “ଦାୟିତ୍ଵବୋଧତାର ସହିତ ଅଭିନୟ କରନ୍ତୁ ଓ ତମ୍ବାଖୁ  ଟାଣିବାକୁ ସମର୍ଥନ କରନ୍ତୁ ନାହିଁ।“ 

ନିର୍ଦ୍ଦେଶକ ଏ.ଆର.ମୁରୁଗାଦୋସଙ୍କ ସହ ଏହା ହେଉଛି ବିଜୟଙ୍କ ତୃତୀୟ ଫିଲ୍ମ। ପୂର୍ବରୁ “ଥୁପାକୀ” ଓ “କଥଥି” ରେ ଉଭୟ ଏକାଠି କାମ କରିଛନ୍ତି। ବିଜୟଙ୍କ ସହ କାମ କରିବାକୁ ନେଇ ମୁରୁଗାଦୋସ କହିଛନ୍ତି ଯେ, “ବିଜୟଙ୍କ ସହ ପୂର୍ବରୁ କରିଥିବା ଦୁଇଟି ଫିଲ୍ମକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି, ପୁଣିଥରେ ଏକାଠି କାମ କରି ଦର୍ଶକମାନଙ୍କ ପାଇଁ ଏକ ଭିନ୍ନ ସ୍ଵାଦର ଫିଲ୍ମ ପ୍ରସ୍ତୁତ କରୁଛୁ ଓ ଦର୍ଶକମାନେ ଏହାକୁ ନିଶ୍ଚିତ ପସନ୍ଦ କରିବେ।“

ଏହି ଚଳଚ୍ଚିତ୍ରରେ ସଙ୍ଗୀତ ଦେଇଛନ୍ତି ଏ.ଆର.ରେହେମାନ ଓ ଫିଲ୍ମଟିକୁ ଆସନ୍ତା ଦୀପାବଳୀକୁ ରିଲିଜ କରାଯିବାର ଲକ୍ଷ୍ୟ ରଖାଯାଇଛି।

#entertainment #sarkar #thalapathybijay #teaser

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon