• ବେତାର ବ୍ୟୁରୋ

ଆର୍ଥିକ ସମସ୍ୟାର ଉପଚାର ପାଇଁ ଘରେ ଓ ଅଫିସରେ ରଖନ୍ତୁ ରୂପା ହାତୀର ମୂର୍ତ୍ତି


(ବେତାର ବ୍ୟୁରୋ) ହିନ୍ଦୁ ସଂସ୍କୃତିରେ ହାତୀକୁ ଏକ ବିଶେଷ ମହତ୍ଵ ଦିଆଯାଇଥାଏ। ଏହାକୁ ଏକ ପବିତ୍ର ପଶୁ ଓ ଶକ୍ତି, ଆୟୁ, ନିଷ୍ଠା, ଜ୍ଞାନ ଆଦିର ପ୍ରତୀକ ବୋଲି ବିବେଚନା କରାଯାଇଥାଏ। ହିନ୍ଦୁ ଧର୍ମ ଅନୁସାରେ ହାତୀକୁ ଭଗବାନ ଗଣେଶଙ୍କର ପ୍ରତୀକ ମଧ୍ୟ କୁହାଯାଇଥାଏ। ଧନ ବୃଦ୍ଧି କରିବା ପାଇଁ ଓ ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରଖିବା ପାଇଁ ଅନେକ ବାସ୍ତୁ ନିୟମ ରହିଛି। ସେହିପରି ବାସ୍ତୁ ଶାସ୍ତ୍ରରେ ରୂପାରେ ନିର୍ମିତ ହାତୀର ମଧ୍ୟ ବିଶେଷ ଗୁରୁତ୍ଵ ରହିଛି।

ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ବ୍ୟକ୍ତି ରୂପାରେ ନିର୍ମିତ ହାତୀର ମୂର୍ତ୍ତୀକୁ ନିଜ ଘରେ ରଖିଥାଆନ୍ତି, ତେବେ ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିଥାଏ ଓ ଘର ମଧ୍ୟରେ ସୁଖଶାନ୍ତିରେ ବାତାବରଣ ରହିଥାଏ। ତେବେ ଜାଣିରଖନ୍ତୁ ରୂପାର ହାତୀ ମୂର୍ତ୍ତୀକୁ ନେଇ କଣ ରହିଛି ବାସ୍ତୁ ନିୟମ ଓ ଆପଣଙ୍କୁ କଣ ଫାଇଦା ମିଳିବ।

.ଘରେ ଯଦି କୌଣସି ବାସ୍ତୁ ଦୋଷ ରହିଥାଏ ତେବେ ଘର ମଧ୍ୟରେ ରୂପାର ହାତୀ ନିହାତି ଭାବରେ ରଖନ୍ତୁ। କାରଣ ରୂପା ଓ ହାତୀ ଉଭୟରେ ନକରାତ୍ମକ ଶକ୍ତିକୁ କ୍ଷୟ କରିବାର ଶକ୍ତି ରହିଥାଏ। ଏହାଦ୍ୱାରା ଘର ମଧ୍ୟରେ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ଓ ମାତା ଲକ୍ଷ୍ମୀ ଏବଂ ଗଣେଶଙ୍କର କୃପା ଘରର ସଦସ୍ୟଙ୍କ ଉପରେ ରହିଥାଏ।

.ଅଫିସରେ ଟେବୁଲ ଉପରେ ରୂପାରେ ତିଆରି ହାତୀ ରଖିଥାଆନ୍ତି, ତେବେ କାର୍ଯ୍ୟରେ ସଫଳତା ମିଳିଥାଏ ଓ ପଦୋନ୍ନତି ମଧ୍ୟ ହୋଇଥାଏ। ଏଥିପାଇଁ ଏହାକୁ ଅଫିସରେ ଉତ୍ତର ଦିଗରେ ହିଁ ରଖନ୍ତୁ।

.ଘର ଓ ଅଫିସରେ ଟେବୁଲ ଉପରେ ରୂପାର ହାତୀ ରଖିବା ସହିତ ଘରେ ଓ ଅଫିସରେ ଥିବା ଆଲମାରୀ ବା ଟ୍ରଙ୍କରେ ଏକ ଛୋଟ ରୂପାରେ ନିର୍ମିତ ହାତୀକୁ ରଖିପାରିବେ। ଏହାଦ୍ଵାରା ଶୁଭଫଳ ମିଳିଥାଏ। ଏହାବ୍ୟତୀତ ଲାଲ କପଡାରେ ଏହି ରୂପାରେ ତିଆରି ହାତୀକୁ ଗୁଡାଇ ରଖିବା ଦ୍ଵାରା ଆର୍ଥିକ ସ୍ଥିତିରେ ଉନ୍ନତି ହୋଇଥାଏ।

. ଯଦି ପତି ପତ୍ନୀଙ୍କ ମଧ୍ୟରେ ମତଭେଦ ହେଉଥାଏ ଓ କଳହ ଲାଗିରହୁଥାଏ ତେବେ ଶୋଇବା କକ୍ଷରେ ଦୁଇଟି ରୂପାର ହାତୀ ରଖନ୍ତୁ। ଏହାଦ୍ଵାରା ପତିପତ୍ନୀଙ୍କ ମଧ୍ୟରେ କଳହ ଦୂର ହେବ ଓ ମଧୁର ସମ୍ପର୍କ ସୃଷ୍ଟି ହେବ। ଏହି ରୂପା ହାତୀ ମୂର୍ତ୍ତିକୁ କକ୍ଷର ଉତ୍ତର ଦିଗରେ ରଖିବା ଆବଶ୍ୟକ।

.ଆପଣ ଘର ମଧ୍ୟରେ ଯେ କୌଣସି ଆକାରର ରୂପାର ହାତୀ ମୂର୍ତ୍ତି ରଖିପାରିବେ। ଯଦି ଆପଣ ପାଖରେ ରୂପାର ମୂର୍ତ୍ତି କିଣିବାକୁ ସାମର୍ଥ୍ୟ ନଥାଏ ତେବେ ରୂପାହାତୀର ଏକ ଫଟୋ ମଧ୍ୟ ଘର ମଧ୍ୟରେ ରଖିପାରିବେ।

(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )

#vastutips #vastu #silverelephant

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon