• ବେତାର ବ୍ୟୁରୋ

କାହିଁକି ପାଳନ କରାହୁଏ କୁମାର ପୁର୍ଣିମା


କୁମାର ପୂର୍ଣ୍ଣମୀ ଦିନ ଶରତ ଋତୁ ଆରମ୍ଭ ହେଉଥିବାରୁ ଏହାକୁ କେହି କେହି ଶରତ ପୁର୍ଣିମା ମଧ୍ୟ କହିଥାନ୍ତି । ଏହିଦିନ ଚନ୍ଦ୍ର ସହିତ ମା’ ଲକ୍ଷ୍ମୀଙ୍କ ପୂଜା ମଧ୍ୟ କରାଯାଇଥାଏ । ତେବେ ପୌରାଣିକ ମାନ୍ୟତା ଅନୁସାରେ ଦ୍ଵାପର ଯୁଗରେ ଏହିଦିନ ଶ୍ରୀକୃଷ୍ଣ ଗୋପୀମାନଙ୍କ ସହିତ ରାସଲୀଳା କରିଥିଲେ । ସେହିଦିନକୁ ସମ୍ମାନ ଜଣାଇ ଏହି ତିଥିରେ ଝିଅମାନେ କୁମାର ପୂର୍ଣ୍ଣିମା ପୂଜା କରିଥାନ୍ତି ଓ ଅନେକ ସ୍ଥାନରେ ନୃତ୍ୟଗୀତର ଆୟୋଜନ ମଧ୍ୟ ହେଇଥାଏ ।

କ’ଣ ରହିଛି କାହାଣୀ

ବିଭିନ୍ନ ପୁରାଣ ଶାସ୍ତ୍ର ଅନୁସାରେ ଦ୍ଵାପର ଯୁଗରେ ଥରେ ସମସ୍ତ ଗୋପୀ ମହିଳାମାନେ ଶ୍ରୀକୃଷ୍ଣଙ୍କ ରୂପରେ ମୋହିତା ହେଇ ନିଜ ସ୍ଵାମୀ ରୂପରେ ପାଇବା ପାଇଁ ଇଚ୍ଛା ପ୍ରକଟ କଲେ । ଶ୍ରୀକୃଷ୍ଣ ଗୋପୀମାନଙ୍କ ଏହି ଇଚ୍ଛାକୁ ସମ୍ମାନ ଜଣାଇ ସେମାନଙ୍କ ସହିତ ରାସ କରିବା ପାଇଁ ସମ୍ମତି ପ୍ରଦାନ କରିଥିଲେ । ଏଥିପାଇଁ ସେ ଶରତ ପୂର୍ଣ୍ଣମୀ ରାତିରେ ସମସ୍ତ ଗୋପୀଙ୍କୁ ଯମୁନା କୁଳକୁ ଆମନ୍ତ୍ରଣ କରିଥିଲେ ।

ପୁରାଣ ଅନୁସାରେ ସମସ୍ତ ଗୋପୀମାନେ ସେହିଦିନ ନିଜକୁ ସୁସଜ୍ଜିତ ତଥା ଆକର୍ଷଣୀୟ ବେଶରେ ସଜାଇ ସେଠାରେ ପହଞ୍ଚିଥିଲେ । କୁହାଯାଏ ଯେ, ସେହିଦିନ ଶ୍ରୀକୃଷ୍ଣ ଏକ ଅଦ୍ଭୁତ ଲୀଳା ଦେଖାଇଥିଲେ । ସେଦିନ ସେଠାରେ ଯେତିକି ସଂଖ୍ୟାରେ ଗୋପୀ ଉପସ୍ଥିତ ଥିଲେ, ସେତିକି ସଂଖ୍ୟକ କୃଷ୍ଣ ସେଦିନ ପ୍ରକଟ ହେଇ ସମସ୍ତ ଗୋପୀଙ୍କ ସହ ରାସ କରିଥିଲେ ।

ଲୋକମତ ଅନୁସାରେ ଶରତ ପୂର୍ଣ୍ଣମୀ ରାତିରେ ଚନ୍ଦ୍ର ନିଜର ସମସ୍ତ ଷୋହଳ କଳା ସହିତ ଦେଖାଦେଇଥାଏ ଓ ସବୁଠୁ ସୁନ୍ଦର ଦିଶିଥାଏ । ସେଥିପାଇଁ କୃଷ୍ଣ ଏହି ଦିନକୁ ବାଛିଥିଲେ ବୋଲି ମାନ୍ୟତା ଅଛି ।

ସେହିପରି ରାମାୟଣ ଅନୁସାରେ ଲଙ୍କାପତି ରାବଣ ଏହି ତିଥିରେ କୁମାରପୂର୍ଣ୍ଣମୀର ଜହ୍ନକୁ ଦର୍ପଣରେ ପ୍ରତିବିମ୍ବିତ

କରାଇ ନିଜ ନାଭିରେ ପକାଉଥିଲା ଯାହାଫଳରେ ତାହାର ଯୌବନ ପ୍ରତିବର୍ଷ ଅକ୍ଷୁର୍ଣ୍ଣ ରହୁଥିଲା ।

ବୈଜ୍ଞାନିକ ବିଶେଷତ୍ଵ

ମହାକାଶ ବିଜ୍ଞାନ ଅନୁସାରେ ଏହିଦିନବର୍ଷର ଅନ୍ୟଦିନ ଅପେକ୍ଷା ଚନ୍ଦ୍ର ପୃଥିବୀର ସବୁଠୁ ଅଧିକ ନିକଟତର ଥିବାରୁ ଏହିଦିନ ଚନ୍ଦ୍ରାଲୋକ ଅଧିକ ପ୍ରଭାବଶାଳୀ ଥାଏ । ଭାରତୀୟ ଆୟୁର୍ବେଦ ଅନୁସାରେ ଏହି ତିଥିରେ ବିଭିନ୍ନ ଔଷଧୀୟ ଗଛରେ ଅଧିକ ଶକ୍ତି କ୍ଷରିତ ହେଇଥାଏ ଓ ଏହିଦିନ ଏହିସବୁ ଗଛରୁ ଔଷଧ ପ୍ରସ୍ତୁତ କଲେ ତାହାର ପ୍ରଭାବ ଅଧିକ ହେଇଥାଏ ।

ଏହି ତିଥିରେ ବ୍ୟକ୍ତିମାନେ କମ ବସ୍ତ୍ର ପରିଧାନ କରି ରାତି 11 ରୁ 12 ଘଟିକା ସମୟରେ ଖୋଲା ଆକାଶରେ ବୁଲିଲେ ଅନେକ ରୋଗ ଦୂର ହେବାର ତଥା ଚର୍ମ ସୁସ୍ଥ ଓ ସତେଜ ରହିବାର ବିଶ୍ଵାସ ରହିଛି ।

ଖିରୀ ଖାଇବା ଉଚିତ

ଏହିଦିନ ଚନ୍ଦ୍ରର ପୃଥିବୀ ଉପରେ ବିଶେଷ ପ୍ରଭାବ ରହୁଥିବାରୁ ଅନେକ ଶାସ୍ତ୍ରରେ ଏହିଦିନ ଖିରୀ ତିଆରି କରି ଖାଇବାର ବିଧାନ ରହିଛି । କ୍ଷୀରରେ ଥିବା ଲାକଟିକ ଏସିଡ, ଯାହା ଶରୀର ମାଂସପେଶୀ ଗଠନରେ ସହାୟକ ହୁଏ ଓ ମସ୍ତିସ୍କ ପାଇଁ ଶକ୍ତି ପ୍ରଦାନ କରିଥାଏ, ଏହିଦିନ ପ୍ରଖର ଥାଏ ଓ ଏହା ଚାଉଳରେ ଥିବା ଷ୍ଟାର୍ଚ ଦ୍ଵାରା ଶୀଘ୍ର ସିଝିଯାଇଥାଏ ଓ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ ।

ଯେଉଁମାନେ ଖିରୀ ତିଆରି କରିପାରିବେ ନାହିଁ, ସେମାନେ ଦହି ବା ଛେନା ଖାଇପାରିବେ । ତେବେ ଏହିସବୁ ଖାଦ୍ୟ ଖାଇବା ପରେ ଚନ୍ଦ୍ରାଲୋକରେ ଅଳ୍ପ ସମୟ ପାଇଁ ହେଉପଛେ ଚଲାବୁଲା କରିବା ଉଚିତ ।

#festival #moon #Ayurveda

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon