• padmabati kund

ରୋହିତ ଶର୍ମା ଭାଙ୍ଗିଲେ ସଚିନ ତେନ୍ଦୁଲକର,ୱାର୍ଣ୍ଣରଙ୍କ ଏହି ବିରଳ ରେକର୍ଡ


(ବେତାର ବ୍ୟୁରୋ) ଭାରତୀୟ କ୍ରିକେଟ ଦଳ ଓ ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ମଧ୍ୟରେ ବର୍ତ୍ତମାନ ପାଞ୍ଚଟି ୱାନ-ଡେ ସିରିଜ ଚାଲିଛି। ପ୍ରଥମ ମ୍ୟାଚ ରବିବାର ଦିନ ଗୌହାଟିରେ ଖେଳାଯାଇଛି। ଏହି ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ଆଠ ୱିକେଟରେ ପରାସ୍ତ କରି ସିରିଜରେ ୧-୦ରେ ଆଗୁଆ ହୋଇଛି। ତେବେ ଏହି ମ୍ୟାଚର ହିରୋ ହେଉଛନ୍ତି ଭାରତୀୟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ଅଧିନାୟକ ବିରାଟ କୋହଲି। ଉଭୟ ଏହି ମ୍ୟାଚରେ ଶତକ ହାସଲ କରିଛନ୍ତି। ଏହାସହିତ ରୋହିତ ସଚିନ ତେନ୍ଦୁଲକର ଓ ଅଷ୍ଟ୍ରେଲିଆନ ଖେଳାଳୀ ଡେଭିଡ ୱାର୍ଣ୍ଣରଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି।

ଭାରତୀୟ ଦଳର ବିସ୍ଫୋରକ ଓପନର ରୋହିତ ଶର୍ମାଙ୍କୁ ‘ହିଟମ୍ୟାନ’ ବୋଲି କାହିଁକି କୁହାଯାଏ, ତାହା ସେ ଏହି ମ୍ୟାଚରେ ପୁଣିଥରେ ପ୍ରମାଣ କରିଛନ୍ତି। ରୋହିତ ଶର୍ମା ଏହି ମ୍ୟାଚରେ ବିସ୍ଫୋରକ ବ୍ୟାଟିଙ୍ଗ କରି ଦଳକୁ ଆଠ ୱିକେଟରେ ଜିତାଇଥିଲେ। ସେ ମୋଟ ୧୧୭ ବଲ୍ ର ସାମ୍ନା କରି ୧୫୨ରନ ସଂଗ୍ରହ କରିଥିଲେ, ସେଥିରୁ ୧୫ଟି ଚଉକା ଓ ଆଠଟି ଛକା ମାରିଥିଲେ।

ଭାଙ୍ଗିଲେ 150 ରନ୍ ରେକର୍ଡ

ରୋହିତ ଏହି ମ୍ୟାଚରେ ୧୫୨ ରନ ସଂଗ୍ରହ କରିବା ସହିତ ସଚିନ ତେନ୍ଦୁଲକର ଓ ଡେଭିଡ ୱାର୍ଣ୍ଣରଙ୍କ ସବୁଠାରୁ ଅଧିକ ୧୫୦ ରନର ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ୱାନ-ଡେ କ୍ରିକେଟରେ ଏହା ରୋହିତଙ୍କର ଷଷ୍ଠ ୧୫୦ରୁ ଅଧିକ ରନ। ଏହାପୂର୍ବରୁ ସଚିନ ଓ ଡେଭିଡ ୱାର୍ଣ୍ଣର ପାଞ୍ଚଥର ୧୫୦ରୁ ଅଧିକ ରନ ସଂଗ୍ରହ କରିଥିଲେ। ୱେଷ୍ଟଇଣ୍ଡିଜର ବ୍ୟାଟ୍ସମ୍ୟାନ କ୍ରିଶ ଗେଲ, ଶ୍ରୀଲଙ୍କାର ସନଥ ଜୟସୁରିୟା ଓ ସାଉଥ ଆଫ୍ରିକାର ହସିମ ଆମଲା ଚାରିଥର ୧୫୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି। ଏମାନେ ସମସ୍ତେ ଓପନର ଭାବରେ ହିଁ ଖେଳିଥାନ୍ତି।

ଏହାସହିତ ରୋହିତ ଶର୍ମା ଭାରତ ମଧ୍ୟରେ ସବୁଠାରୁ କମ ଇନିଙ୍ଗ୍ସରେ ୪୦୦୦ରୁ ଅଧିକ ଅନ୍ତଃରାଷ୍ଟ୍ରୀୟ ରନ ସଂଗ୍ରହ କରିବା ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ପ୍ରଥମ ସ୍ଥାନରେ ସୁନୀଲ ଗାଭାସ୍କର ରହିଛନ୍ତି। ସଚିନ ତେନ୍ଦୁଲକର ଭାରତରେ ମୋଟ ୮୬ଟି ଇନିଙ୍ଗ୍ସରେ ୪୦୦୦ରୁ ଅଧିକ ରନ ସଂଗ୍ରହ କରିଥିଲେ।

ଜଣେ ଓପନର ଭାବରେ ରୋହିତ ଶର୍ମା ୱାନ-ଡେ କ୍ରିକେଟରେ ସବୁଠାରୁ ଅଧିକ ଛକା ମାରିବା ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଏହି ତାଲିକାରେ ପ୍ରଥମ ସ୍ଥାନରେ ୱେଷ୍ଟଇଣ୍ଡିଜର ଓପନର କ୍ରିଶ ଗେଲ ରହିଛନ୍ତି ଓ ସେ ମୋଟ ୨୭୨ଟି ଛକା ମାରିଛନ୍ତି। ଦ୍ଵିତୀୟ ସ୍ଥାନରେ ରହିଛି ଶ୍ରୀଲଙ୍କାର ପୂର୍ବତନ ଓପନର ସନଥ ଜୟସୁରିୟା ରହିଛନ୍ତି ଓ ସେ ମୋଟ ୨୬୩ଟି ଛକା ମାରିଛନ୍ତି। ରୋହିତ ଶର୍ମା ୧୭୨ ଛକା ସହିତ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି ସଚିନ ତେନ୍ଦୁଲକର ୧୬୭ ଛକା ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି।

କୋହଲିଙ୍କ ଶତକ

ତେବେ ଏହି ମ୍ୟାଚରେ ରୋହିତ ଶର୍ମାଙ୍କ ବ୍ୟତୀତ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ନିଜ କ୍ୟାରିୟରର ୩୬ତମ ଶତକ ହାସଲ କରିଛନ୍ତି। ଭାରତରେ ଏହା କୋହଲିଙ୍କର ୧୫ତମ ଶତକ ହୋଇଥିବା ବେଳେ ଅଧିନାୟକ ଭାବରେ ଏହା ତାଙ୍କର ୧୪ତମ ଶତକ ଅଟେ।

#cricket #rohitsharma #viratkohli #sachintendulkar

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon