• padmabati kund

ରାସ୍ତା ଆଲୋକୀକରଣ କରିବାକୁ ଚୀନ ତିଆରି କରୁଛି କୃତ୍ରିମ ଜହ୍ନ


(ବେତାର ବ୍ୟୁରୋ) ଚୀନରେ 2020 ମଧ୍ୟରେ ଏହାର ସମସ୍ତ ସହରକୁ ଆଲୋକୀକରଣ କରିବା ପାଇଁ କୃତ୍ରିମ ଜହ୍ନ ତିଆରି କରାଯିବାର ଯୋଜନା କରାଯାଉଛି। ଏଥିରେ ସହରରେ ଏକ କୃତ୍ରିମ ଜହ୍ନ ଲଗାଯିବ, ଯାହା 50 କିଲୋମିଟର ପର୍ଯ୍ୟନ୍ତ ଆଲୋକ ପ୍ରଦାନ କରିବ।

ପିପୁଲ୍ସ ଡେଲିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, 2020 ମସିହାରେ ଚୀନର ଦକ୍ଷିଣ-ପଶ୍ଚିମ ସହର ଚେଙ୍ଗଦୁରେ ଏହି କୃତ୍ରିମ ଜହ୍ନକୁ ଲଞ୍ଚ କରାଯିବ। ଏହି କୃତ୍ରିମ ଜହ୍ନର ଆଲୋକ ବାସ୍ତବ ଜହ୍ନର ଆଲୋକ ଠାରୁ ଆଠଗୁଣ ଅଧିକ ହେବ। ସନ୍ଧ୍ୟା ସମୟରେ ଏଥିରୁ ଖୁବ ଜୋରରେ ଆଲୋକ ପ୍ରକାଶିତ ହେବ।

ଅଧିକାରୀଙ୍କ ତରଫରୁ ଏହି ଯୋଜନାକୁ ନେଇ କିଛି ବିବରଣୀ ଜାରି କରାଯାଇଛି, ଏହାକୁ ବିଶ୍ବର ପ୍ରଥମ ପ୍ରୋଜେକ୍ଟ ହିସାବରେ ଚିତ୍ରଣ କରାଯାଉଛି। କିନ୍ତୁ କୁହାଯାଉଛି ଯେ, ଏହା ଏକ ଫ୍ରାନ୍ସିସ ଚିତ୍ରକରଙ୍କ ଠାରୁ ପ୍ରେରିତ ହୋଇଛି ଯିଏକି ଏକ ଚିତ୍ରରେ ପୃଥିବୀ ଉପରେ ଓହଳିଥିବା ଦର୍ପଣର ହାର ଅନୁମାନ କରିଥିଲେ। ଅକ୍ଟୋବର 10 ତାରିଖରେ  ଚେଙ୍ଗଦୁ ଏୟାରସ୍ପେସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ମାଇକ୍ରୋ ଇଲେକ୍ଟ୍ରୋନିକ୍ସ ସିଷ୍ଟମ ରିସର୍ଚ ଇନଷ୍ଟିଚ୍ୟୁଟ ଲିମିଟେଡର ଚେୟାରମ୍ୟାନ ବୁ ଶୂନଫେଙ୍ଗ ସହରରେ ଏହି ଯୋଜନା ବିଷୟରେ ଜଣାଇଥିଲେ।

ଚୀନର ସିଚୁଆନ ପ୍ରାନ୍ତର ରାଜଧାନୀ ଚେଙ୍ଗୁଦ ତରଫରୁ ଘୋଷଣା କରାଯାଇଛି ଯେ, ଏହି କୃତ୍ରିମ ଜହ୍ନ ଅନ୍ତରୀକ୍ଷରେ ସାଟେଲାଇଟ ଭଳି ସ୍ଥାପିତ ହେବ ଓ ଏହା ସୂର୍ଯ୍ୟଙ୍କ ଆଲୋକରେ ପ୍ରତିମ୍ବିବିତ ହୋଇ ରାତିରେ ସହରକୁ ଆଲୋକ ପ୍ରଦାନ କରିବ। ଚେଙ୍ଗଦୁ ସହରର ଅଧିକାରୀଙ୍କ କହିବା ଅନୁଯାୟୀ ଏହି କୃତ୍ରିମ ଜହ୍ନରୁ ଏତେ ଆଲୋକ ବାହାରିବ ଯେ, ସହରରେ ଆଉ ଷ୍ଟ୍ରିଟ ଲାଇଟର ଆବଶ୍ୟକତା ରହିବ ନାହିଁ। ଏହି ସାଟେଲାଇଟରେ ଏକ ବିଶେଷ ଆସ୍ତରଣ ରହିବ ଯାହାଦ୍ଵାରା ଏଥିରୁ ପ୍ରତିମ୍ବିବିତ ହେଉଥିବା ଆଲୋକ 50 କିଲୋମିଟର କ୍ଷେତ୍ର ପର୍ଯ୍ୟନ୍ତ ଆଲୋକିତ କରିବ।

ଏହା ପୂର୍ବରୁ 1999 ମସିହାରେ ରୁଷିଆରେ ଏକ ଯୋଜନା ପ୍ରସ୍ତୁତ କରଯାଇଥିଲା। ଏହି ଯୋଜନା ଅନୁସାରେ ଘର ମଧ୍ୟରେ ରଖା ଯାଇଥିବା ଦର୍ପଣ ସାହାଯ୍ୟରେ ସାଇବେରିଆ ସହରକୁ ଆଲୋକିତ କରାଯାଇଥିଲା। ଏହି କୃତ୍ରିମ ଜହ୍ନ ଯୋଜନା ସାହାଯ୍ୟରେ ବିଜୁଳି କମ ଖର୍ଚ୍ଚ ହେବ ବୋଲି ଚୀନ ଆଶା ରଖିଛି।

ରିପୋର୍ଟ ମୁତାବକ, ଚେଙ୍ଗଦୁ ସହରରେ ଅନେକ ବର୍ଷରୁ କୃତ୍ରିମ ଜହ୍ନ ଲଗାଇବାର ଯୋଜନା କରାଯାଉଛି। ବର୍ତ୍ତମାନ ଏହା ଲଞ୍ଚ ହେବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି। ଚୀନର ବିଜିନେସ ମ୍ୟାନ ଓ  ଚେଙ୍ଗଦୁ ଏୟାରସ୍ପେସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ମାଇକ୍ରୋ ଇଲେକ୍ଟ୍ରୋନିକ୍ସ ସିଷ୍ଟମ ରିସର୍ଚ ଇନଷ୍ଟିଚ୍ୟୁଟ ଲିମିଟେଡର ଚେୟାରମ୍ୟାନ ବୁ ଶୂନଫେଙ୍ଗଙ୍କର ଏହା ଏକ ପରିକଳ୍ପନା ଅଟେ। ସେ କହିଛନ୍ତି ଯେ, ଏହାର ପ୍ରାରମ୍ଭିକ ଟେଷ୍ଟିଙ୍ଗ ଶେଷ ହୋଇଯାଇଛି ଓ 2020 ମସିହାରେ ଏହାକୁ ଲଞ୍ଚ କରାଯିବ।

ଅନ୍ୟପଟେ ଏହି କୃତ୍ରିମ ଜହ୍ନର ବ୍ୟବହାରକୁ ନେଇ ଅନେକ ପ୍ରଶ୍ନ ଉଠିଛି, କାରଣ କୃତ୍ରିମ ଜହ୍ନ ଲଞ୍ଚ ହେବା ପରେ ସହରରେ ଆଉ ରାତି ହେବ ନାହିଁ। ଯାହାର କୁପ୍ରଭାବ ସହର ଓ ଆଖପାଖର ପଶୁଙ୍କ ଉପରେ ପଡିପାରେ।   

#china #artificialmoon

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon