- ବେତାର ବ୍ୟୁରୋ
ସାପ୍ତାହିକ ରାଶିଫଳ : ପଢନ୍ତୁ କାହାକୁ ପର କଥାରେ ମୁଣ୍ଡ ଖେଳାଇବା ମନା

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)
(ବେତାର ବ୍ୟୁରୋ)
ମେଷ: ଏହି ସପ୍ତାହରେ ଆପଣ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। କର୍ମକ୍ଷେତ୍ରରେ ଭଲ ସମୟ ବିତିବ ଓ ଆର୍ଥିକ ଉନ୍ନତି ମଧ୍ୟ ଘଟିବ। ବହୁଦିନରୁ ଲାଗି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। ପାରିବାରିକ ଜୀବନରେ ସାମାନ୍ୟ ବିଶୃଙ୍ଖଳା ଦେଖାଯିବ।
ବୃଷ: ଆପଣଙ୍କ ଇଚ୍ଛା ପୂରଣ ହେବ ଓ ଆର୍ଥିକ ସଫଳତା ମଧ୍ୟ ପାଇବେ। ବ୍ୟୟ ମଧ୍ୟ ବୃଦ୍ଧି ପାଇପାରେ, ତେଣୁ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। ଟଙ୍କା ନେଣଦେଣକୁ ନେଇ ଅଧିକ ସଚେତନ ରୁହନ୍ତୁ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସଫଳତା ପାଇବେ।
ମିଥୁନ: ମନ ପ୍ରଫୁଲ୍ଲ ରହିବ। ପରିବାରର ସଦସ୍ୟ ଓ ବନ୍ଧୁବାନ୍ଧବ ଆପଣଙ୍କୁ ସହଯୋଗର ହାତ ବଢାଇବେ। ସ୍ୱାସ୍ଥ୍ୟପ୍ରତି ସଚେତନ ରହିବାକୁ ପଡିବ। କର୍ମକ୍ଷେତ୍ରରେ ସମସ୍ତ ସମସ୍ୟାକୁ ଧୈର୍ଯ୍ୟର ସହ ସମାଧାନ କରିବେ। ପରିବାର ମଧ୍ୟରେ ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀମାନେ ପରିଶ୍ରମର ସୁଫଳ ପାଇବେ।
କର୍କଟ: ମାନସିକ ଦୁଃଶ୍ଚିନ୍ତା ବଢିବ ତେଣୁ ନିଜ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ। କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ ଓ ନୂତନ ଯାନବାହାନ କିଣିପାରନ୍ତି। ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସଫଳତା ପାଇବେ।
ସିଂହ: ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ କିନ୍ତୁ ଜମିବାଡିକୁ ନେଇ କିଛିଟା ମତଭେଦ ଦେଖାଦେଇପାରେ। ଦୁରସ୍ଥାନକୁ ଯାତ୍ରା ଆପଣଙ୍କ ପାଇଁ ସଫଳ ରହିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗର ହାତ ବଢାଇବେ। ଅନ୍ୟକଥାରେ ଅଯଥାରେ ମୁଣ୍ଡ ଖେଳାନ୍ତୁ ନାହିଁ।
କନ୍ୟା: କିଛି ନୂଆ କରିବାକୁ ଚେଷ୍ଟା କରିବେ ଓ ନିଜ କଥାରେ ଅନ୍ୟମାନଙ୍କୁ ପ୍ରଭାବିତ କରିପାରିବେ। ପରିବାର ମଧ୍ୟରେ ଅଶାନ୍ତି ଦେଖାଦେଇପାରେ। ଧୈର୍ଯ୍ୟର ସହିତ ପରିସ୍ଥିତିର ସାମ୍ନା କରନ୍ତୁ। ଛାତ୍ରଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ।
ତୁଳା: ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲରେ କଟିବ। ଆପଣ ଯାହାବି କରିବେ ସଂପୂର୍ଣ୍ଣ ଭାବରେ କାମଟିକୁ ପୂର୍ଣ୍ଣ କରିବେ। ପରିବାରରେ ଅଶାନ୍ତି ଦେଖାଦେଇପାରେ। ଅଯଥା କୌଣସି କଥାକୁ ନେଇ କାହାସହିତ ଯୁକ୍ତି କରନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ।
ବିଛା: ଆୟ ଓ ବ୍ୟୟ ମଧ୍ୟରେ ସନ୍ତୁଳନ ରକ୍ଷା କରନ୍ତୁ। ଦୁରସ୍ଥାନକୁ ଯାତ୍ରା କରିପାରନ୍ତି ଓ ସପ୍ତାହଯାକ ବହୁତ ବ୍ୟସ୍ତରେ ରହିବେ। ପରିବାର ପାଇଁ ନେଇଥିବା ନିଷ୍ପତ୍ତିକୁ ସମସ୍ତେ ସମର୍ଥନ କରିବେ। ସନ୍ତାନଙ୍କ ପାଇଁ ଗର୍ବ ଅନୁଭବ କରିବେ। ଛାତ୍ରଛାତ୍ରୀମାନେ ପରିଶ୍ରମର ସୁଫଳ ପାଇବେ।
ଧନୁ: ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ। ଆୟରେ ଉନ୍ନତି ହେବ ଓ ଆପଣଙ୍କ ଆଶା ପୂରଣ ହେବ। ବନ୍ଧୁମାନେ ସହଯୋଗର ହାତ ବଢାଇବେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। କାହାକୁ ତିକ୍ତ କଥା କୁହନ୍ତୁ ନାହିଁ। ଯାନବାହାନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ।
ମକର: ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାର ସଦସ୍ୟଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ଭଲ ସମୟ ବିତାଇବେ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ଛାତ୍ରଛାତ୍ରୀମାନଙ୍କୁ ନିଜ ପରିଶ୍ରମ’ର ଫଳ ମିଳିବ।
କୁମ୍ଭ: ଦୁରସ୍ଥାନକୁ ଯାତ୍ରାଯୋଗ ରହିଛି ଓ ଏହା ଆପଣଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ସଫଳ ରହିବ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ। ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ। ଶତ୍ରୁଙ୍କୁ ଜୟ କରିବେ। ପ୍ରତିଯୋଗୀତାମୂଳକ ପରୀକ୍ଷାରେ ଛାତ୍ରଛାତ୍ରୀ ମାନେ ସଫଳତା ପାଇବେ।
ମୀନ: କର୍ମକ୍ଷେତ୍ରରେ ବହୁତ କଠିନ ସମୟ କଟିବ। ସିନିୟର ଅଧିକାରୀ ଆପଣଙ୍କ ପ୍ରତି କଠୋର ରହିବେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ସନ୍ତାନଙ୍କ ସ୍ୱାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଯଦି ଅତୀତରେ କୌଣସି ଭୁଲ କରିଛନ୍ତି ତେବେ ଏହା ଆପଣଙ୍କର ବର୍ତ୍ତମାନ ଉପରେ ପ୍ରଭାବ ପକାଇବ।