• padmabati kund

ବାହାଘର କାର୍ଡ଼ରେ ତୃଟି ପାଇଁ ଦୀପିକାଙ୍କୁ ଟାହିଟାପରା


(ବେତାର ବ୍ୟୁରୋ) ବଲିଉଡର ଲଭବାର୍ଡ ଦୀପିକା ପାଦୁକୋନ ଓ ରଣବୀର ସିଂ ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଉଭୟ ନଭେମ୍ବର ୧୪ ଓ ୧୫ ତାରିଖରେ ବିବାହ କରିବେ। ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବା ପରେ ଦୁହିଙ୍କ ବିବାହ ଖବର ଚର୍ଚ୍ଚାରେ ରହିଛି। କିନ୍ତୁ ବର୍ତ୍ତମାନ ଅନ୍ୟ ଏକ କାରଣ ଯୋଗୁଁ ଦୁହିଙ୍କ ଯୋଡି ଚର୍ଚ୍ଚାକୁ ଆସିଛି। ଏହାର ମୁଖ୍ୟ କାରଣ ହେଉଛି ଦୀପିକା ଓ ରଣବୀରଙ୍କ ବିବାହ କାର୍ଡ। ବିବାହ ନିମନ୍ତ୍ରଣ କାର୍ଡରେ ଏପରି କିଛି ଭୁଲ ରହିଛି ଯାହାକୁ ନେଇ ପ୍ରଶଂସକମାନେ ଦୁହିଙ୍କୁ ପ୍ରଶ୍ନ କରିଛନ୍ତି ଓ ମଜା ମଧ୍ୟ ଉଡାଇଛନ୍ତି।

ଦୀପିକା ପାଦୁକୋନ ଓ ରଣବୀର ସିଂ ନିଜର ବିବାହ ନିମନ୍ତ୍ରଣ କାର୍ଡକୁ ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଟ୍ଵିଟରରେ ଶେୟାର କରିଛନ୍ତି। ହିନ୍ଦୀରେ ଛପା ଯାଇଥିବା କାର୍ଡରେ କିଛି ଟା ଭୁଲ ଲେଖା ଯାଇଛି। ନିମନ୍ତ୍ରଣ କାର୍ଡରେ ଦୀପିକାଙ୍କ ନାମକୁ ଭୁଲ ବନାନ କରି ଲେଖାଯାଇଛି। ଗୋଟିଏ ପଟେ ହିନ୍ଦୀ ଭାଷାରେ କାର୍ଡ ଛପା ଯାଇଥିବାରୁ ଲୋକମାନେ ପ୍ରଶଂସା କରିଥିଲେ ଓ ଅନ୍ୟପଟେ ହିନ୍ଦୀରେ କିଛି ଭୁଲ କରାଯାଉଥିବାରୁ ଦୀପିକା ଓ ରଣବୀରଙ୍କୁ ଟ୍ରୋଲର୍ସଙ୍କ ଶିକାର ହେବାକୁ ପଡିଛି।

ହିନ୍ଦୀରେ ଲେଖା ଯାଇଥିବା ବିବାହ ନିମନ୍ତ୍ରଣ କାର୍ଡରେ ଦୀପିକାଙ୍କ ନାମ ଭୁଲରେ ଲେଖାଯାଇଛି। ‘ଦୀପିକା’ ପରିବର୍ତ୍ତେ ‘ଦିପିକା’ ବୋଲି ଲେଖାଯାଇଛି। ଏହା ଉପରେ ଜଣେ ଟ୍ଵିଟର ବ୍ୟବହାରକାରୀ ପ୍ରଶ୍ନ ଉଠାଇ ଲେଖିଛନ୍ତି, “ନିଜ ବିବାହ ନିମନ୍ତ୍ରଣ କାର୍ଡରେ ନିଜ ନାମକୁ କଣ କେହି ଭୁଲ ଲେଖିଥାଏ?”

ଦୀପିକା ଓ ରଣବୀରଙ୍କ ବିବାହ ନିମନ୍ତ୍ରଣ କାର୍ଡରେ ଉଭୟଙ୍କ ବିବାହ ନଭେମ୍ବର ୧୪ ଓ ୧୫ ତାରିଖରେ ହେବ ବୋଲି ଉଲ୍ଲେଖ ରହିଛି। ବିବାହ ତାରିଖ ଦୁଇଦିନ ଲେଖାଯିବାକୁ ନେଇ ଜଣେ ଟ୍ଵିଟର ବ୍ୟବହାରକାରୀ ପ୍ରଶ୍ନ କରିଛନ୍ତି ଯେ, “ଦୁଇ ଦିନ ପର୍ଯ୍ୟନ୍ତ କେଉଁ ବାହାଘର ହୋଇଥାଏ?”

ସେହିପରି ଅନ୍ୟଜଣେ ବ୍ୟବହାରକାରୀ ବିବାହ ତାରିଖକୁ ନେଇ ମଜା କରି କହିଛନ୍ତି, “ଏପରି ଆଗରୁ କେବେ ଶୁଣିନାହିଁ ଯେ, ଜଣେ ଗୋଟିଏ ପୁରୁଷ ସହିତ ଦୁଇଟା ଅଲଗା ଅଲଗା ତାରିଖରେ ବିବାହ କରେ ବୋଲି। ଗୋଟିଏ ତାରିଖରେ ବିବାହ କରିବା ପରେ ଯଦି ଆଉଗୋଟିଏ ତାରିଖରେ ମନ ପରିବର୍ତ୍ତନ ହୋଇଯାଏ, ସେତେବେଳେ କଣ ହେବ? ଏପରି ସମ୍ପର୍କକୁ ଆଇଣ ଆଗରେ କଣ କୁହାଯିବ?”

କାର୍ଡରେ ଉଲ୍ଲେଖ ନାହିଁ ବିବାହର ସ୍ଥାନ

ଦୀପିକା ଓ ରଣବୀର ସିଂ ନିଜ ବାହାଘରର ନିମନ୍ତ୍ରଣ କାର୍ଡ ସୋସିଆଲ ମିଡିଆରେ ଶେୟାର କରି ନିଜର ପ୍ରଶଂସକଙ୍କୁ ବିବାହକୁ ଆସିବା ପାଇଁ ତ ଆମନ୍ତ୍ରଣ କରିଛନ୍ତି ମାତ୍ର ଉକ୍ତ କାର୍ଡରେ ବିବାହ ସ୍ଥାନ ଉଲ୍ଲେଖ କରାଯାଇନାହିଁ। ଏହାକୁ ନେଇ ମଧ୍ୟ ପ୍ରଶଂସକ ମଜା ଉଡାଇଛନ୍ତି। ତେବେ ମିଳିଥିବା ରିପୋର୍ଟ ମୁତାବକ ଉଭୟ ଇଟାଲୀର ‘ଲେକ କୋମୋ’ରେ ବିବାହ କରିବେ। କିନ୍ତୁ ଏ ବିଷୟରେ ଉଭୟ କୌଣସି ସୂଚନା ଦେଇନାହାନ୍ତି।

#entertainment #bollywood #deepikapadukon #ranabeersingh

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon