• ବେତାର ବ୍ୟୁରୋ

ଦେଖନ୍ତୁ : ବିରାଟ କୋହଲିଙ୍କ 10,000 ରନ୍ ଅନ୍ଦାଜ


ଟିମ୍‌ ଇଣ୍ଡିଆର ଅଧିନାୟକ ତଥା ରନ୍‌ ମେସିନ୍‌ ବିରାଟ୍‌ କୋହଲି ପୁଣି ଏକ ବିଶ୍ୱ ରେକର୍ଡ କରିଛନ୍ତି। ଭ୍ରମଣକାରୀ ଦଳ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଶତକ ହାସଲ କରି ରେକର୍ଡ ସୃଷ୍ଟି କରିଥିବା ବିରାଟ୍‌ ଦ୍ୱିତୀୟ ଦିନିକିଆରେ ବିଶ୍ୱ ରେକର୍ଡ କରିଛନ୍ତି।

ସେ ୫୦ ଓଭର ବିଶିଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ ୧୦,୦୦୦ ରନ୍‌ ପୂରଣ କରିଛନ୍ତି। ଏଠାରେ ବୁଧବାର ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ୮୧ ରନ୍‌ର ଅପରାଜିତ ଇନିଂସ ଖେଳି ଏହି ମାଇଲଷ୍ଟୋନକୁ ସ୍ପର୍ଶ କରିଛନ୍ତି।

ଦ୍ୱିତୀୟ ଦିନିକିଆରେ ବିରାଟ୍‌ ୮୧ ରନ୍‌ କରିବା କ୍ଷଣି କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ସଚିନ୍‌ ତେନ୍ଦୁଲକରଙ୍କ ସର୍ବକାଳୀନ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ବିରାଟ୍‌ ୮୧ ରନ୍‌ କରି ନିଜ ନାଁକୁ ଦିନିକିଆ ମ୍ୟାଚ୍‌ର ୧୦ ହଜାର ରନ୍‌ କ୍ଲବରେ ସାମିଲ କରିପାରିଛନ୍ତି। ତେବେ ସବୁଠାରୁ କମ୍‌ ଇନିଂସ୍‌ରେ ବିରାଟ୍‌ ବିଶ୍ୱର ପ୍ରଥମ ବ୍ୟାଟସ୍‌ମ୍ୟାନ୍‌ ଭାବେ ଏଭଳି ୧୦ ହଜାର ରନ୍‌ ହାସଲ କରିବାର ରେକର୍ଡ କରିଛନ୍ତି।

ପୂର୍ବରୁ ସଚିନ୍‌ ତେନ୍ଦୁଲକର ନିଜ ନାଁରେ ଏହି ରେକର୍ଡ ରଖିଥିଲେ। ସଚିନ୍‌ ଦିନିକିଆର ୨୫୯ଟି ଇନିଂସ୍‌ରେ ୧୦ ହଜାର ରନ୍‌ କରିଥିବା ବେଳେ ବିରାଟ୍‌ ମାତ୍ର ୨୦୫ଟି ଇନିଂସ୍‌ରେ ଏଭଳି ରେକର୍ଡ ୧୦ ହଜାର ରନ୍‌ ହାସଲ କରିଛନ୍ତି। ଅର୍ଥାତ ବିରାଟ୍‌ ସଚିନ୍‌ଙ୍କ ଠାରୁ ୫୪ଟି ଇନିଂସ୍‌ ପୂର୍ବରୁ ଏଭଳି ବିଶ୍ୱ ରେକର୍ଡ କରିଛନ୍ତି।

ସେହିଭଳି ସୌରଭ ଗାଙ୍ଗୁଲି (୨୬୩) ଅଷ୍ଟ୍ରେଲିଆର ରିକି ପଣ୍ଟିଂ (୨୬୬) ଦ୍ରୁତତମ ୧୦,୦୦୦ ଦିନିକିଆ ରନ୍‌ କରିବାରେ ଯଥାକ୍ରମେ ୩ୟ ଓ ୪ର୍ଥ କ୍ରମରେ ରହିଛନ୍ତି। ନିକଟରେ ୧୦ ହଜାର ପୂରଣ କରିଥିବା ମହେନ୍ଦ୍ର ସିଂ ଧୋନୀ ଏହି ତାଲିକାର ୭ମ ସ୍ଥାନରେ ରହିଛନ୍ତି। ସେ ୨୭୩ତମ ଇନିଂସ୍‌ରେ ଏହି ମାଇଲଷ୍ଟୋନ ସ୍ପର୍ଶ କରିଥିଲେ।

ତେବେ କୋହଲି ବିଶ୍ୱର ୧୩ତମ ଓ ୫ମ ଭାରତୀୟ ଭାବେ ଦିନିକିଆ ଫର୍ମାଟରେ ୧୦,୦୦୦ ରନ୍‌ ପୂରଣ କରିଥିବା ବ୍ୟାଟ୍ସମ୍ୟାନ ହୋଇ ପାରିଛନ୍ତି। ଏହି ତାଲିକାରେ ସଚିନ ତେନ୍ଦୁଲକର, ରାହୁଲ ଡ୍ରାଭିଡ, ସୌରଭ ଗାଙ୍ଗୁଲି ଓ ମହେନ୍ଦ୍ର ସିଂ ଧୋନୀ ରହିଛନ୍ତି।

ଆଜିର ମ୍ୟାଚ୍‌ ପୂର୍ବରୁ ବିରାଟ୍‌ ୯୯୧୯ ରନ୍‌ କରିଥିଲେ। ତେବେ ଏହି ସ୍କୋର୍‌ରେ ଆଉ ୮୧ ରନ୍‌ ଯୋଡ଼ି ବିରାଟ୍‌ ରେକର୍ଡ କରିଛନ୍ତି। ଏହି ୮୧ ରନ୍‌ କରିବାକୁ ବିରାଟ୍‌ ୯୧ଟି ବଲ୍‌ ଖେଳିଥିଲେ।

ବିରାଟ୍‌ଙ୍କ ପୂର୍ବରୁ ଭାରତ ପକ୍ଷରୁ ସଚିନ୍‌ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡ୍‌ ଓ ମହେନ୍ଦ୍ର ସିଂହ ଧୋନି ଦିନିକିଆରେ ୧୦ ହଜାର ରନ୍‌ ହାସଲ କରିଥିଲେ।

ଶତକ ୩୭

ଅନ୍ୟପକ୍ଷରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଶତକ ହାସଲ କରିଛନ୍ତି। ପୂର୍ବ ମ୍ୟାଚ୍‌ରେ ୧୪୦ ରନ୍‌ର ଇନିଂସ୍‌ ଖେଳିଥିବା ବିରାଟ୍‌ ଏଥର ମଧ୍ୟ ଶତକ ହାସଲ କରି ରେକର୍ଡ କରିଛନ୍ତି। ଏହା ତାଙ୍କ ଦିନିକିଆ କ୍ୟାରିୟରର ୩୭ ତମ ଶତକ। ୨୧୩ଟି ମ୍ୟାଚ୍‌ର ୨୦୫ଟି ଇନିଂସ୍‌ରେ କୋହଲି ଏହି ୩୭ ତମ ଶତକ ହାସଲ କରିଛନ୍ତି।

#viratkohli #cricket

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon