• padmabati kund

ବିମୁଦ୍ରିକରଣ ପ୍ରଭାବ : ଏବେ ଅଧିକସଂଖ୍ୟକ ଧନୀ ଦେଉଛନ୍ତି କର


(ବେତାର ବ୍ୟୁରୋ) ଦେଶରେ ଦିନକୁ ଦିନ କୋଟିପତିଙ୍କ ସଂଖ୍ୟା ବଢିବାକୁ ଲାଗିଛି। ବିଗତ ଚାରିବର୍ଷ ମଧ୍ୟରେ ଭାରତରେ କୋଟିପତିଙ୍କ ସଂଖ୍ୟାରେ 60%ରୁ ଅଧିକ ବୃଦ୍ଧି ଘଟିଛି। ଏହି ଚାରି ବର୍ଷ ମଧ୍ୟରେ କୋଟିପତିଙ୍କ ସଂଖ୍ୟା 1ଲକ୍ଷ 40ରୁ ଅଧିକ ହେଇଛି ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ତେବେ ଦେଶରେ ହୋଇଥିବା ବିମୂଦ୍ରୀକରଣର ଏହା ପ୍ରଭାବ ଅଟେ। ଏହାର ପ୍ରଭାବରେ ବର୍ତ୍ତମାନ ଅଧିକ ଧନୀ ମଧ୍ୟ ଠିକ ସମୟରେ ନିଜର କର ଦେଉଛନ୍ତି।

ଆୟକର ବିଭାଗର ନୀତି ପ୍ରସ୍ତୁତ କରୁଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ତରଫରୁ ଗତ ଚାରିବର୍ଷର ମହତ୍ଵପୂର୍ଣ୍ଣ ଆୟକର ଓ ପ୍ରତ୍ୟକ୍ଷ କର ସମ୍ବନ୍ଧିତ ତାଲିକା ଜାରି କରାଯାଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) କହିଛି ଯେ, ଗୋଟିଏ ବର୍ଷରେ ଏକ କୋଟିରୁ ଅଧିକ ଆୟ କରୁଥିବା ବ୍ୟକ୍ତିଗତ କରଦାତାଙ୍କ  ସଂଖ୍ୟାରେ ଗତ ଚାରିବର୍ଷ ମଧ୍ୟରେ 68% ବୃଦ୍ଧି ପାଇଛି।

ଏହାସହିତ ବର୍ଷକୁ ଏକକୋଟିରୁ ଅଧିକ ଆମଦାନୀ କରୁଥିବା କରଦାତା (ବ୍ୟବସାୟ ପ୍ରତିଷ୍ଠାନ ଓ ଅନ୍ୟ)ମାନଙ୍କ ସଂଖ୍ୟା ମଧ୍ୟ ଖୁବ ଦ୍ରୁତ ଭାବରେ ବଢିବାରେ ଲାଗିଛି ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ତରଫରୁ କୁହାଯାଇଛି।

ପୂର୍ବରୁ ଏହି ଧନୀ ବ୍ୟକ୍ତିମାନେ ଟଙ୍କା ଘରେ ଠୁଳ କରି ରଖୁଥିଲେ ଓ ନିଜ ଆୟର କୌଣସି ପ୍ରମାଣ ସରକାରଙ୍କୁ ଦେଉ ନ ଥିଲେ।ହେଲେ ବିମୁଦ୍ରିକରଣ ପରେ ଏବେ ଅଧିକ ସଂଖ୍ୟକ ଧନୀ ବ୍ୟକ୍ତିମାନେ କର ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। 

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ଚେୟାରମ୍ୟାନ ସୁନୀଲ ଚନ୍ଦ୍ରା, କୋଟିପତି କରଦାତାଙ୍କ ସଂଖ୍ୟାରେ ବୃଦ୍ଧିର ଶ୍ରେୟ ଆୟକର ବିଭାଗକୁ ଦେଇଛନ୍ତି। ସେ କହିଛନ୍ତି, ‘ଗତ ଚାରିବର୍ଷ ମଧ୍ୟରେ ଆୟକର ବିଭାଗ ତରଫରୁ ନିୟମ କାନୁନରେ ସୁଧାର ଅଣାଯାଇଛି ଓ ସୂଚନା ମଧ୍ୟ ପ୍ରସାର କରାଯାଇଛି। ଏହାସହିତ କଡାକଡି ଭାବରେ ନିୟମକୁ ପାଳନ କରିବା ପାଇଁ ଅନେକ ପ୍ରୟାସ କରାଯାଇଛି। ଏଥିପାଇଁ କରଦାତାଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି।“

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ରିପୋର୍ଟ ଅନୁଯାୟୀ “2014-15 ଆକଳନ ବର୍ଷରେ ମୋଟ 88ହଜାର 649ଜଣ ଲୋକ ତଥା ବ୍ୟବସାୟଙ୍କ ଆମଦାନୀ ଏକ କୋଟି ବୋଲି ଘୋଷଣା କରଯାଇଥିଲା ଓ ଏହା 2017-18 ଆକଳନ ବର୍ଷରେ 1ଲକ୍ଷ 40ହଜାର 139କୁ ବୃଦ୍ଧି ପାଇଛି। ଏହିପରି ଭାବରେ ଦେଶରେ ମୋଟ କୋଟିପତିଙ୍କ ସଂଖ୍ୟାରେ 60% ବୃଦ୍ଧି ହୋଇଛି।“

ସେହିପରି 2014-15 ଆକଳନ ବର୍ଷରେ ଏକ କୋଟିରୁ ଅଧିକ ଆୟ କରୁଥିବା ବ୍ୟକ୍ତିଗତ କରଦାତାଙ୍କ ସଂଖ୍ୟା 48ହଜାର 416 ରହିଥିଲା ଓ ଏହା 2017-18 ଆକଳନ ବର୍ଷରେ 81ହଜାର 344କୁ ବୃଦ୍ଧି ପାଇଛି। ଏହିପରି ଦେଶରେ ବ୍ୟକ୍ତିଗତ କରଦାତାଙ୍କ ସଂଖ୍ୟାରେ 68% ବୃଦ୍ଧି ପାଇଛି।

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ତରଫରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଗତ ଚାରିବର୍ଷ ମଧ୍ୟରେ ଦେଶରେ ଫାଇଲ କରାଯାଇଥିବା ଇନକମ ଟ୍ୟାକ୍ସ ରିଟର୍ନ ଦାଖଲକାରୀଙ୍କ ସଂଖ୍ୟାରେ 80% ବୃଦ୍ଧି ପାଇଛି। ଏହା 2013-14ରେ 3କୋଟି 79ଲକ୍ଷ ରହିଥିବା ବେଳେ 2017-18ରେ 6କୋଟି 85ଲକ୍ଷକୁ ବୃଦ୍ଧି ପାଇଛି।

#incometax #incometaxreturns #taxpayer

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon