• ବେତାର ବ୍ୟୁରୋ

ପଢନ୍ତୁ : ବଲାଙ୍ଗୀର ଜିଲ୍ଲାରେ ହେବ 24 ଶିକ୍ଷା ସହାୟକ ନିଯୁକ୍ତି


(ବେତାର ବ୍ୟୁରୋ) ବଲାଙ୍ଗୀର ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ ଗୁଡିକରେ ଚୁକ୍ତି ଭିତ୍ତିକ ଶିକ୍ଷା ସହାୟକ ପଦରେ ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଇଛି। ଏହି ଚାକିରୀ ଚୁକ୍ତିଭିତ୍ତିକ ଅଟେ।

ପଦବୀ ସଂଖ୍ୟା

ଚୁକ୍ତିଭିତ୍ତିକ ଶିକ୍ଷା ସହାୟକ ପଦରେ ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତିରେ ମୋଟ 24ଟି ପଦ ପ୍ରକାଶ ପାଇଛି। ସେଥିମଧ୍ୟରୁ ବି.ଏସସି.ବି.ଏଡ ପାଇଁ ନଅଟି ପଦବୀ, ବି.ଏ.ବି.ଏଡ (ସାମାଜିକ ବିଜ୍ଞାନ) ପାଇଁ ତିନିଟି ପଦବୀ, ବି.ଏ.ବି.ଏଡ (ଭାଷା) ପାଇଁ ପାଞ୍ଚଟି ପଦବୀ, ଯୁକ୍ତ ଦୁଇ ବିଜ୍ଞାନ ସହିତ ସିଟି ପାସ କରିଥିବା ପ୍ରାର୍ଥୀଙ୍କ ପାଇଁ ଚାରିଟି ଓ ଯୁକ୍ତଦୁଇ କଳା ଏବଂ କମର୍ସ ସହିତ ସିଟି ପାସ କରିଥିବା ପ୍ରାର୍ଥୀଙ୍କ ପାଇଁ ତିନିଟି ପଦବୀ ରହିଛି।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ନଭେମ୍ବର ମାସ 12 ତାରିଖ ମଧ୍ୟରେ ଆବେଦନ କରିପାରିବେ।

ଦରମା

ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ଦରମା ପ୍ରଦାନ କରାଯିବ। ଦରମା ବିଷୟରେ ବିଜ୍ଞପ୍ତିରେ କିଛି ଉଲ୍ଲେଖ ନାହିଁ।

ବୟସସୀମା

ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଅକ୍ଟୋବର 1 ତାରିଖ 2018 ସୁଦ୍ଧା ସର୍ବନିମ୍ନ 18ବର୍ଷ ଓ ସର୍ବାଧିକ 32ବର୍ଷ ହେବା ଆବଶ୍ୟକ। ଅନୁସୂଚିତ ଜାତି,ଜନଜାତି,ଏସ.ଇ.ବି.ସି,ମହିଳା ଓ ଭୂତପୂର୍ବ ସୈନିକ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ  କୋହଳ କରାଯାଇଥିବା ବେଳେ ଶାରିରୀକ ଭାବେ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 10ବର୍ଷ ପର୍ଯ୍ୟନ୍ତ କୋହଳ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ଯୁକ୍ତଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ସହିତ ସି.ଟି କରିଥିବା ପ୍ରାର୍ଥୀ ଯୁକ୍ତଦୁଇରେ 50% ମାର୍କ ସହିତ ଦୁଇବର୍ଷ ସି.ଟି କିମ୍ବା D.EL.ED କିମ୍ବା NCTEରେ ଦୁଇବର୍ଷ ଡିପ୍ଲୋମା କରିଥିବା ଆବଶ୍ୟକ କିମ୍ବା ଚାରିବର୍ଷ B.EL.ED କିମ୍ବା ସ୍ପେଶାଲ ଏଜୁକେଶନ ଓ ଏଲିମେଣ୍ଟାରି ଏଜୁକେଶନରେ ଡିପ୍ଲୋମା କରିଥିବା ଅବଶ୍ୟକ। ଏହାସହିତ ଓଡିଶା ଟିଚର ଏଲିଜିବିଲିଟି ଟେଷ୍ଟ ପାସ କରିଥିବା ଆବଶ୍ୟକ।

ଗ୍ରାଜୁଏସନ ସହିତ ବି.ଏଡ କରିଥିବା ପ୍ରାର୍ଥୀ ଗ୍ରାଜୁଏସନରେ 50% ମାର୍କ ରଖି ପାସ କରିଥିବା ଆବଶ୍ୟକ ଓ ଓଡିଶା ଟିଚର ଏଲିଜିବିଲିଟି ଟେଷ୍ଟ ପାସ କରିଥିବା ଆବଶ୍ୟକ।

କିପରି ଆବେଦନ କରିବେ

ଆବେଦନ ପତ୍ରକୁ କେବଳ ରେଜିଷ୍ଟର ପୋଷ୍ଟ କିମ୍ବା ସ୍ପିଡ ପୋଷ୍ଟ ମାଧ୍ୟମରେ ପଠାଇ ପାରିବେ। ଏଥିପାଇଁ (District Welfare Office, balangir, at/po-balangir,dist-balangir,pin-767001) ଠିକଣାରେ ପଠାଇ ପାରିବେ।

ଚୟନ ପଦ୍ଧତି

ପ୍ରାର୍ଥୀମାନଙ୍କୁ ସେମାନଙ୍କର ପରୀକ୍ଷାରେ ରଖିଥିବା ମାର୍କ ଅନୁସାରେ ଓ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ। ବଲାଙ୍ଗୀର ଜିଲ୍ଲାର ପ୍ରାର୍ଥୀଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ବଲାଙ୍ଗୀର ଜିଲ୍ଲା ଅଫିସିଆଲ ୱେବସାଇଟ www.balangir.nic.in ରେ ଲଗଇନ କରନ୍ତୁ।

#jobs #govtjobs #teacher

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon