• ବେତାର ଷ୍ଟାଫ ଲେଖକ

ରାଜ୍ୟ ଏମ୍ପ୍ଲୟେମେଣ୍ଟ ଏକ୍ଶଚେଞ୍ଜରେ କିପରି କରିବେ ରେଜିଷ୍ଟ୍ରେଶନ


(ବେତାର ବ୍ୟୁରୋ) ଯେଉଁମାନେ ସରକାରୀ ଚାକିରୀ କରିବାର ଆଗ୍ରହ ରଖୁଛନ୍ତି ସେମାନେ ରାଜ୍ୟ ଏମ୍ପ୍ଲୟେମେଣ୍ଟ ଏକ୍ଶଚେଞ୍ଜରେ ନିଜର ନାମ ପଞ୍ଜୀକରଣ କରାଇନେବା ଜରୁରୀ । ଫଳରେ ନିଜ ଅଞ୍ଚଳରେ ବାହାରୁଥିବା ସରକାରୀ ଚାକିରୀ ବିଷୟରେ ସେମାନେ ସୂଚନା ପାଇପାରିବା ସହିତ ଚାକିରି କରିବାର ସୁଯୋଗ ମଧ୍ୟ ପାଇପାରିବେ । ତେବେ ଆସନ୍ତୁ ବିସ୍ତାରରେ ଜାଣିବା ଏମ୍ପ୍ଲୟେମେଣ୍ଟ ଏକ୍ଶଚେଞ୍ଜରେ ପଞ୍ଜୀକରଣ ବିଷୟରେ ।

କାହିଁକି କରିବେ

ସରକାରୀ ଚାକିରି କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିମାନେ ବିଭିନ୍ନ ପ୍ରତିଯୋଗୀତାମୂଳକ ପରୀକ୍ଷା ଯେପରିକି ଓଏଏସ, ଓପିଏସ ବା ସେକ୍ସନ ଅଫିସର ଇତ୍ୟାଦି ପଦବୀ ପାଇଁ ଅନୁଷ୍ଠିତ ହେଉଥିବା ପରୀକ୍ଷା ଦେଇ ଚାକିରି ପାଇବା ପାଇଁ ସ୍ଥିର କରିଥାନ୍ତି । ତେବେ ସମସ୍ତେ ଏଥିରେ କୃତକାର୍ଯ୍ୟ ହେଇପରି ନ ଥାନ୍ତି । ତେଣୁ ଅନେକ ସେହିପରି ପରୀକ୍ଷା ଆଉ ଥରେ ଦେବାକୁ ସ୍ଥିର କରିଥାନ୍ତି ।, ଯାହାକି ଏକ ଠିକ ନିଷ୍ପତ୍ତି। କିନ୍ତୁ ସେହି ସମୟ ମଧ୍ୟରେ ଆପଣ ଯଦି ରାଜ୍ୟ ଏମ୍ପ୍ଲୟେମେଣ୍ଟ ଏକ୍ଶଚେଞ୍ଜରେ ନିଜ ନାମ ପଞ୍ଜୀକୃତ ନା ରେଜିଷ୍ଟର କରେଇ ନେଇଛନ୍ତି , ତେବେ ତାହା ଆପଣଙ୍କ ପାଇଁ ଫାଇଦା ଆଣିଦେଇଥାଏ । କାରଣ ସରକାରୀ ଚାକିରି କ୍ଷେତ୍ରରେ ଏମିତି ଅନେକ ପଦବୀ ଥାଏ, ଯେଉଁଥି ପାଇଁ ବେଳେ ବେଳେ ପରୀକ୍ଷା ହେଇ ନ ଥାଏ , ଓ ସେହି ସମୟରେ ସ୍ଥାନୀୟ ପଞ୍ଜୀକୃତ ହେଇଥିବା ବ୍ୟକ୍ତିବିଶେଷ ଙ୍କୁ ଚାକିରି କରିବା ପାଇଁ ସୁଯୋଗ ମିଳିଥାଏ ।

କିପରି କରିବେ

ଏବେର ବ୍ୟବସ୍ଥା ଅନୁସାରେ ଜଣେ ପ୍ରାର୍ଥୀଙ୍କୁ ନିଜ ଜିଲ୍ଲାର ମୁଖ୍ୟାଳୟରେ ଥିବା ଏମ୍ପ୍ଲୟେମେଣ୍ଟ ଏକ୍ଶଚେଞ୍ଜ କାର୍ଯ୍ୟାଳୟକୁ ଯାଇ ନିଜର ଶିକ୍ଷାଗତ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର ଓ ଅନ୍ୟାନ୍ୟ ଦସ୍ତାବିଜ ଦେଖାଇ ରେଜିଷ୍ଟ୍ରେଶନ କରିବାକୁ ପଡୁଛି । ତେବେ ଆଗକୁ ଏହିସବୁ କାମ ଇଣ୍ଟରନେଟ ଜରିଆରେ ନିଜ ଘରେ ବସି କରିବାର ବ୍ୟବସ୍ଥା ଆସିବାର ସମ୍ଭାବନା ରହିଛି । ଏବେ ଯଦିଓ କିଛି ଜିଲ୍ଲାରେ ଇଣ୍ଟରନେଟରେ ଜଣେ ପଞ୍ଜୀକରଣ ଆବେଦନ କରିପାରିବା ବ୍ୟବସ୍ଥା achi , ତେବେ ଏହାର 14 ଦିନ ଭିତରେ ଆଞ୍ଚଳିକ ଅଫିସ ଯାଇ ସମସ୍ତ ପ୍ରମାଣପତ୍ର ଦେଖାଇବାକୁ ପଡିବ ।

କେଉଁଠାରେ କରିବେ

ଏମ୍ପ୍ଲୟେମେଣ୍ଟ ଏକ୍ଶଚେଞ୍ଜରେ ନାମ ଲେଖାଇବାକୁ ଚାହୁଁଥିବା ବ୍ୟକ୍ତିବିଶେଷ ମାନେ ନିଜେ ରହୁଥିବା ଜିଲ୍ଲାର ଏମ୍ପ୍ଲୟେମେଣ୍ଟ ଏକ୍ଶଚେଞ୍ଜ କାର୍ଯ୍ୟାଳରେ ହିଁ ନିଜର ନାମ ପଞ୍ଜୀକରଣ କରାଇପାରିବେ, ଅନ୍ୟ କେଉଁ ସ୍ଥାନରେ ନୁହେଁ । ଯଦି କୌଣସି ବ୍ୟକ୍ତିବିଶେଷ ଏକରୁ ଅଧିକ ସ୍ଥାନରେ ନିଜ ନାମ ପଞ୍ଜୀକରଣ କରାଇଥିବାର ପ୍ରମାଣ ମିଳେ, ତେବେ ତାଙ୍କର ରେଜିଷ୍ଟ୍ରେଶନ ରଦ୍ଦ ହେବାର ନିୟମ ରହିଛି । ତେବେ ଉଚ୍ଚ ଶିକ୍ଷିତ ପ୍ରାର୍ଥୀମାନେ ନିଜର ଆଞ୍ଚଳିକ ଏମ୍ପ୍ଲୟେମେଣ୍ଟ ଏକ୍ଶଚେଞ୍ଜ ଓ ଭୁବନେଶ୍ୱର ସ୍ଥିତ ପ୍ରଫେସନାଲ ଏମ୍ପ୍ଲୟେମେଣ୍ଟ ଏକ୍ଶଚେଞ୍ଜ ଦୁଇଟିରେ ରେଜିଷ୍ଟ୍ରେଶନ କରାଇପାରିବେ ।

ଶିକ୍ଷାଗତ ଯୋଗ୍ୟତା

ଏମ୍ପ୍ଲୟେମେଣ୍ଟ ଏକ୍ଶଚେଞ୍ଜରେ ନିଜର ନାମ ପଞ୍ଜୀକୃତ କରେଇବା ପାଇଁ କୌଣସି ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକ ନାହିଁ, ଯେ କୌଣସି ବ୍ୟକ୍ତି ଏଥିପାଇଁ ଆବେଦନ କରିପାରିବେ । ତେବେ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ବ୍ୟକ୍ତିମାନଙ୍କୁ କିନ୍ତୁ ନିଜର ଶିକ୍ଷାର ପ୍ରମାଣପତ୍ର ଦେଖାଇବାକୁ ପଡିବ । ଯଦିଓ ଏମ୍ପ୍ଲୟେମେଣ୍ଟ ଏକ୍ଶଚେଞ୍ଜରେ ପଞ୍ଜୀକୃତ ପାଇଁ ଶିକ୍ଷାଗତ ଯୋଗ୍ୟତା ଜରୁରୀ ନୁହେଁ , ତେବେ ବ୍ୟକ୍ତିର ଶିକ୍ଷାଗତ ଯୋଗ୍ୟତା ଆଧାରରେ ହିଁ ଚାକିରି ପଦବୀ ପାଇଁ ନିଯୁକ୍ତି ସୁଯୋଗ ମିଳିଥାଏ ।

ଏଥିରେ ଅତି ଉଚ୍ଚ ଶିକ୍ଷିତମାନେ ଯେପରିକି ଇଂଜିନିଯରିଂ, MBA, B.Ed ପଢିଥିବା ବ୍ୟକ୍ତିମାନେ ମଧ୍ୟ ଆବେଦନ କରିପାରିବେ । ତେବେ ଏହାର ପଞ୍ଜୀକରଣ କେବଳ ଭୁବନେଶ୍ଵରରେ ହିଁ ହେଇପାରିବ ।

କେଉଁମାନେ କରିପାରିବେ

ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଏମ୍ପ୍ଲୟେମେଣ୍ଟ ଏକ୍ଶଚେଞ୍ଜରେ ନିଜର ପଞ୍ଜୀକୃତ କରାଇବା ପାଇଁ ପ୍ରାର୍ଥୀଙ୍କ ବୟସ ଅତି କମରେ 14 ବର୍ଷ ହେଇଥିବା ଆବଶ୍ୟକ । କିନ୍ତୁ ସର୍ବାଧିକ ବୟସ ସୀମା କିଛି ନାହିଁ, ଅର୍ଥାତ 14 ବର୍ଷରୁ ଅଧିକ ଯେ କୌଣସି ପୁରୁଷ, ମହିଳା , ତୃତୀୟ ଲିଙ୍ଗ ଓ ଦିବ୍ୟାଙ୍ଗମାନେ ଏଥିପାଇଁ ଆବେଦନ କରିପାରିବେ । ସେହିପରି ମିଲିଟାରୀ ସର୍ଭିସରୁ ସ୍ଵେଚ୍ଛାରେ ଅବସର ନେଇଥିବା କର୍ମଚାରୀ ମାନେ ମଧ୍ୟ ଏଥିରେ ପଞ୍ଜୀକୃତ କରିପାରିବେ । ତେବେ ଆବେଦନ କରୁଥିବା ପ୍ରାର୍ଥୀ ବେକାର ବା କୌଣସି ଚାକିରି ନ କରୁଥିବା ଆବଶ୍ୟକ ।

#jobs #Career

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon